ଏହି ରୋଗ ସିଧା ଆପଣଙ୍କ ଯକୃତ ଆକ୍ରନ୍ତ କରିଥାଏ ! ଏହା ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ ।

Spread the love

ମନୁଷ୍ମାଙ୍କୁ ଗ୍ରୀଷ୍ମ ଋତୁରେ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି । କାରଣ ଗ୍ରୀଷ୍ମ ଋତୁରେ ଜୀବାଣୁମାନେ ସବୁଠାରୁ ଅଧିକ ସକ୍ରିୟ ହୋଇଥାନ୍ତି । ଯାହା ଫଳରେ କେତେକ ରୋଗ ଶୀଘ୍ର ବଢିବାକୁ ଲାଗେ । ଏଥିପାଇଁ ଅଧିକାଂଶ ବ୍ୟକ୍ତି ଗ୍ରୀଷ୍ମ ଋତୁରେ ରୋଗାକ୍ରାନ୍ତ ହୋଇ ପଡନ୍ତି । ଗ୍ରୀଷ୍ମ ଋତୁରେ ହେପାଟାଇଟିସର ବିପଦ ସବୁଠାରୁ ଅଧିକ ରହିଥାଏ । ଏମିତିରେ ଦେଖିବାକୁ ଗଲେ ହେପାଟାଇଟିସ ଯେ କୌଣସି ଋତୁରେ ମଧ୍ୟ ହୋଇପାରେ କିନ୍ତୁ ଆଜିକାଲିର ସମୟରେ ବାତାବରଣ ଏତେ ପ୍ରଦୂଷିତ ହେଉଛି ଯେ, ଯେଉଁଥି କାରଣରୁ ହେପାଟାଇଟିସର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ହେପାଟାଇଟିସର କଣ ଲକ୍ଷଣ ତାହା ଓ ଏହାର ଚିକିତ୍ସା କିପରି କରାଯାଇପାରିବ ସେହି ବିଷୟରେ ଜଣେଇବୁ । ଆସନ୍ତୁ ଜାଣିବା :

ହେପାଟାଇଟିସ ଏକ ଯକୃତ ଜନିତ ରୋଗ ଅଟେ । ହେପାଟାଇଟିସ ପାଞ୍ଚ ପ୍ରକାରର ହୋଇଥାଏ । ହେପାଟାଇଟିସ ଏ, ବି, ସି, ଡି ଓ ଇ । ହେପାଟାଇଟିସ ଏ ଓ ଇ ପ୍ରଦୂଷଣ ଓ ପାନୀୟ ପଦାର୍ଥ ସେବନ ଦ୍ଵାରା ହୋଇଥାଏ । ହେପାଟାଇଟିସ ବି ଓ ସି ରକ୍ତ ଦ୍ଵାରା ହୋଇଥାଏ । ଏହି ରୋଗ ପରସ୍ପରଙ୍କ ସଂକ୍ରମଣରେ ଆସିବା ଦ୍ଵାରା ହୋଇଥାଏ, ଦୂଷିତ ସିରିଞ୍ଜ ବ୍ୟବହାର କରିବା ଦ୍ୱାରା ରକ୍ତର ପ୍ଲାଜମା ଦୂଷିତ ହୁଏ ଓ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ହେପାଟାଇଟିସ ହେବାର ସମ୍ଭାବନା ବଢିଯାଏ । ଟାଟୁ ବନେଇ ଥିବା, ସଂକ୍ରମିତ ବ୍ୟକ୍ତିର ଟୁଥବ୍ରସ, ରେଜର ବ୍ୟବହାର କରିବା ଦ୍ଵାରା ଓ ଅସୁରକ୍ଷିତ ଶାରୀରିକ ସମ୍ପର୍କରୁ ମଧ୍ୟ ହେପାଟାଇଟିସ ବି ଓ ସି ହେବାର ବିପଦ ଅଧିକ ଥାଏ । ଯଦି ଅଧିକ ମାଦକ ଦ୍ରବ୍ୟ ସେବନ କରନ୍ତି, ତାହେଲେ ମଧ୍ୟ ହେପାଟାଇଟିସ ହୋଇପାରେ । ହେପାଟାଇଟିସ-ଡି ସେହି ରୋଗୀମାନଙ୍କୁ ହୁଏ ଯେଉଁମାନେ ପ୍ରଥମରୁ ହେପାଟାଇଟିସ-ବିର ଶିକାର ହୋଇଥାନ୍ତି ।

ହେପାଟାଇଟିସର ଲକ୍ଷଣ :

