ନିଦ ବଟିକା ଠାରୁ ମଧ୍ୟ ବହୁତ ଫାଇଦା ଦେଇଥାଏ, ଏହି ଘରୋଇ ଉପଚାର । ପାଞ୍ଚ ମିନିଟ ମଧ୍ୟରେ ଆସି ଯାଇଥାଏ ଗଭୀର ନିଦ ।

Spread the love

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ଠିକ ରୂପେ ଶୋଇ ପାରନ୍ତି ନାହିଁ କିମ୍ବା ଅତ୍ୟଧିକ ଚାପ ଫଳରେ ଲୋକଙ୍କୁ ଠିକ୍ ନିଦ ହୋଇନଥାଏ । ଏଥିପାଇଁ ଲୋକଙ୍କୁ ନିଦ ବଟିକା ଖାଇବା ପାଇଁ ପଡିଥାଏ । ଅନିଦ୍ରା ଫଳରେ ଶରୀରରେ ଅନେକ ସମସ୍ୟା ଦେଖା ଯାଇଥାଏ । ଆଜିକାଲି ଅନିଦ୍ରା ଅନେକ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।ଅନିଦ୍ରାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନିଦ ଆସିବା ସମ୍ଭାବନା କମ ହୋଇ ଯାଇଥାଏ । ଅନିଦ୍ରା ଫଳରେ ଆପଣଙ୍କୁ ଦିନରେ ନିଦ ଆସିଥାଏ, ଦୁର୍ବଳତା, ବଦହଜମି ଏହିପରି ରୋଗର ଶିକାର ହୋଇପାରନ୍ତି । ଆପଣ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଆକ୍ରାନ୍ତ ହୋଇପଡନ୍ତି । ଯାହାଫଳରେ ଆପଣଙ୍କୁ ଚିଡିଚିଡା ପଣ ଏବଂ ଚିନ୍ତା ଗ୍ରାସ କରିଥାଏ ।

ଅନିଦ୍ରା ଏପରି ଏକ ରୋଗ ଯାହା କୌଣସି ମଧ୍ୟ ବୟସର ବ୍ୟକ୍ତିଙ୍କୁ ଗ୍ରାସ କରିପାରେ । ଏହା ବୟସ୍କ ପୁରୁଷଙ୍କ ଅପେକ୍ଷା ବୟସ୍କ ମହିଳାଙ୍କ ଠାରେ ଅଧିକ ଦେଖା ଯାଇଥାଏ । ଏହି ରୋଗ ଗ୍ରାସ କରିବା ପରେ ଆପଣଙ୍କ ମଧ୍ୟରେ ଚିଡିଚିଡା ପଣ, ଅବସାଦ, ମୋଟାପଣ ଜନିତ ସମସ୍ୟା ଦେଖା ଯାଇଥାଏ । ଏହାସହ ଆପଣ ରୋଗ ପ୍ରତିଶୋଧକ ଶକ୍ତି ମଧ୍ୟ ହରାଇ ବସନ୍ତି । ଲୋକେ ଏହି ରୋଗରୁ ରକ୍ଷା ପାଇବା ପାଇଁ ନିଦ ବଟିକା ଖାଇଥାନ୍ତି ।

ନିଦ ବଟିକା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । ଅନେକ ପରୀକ୍ଷାରେ ପ୍ରମାଣିତ ହୋଇଛି ଯେ, ବ୍ୟକ୍ତିକୁ ପ୍ରତିଦିନ 7 ରୁ ୮ ଘଣ୍ଟାର ନିଦ ହେବା ଜରୁରୀ ହୋଇଥାଏ । ପର୍ଯ୍ୟାପ୍ତ ନିଦ ନହେବା କାରଣରୁ ଦୁର୍ବଳତା, ମୁଣ୍ଡ ପୀଡ଼ା, ଚିନ୍ତା ଏହିଭଳି ସମସ୍ୟାମାନ ଦେଖାଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଗଭୀର ନିଦ୍ରା ଯିବା ଜରୁରୀ ଅଟେ । ଯାହାଫଳରେ ଆପଣ ନିଜ କାମରେ ଫୁର୍ତ୍ତି ଅନୁଭଵ କରି ପାରିବେ । ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ଘରୋଇ ଉପଚାର କରି ଅନିଦ୍ରାରୁ ମୁକ୍ତି ପାଇ ପାରିବେ । ବିନା କୌଣସି ଔଷଧ ଖାଇ କେବଳ ଘରୋଇ ଉପଚାରରେ ଆପଣ ଅନିଦ୍ରାରୁ ମୁକ୍ତି ପାଇ ପାରିବେ । ଏହା ସହ ଆପଣଙ୍କୁ ଏହା ମଧ୍ୟ ଜଣାଇବୁ କିପରି ଆପଣ ସବୁ ଦିନ ପାଇଁ ଏହି ରୋଗରୁ ମୁକ୍ତି ପାଇ ପାରିବେ ।

1. ଡାକ୍ତରଙ୍କ ଅନୁସାରେ ଶୋଇବା ପୂର୍ବରୁ ଗୋଟିଏ କଦଳୀ ଖାଇବା ନିହାତି ଜରୁରୀ । ଯାହାଫଳରେ ନିଦ ଭଲ ହୋଇଥାଏ ଏବଂ ଅନିଦ୍ରା ଜନିତ ରୋଗର ଶିକାର ହୋଇନଥାନ୍ତି ।

2. ଦୁଇ ଚାମଚ ପାନମହୁରୀ ଏକ ଗ୍ଲାସ ପାଣିରେ ଗରମ କରି ଅଳ୍ପ ଉଷୁମ କ୍ଷୀରରେ ପିଇବା ଦ୍ୱାରା ନିଦ ଭଲ ହୋଇଥାଏ ।

3. ତ୍ରିଫଳା ଚୂର୍ଣ୍ଣ ବ୍ୟବହାର ମଧ୍ୟ କରି ପାରିବେ ଆପଣ । ଏକ ଚାମଚ ତ୍ରିଫଳା ଚୂର୍ଣ ଅଳ୍ପ ଉଷୁମ ପାଣିରେ ଶୋଇବା ପୂର୍ବରୁ ପିଇବା ଦ୍ୱାରା ନିଦ ଭଲ ଆସିଥାଏ ।

4. ଏହି ସବୁ ସ୍ୱତେ ଆପଣ ଚାରୋଟି ଗୋଲାପ ପାଖୁଡା, ଏକ ଚାମଚ ଭାଙ୍ଗ ମଞ୍ଜି, ଏକ ମିଶ୍ରି ନେଇ ଗୁଣ୍ଡ କରି ନିଅନ୍ତୁ । ଏହି ଗୁଣ୍ଡକୁ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ମିଶାଇ ପିଇବା ଦ୍ୱାରା ଆପଣ ଅନିଦ୍ରାରୁ ମୁକ୍ତି ପାଇ ପାରିବେ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ଭଲ ଲାଗିଥିବା । Share କରି ଅନ୍ୟଙ୍କୁ ଜାଣନ୍ତୁ !