ବିଦେଶ ଭ୍ରମଣରେ ଯାଇଥିବା ଏହି ପରିବାର ଭାରତର ନାକ କାଟିଦେଲେ ! କ୍ୟାମେରାରେ ଅଭିହିତ ହେଲା କାରନାମା ।

Spread the love

ଇଣ୍ଡୋନେସିଆର ବାଲିକୁ ବୁଲିବାକୁ ଯାଇଥିବା ଗୋଟିଏ ଭାରତୀୟ ପରିବାର ହୋଟେଲର ରୁମରୁ ଚୋରି କରିଥିଲେ । ତାଙ୍କର ଏହି କାରନାମାର ଏକ ଭିଡ଼ିଓ ଭାଇରଲ ହୋଇଯାଇଛି, ଯାହାକୁ ଦେଖି ସବୁ ଭାରତୀୟଙ୍କ ମୁଣ୍ଡ ଲାଜରେ ନଇଁଯିବ ।

୨ ମିନିଟ ୨୦ ସେକେଣ୍ଡର ଏହି ଭିଡ଼ିଓରେ ହୋଟେଲର କର୍ମଚାରୀ ଜଣକ ହୋଟେଲର ଆଶ୍ରୟ ସ୍ଥଳୀ ବାହାରେ ଭାରତୀୟ ପରିଜନର ବ୍ୟେଗଗୁଡିକର ତଲାସି ନେଉଛନ୍ତି । ପ୍ରଥମେ ତ ଭାରତୀୟ ପରିଜନ ହୋଟେଲ କର୍ମଚାରୀଙ୍କ ସହିତ ଯୁକ୍ତି କରିଥିଲେ । କିନ୍ତୁ ଏହାପରେ ମଧ୍ୟ ହୋଟେଲ କର୍ମଚାରୀ ତାଙ୍କ ବେଗ ଖୋଜା ଖୋଜି କରୁଥିଲେ । ସେ ସେହି ସମସ୍ତ ଜିନିଷ ବାହାର କଲେ, ଯାହାକୁ ଭାରତୀୟ ପରିଜନ ସେହି ହୋଟେଲ ରୁମରୁ ଚୋରାଇ ଥିଲେ । ଏହି ଜିନିଷ ମଧ୍ୟରେ ଥିଲା ଗାମୁଛା, ଇଲକ୍ଟ୍ରୋନିକ ଏବଂ ସାଜସଜ୍ଜା କିଛି ଜିନିଷ, ଏତଦବ୍ୟତୀତ ଆହୁରି ଅନେକ ପ୍ରକାରର ଜିନିଷ ସାମିଲ ଥିଲା ।

ଆପଣ ଭିଡ଼ିଓରେ ମହିଳା ଜଣକ କହୁଥିବାର ଶୁଣି ପାରୁଥିବେ, “ଆମେ କ୍ଷମା ଚାହୁଁଛ । ଏହା ଏକ ପାରିବାରିକ ଭ୍ରମଣ ଅଟେ । ଆମେ ଆପଣଙ୍କ କ୍ଷତିପୂରଣ କରିଦେବୁ । ଆମକୁ ଛାଡି ଦିଅନ୍ତୁ, ଆମକୁ ଉଡାଣ ଧରିବାର ଅଛି ।” କିନ୍ତୁ ହୋଟେଲ କର୍ମଚାରୀ ଜଣକ ଟଙ୍କା ନେବାକୁ ମନା କଲେ ଏବଂ କହିଲେ – ମୁଁ ଜାଣିଛି ଯେ, ଆପଣଙ୍କ ପାଖରେ ଟଙ୍କା ଅଛି କିନ୍ତୁ ଏହା ସ୍ନମ୍ମାନଜନକ ନୁହେଁ ।

ଏହି ଭିଡ଼ିଓକୁ ହେମନ୍ତ ନାମକ ଜଣେ ଟ୍ୱିଟର ୟୁଜର ସେୟାର କରିଛନ୍ତି । ସେହି ବ୍ୟକ୍ତି ଜଣକ ଲେଖିଛନ୍ତି ଯେ, ଭାରତ ପାଇଁ ଏହା ଅତି ନିନ୍ଦନୀୟ ଅଟେ । ଯାହା ପାଖରେ ମଧ୍ୟ ଭାରତୀୟ ପାସପୋର୍ଟ ଅଛି ତାଙ୍କୁ ଧ୍ୟାନ ଦେବା ଉଚିତ ଯେ, ଆମେ ଦେଶ ପାଇଁ ଗର୍ବ ଅଟୁ । ଭାରତକୁ ସେହି ବ୍ୟକ୍ତିମାନଙ୍କର ପାସପୋର୍ଟକୁ ଅଚଳ କରିଦେବା ଉଚିତ, ଯେଉଁମାନେ ଆମର ବିଶ୍ୱାସନୀୟତାକୁ ଖରାପ କରୁଛନ୍ତି ।