ଯଦି ଆପଣଙ୍କ ପେଟରେ କଷ୍ଟ ହେଉଛି, ପିଲିୟା, ଭୋକ ଲାଗିବା, ଜ୍ଵର ରହିବା, ବାନ୍ତି ହେବା ପରି ସମସ୍ୟା ହୁଏ, ତେବେ ବୁଝିଯିବା ଉଚିତ ଯେ ଆପଣଙ୍କୁ ହେପାଟାଇଟିସର ସମସ୍ୟା ହୋଇଛି । ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ସହ ପରାମର୍ଶ କରନ୍ତୁ ।

କେମିତି କରିବେ ରକ୍ଷା :

କେବଳ ହେପାଟାଇଟିସ ‘ଏ’ ଓ ‘ବି’ର ରକ୍ଷା ପାଇଁ ଟୀକା ଉପଲବ୍ଧ ରହିଛି । ଯଦି ଆପଣଙ୍କୁ ହେପାଟାଇଟିସର ସମସ୍ୟା ଅଛି; ତାହେଲେ ପାଣିକୁ ଉଷୁମ କରି ଓ ଫିଲଟର ବା ସ୍ୱଚ୍ଛ କରି ପିଅନ୍ତୁ । ଖାଦ୍ୟପେୟ ପଦାର୍ଥର ସୁରକ୍ଷାରେ ଧ୍ୟାନ ଦେଇ ସେବନ କରନ୍ତୁ, ହେପାଟାଇଟିସ “ଏ” ଓ “ଇ”ର ଏବେ ପର୍ଯ୍ୟନ୍ତ କୋୖଣସି ଔଷଧ ତିଆରି କରାଯାଇନାହିଁ । ଯଦି ଆପଣଙ୍କୁ ଏହାର ଲକ୍ଷଣ ଦେଖିବାକୁ ମିଳେ; ତେବେ ଲକ୍ଷଣ ଅନୁସାରେ ଔଷଧ ନେଇ ପାରିବେ । ଯେପରି ଜ୍ଵର ହେଲେ ଅଲଗା ଔଷଧ ଓ ପେଟ କଷ୍ଟ ହେଲେ ଅଲଗା ଔଷଧ ଦିଆ ଯାଇଥାଏ ।

ଧ୍ୟାନ ଦେବା ଯୋଗ୍ୟ କଥା :

୦ ଯେଉଁ ବ୍ୟକ୍ତିକୁ ହେପାଟାଇଟିସ ରୋଗ ହୋଇଥାଏ; ସେମାନଙ୍କୁ ଭୋକ ଲାଗେ ନାହିଁ ଓ ସେ କିଛି ଖାଦ୍ୟ ଖାଇଲେ ମଧ୍ୟ ତାଙ୍କ ଶରୀରରେ ଲାଗେ ନାହିଁ ।ଏମାନଙ୍କ ହଜମ ପ୍ରକ୍ରିୟା ଖରାପ ହୋଇଯାଇଥାଏ । ଏଥିପାଇଁ ହେପାଟାଇଟିସ ରୋଗୀଙ୍କୁ ହାଲୁକା ଭୋଜନ ଖାଇବା ଉଚିତ ।

୦ ହେପାଟାଇଟିସର ରୋଗୀଙ୍କୁ ତେଲ ଜାତୀୟ ଓ ଛଣା ଖାଦ୍ୟ ଖାଇବା ଉଚିତ ନୁହେଁ ।

୦ ହେପାଟାଇଟିସ ରୋଗୀଙ୍କୁ କାର୍ବୋହାଇଡ୍ରେଟର ସେବନ ପ୍ରଚୁର ମାତ୍ରାରେ କରିବା ଦରକାର । ଏଥିପାଇଁ ଅଧିକରୁ ଅଧିକ ମାତ୍ରାରେ ରୁଟି ଖାଇବା ଦରକାର ।

୦ ହେପାଟାଇଟିସ ରୋଗୀଙ୍କୁ ଫଳର ମଧ୍ୟ ସେବନ କରିବ ଉଚିତ । ଏହା ସହିତ ଘରେ ତିଆରି ଫଳର ରସ ସେବନ କରନ୍ତୁ । ଯଦି ଆପଣ ଫଳ ଖାଉଛନ୍ତି; ତା’ହେଲେ ଏହାକୁ ଭଲ ଭାବରେ ଧୋଇ ଦେବା ଉଚିତ ।

୦ ହେପାଟାଇଟିସ ରୋଗୀଙ୍କୁ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରହିବା ଦରକାର ।