ଏହି କ୍ରିକେଟରଙ୍କ ପୁଅ ହେବା ପାଇଁ ଯାଉଛନ୍ତି ସାନିଆ ମିର୍ଜାଙ୍କ ଜ୍ଵାଇଁ । ସାନିଆଙ୍କ ଭଉଣୀ ସାନିଆଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଅଟନ୍ତି ।

Spread the love

ଭାରତର ଜଣେ ପ୍ରସିଦ୍ଧ ଟେନିସ ଖେଳାଳିଙ୍କ ମଧ୍ୟରେ ଜଣେ ଅଟନ୍ତି ସାନିଆ ମିର୍ଜା । ଅନ୍ତରାଷ୍ଟ୍ରୀୟ ସ୍ତରରେ ସାନିଆ ଅନେକ ନାମ କମେଇଛନ୍ତି । ଜଣେ ଭଲ ଖେଳାଳି ହେବା ସହ ସାନିଆ ଜଣେ ସୁନ୍ଦର ମହିଳା ମଧ୍ୟ ଅଟନ୍ତି । ସାନିଆଙ୍କ ଜନ୍ମ ୧୫ ନଭେମ୍ବର ୧୯୮୬, ମୁମ୍ବାଇରେ ହୋଇଥିଲା । ସେ ଟେନିସ ଖେଳାଳି ହେବା ସହ ଭଲ ପହଁରାଳି ଅଟନ୍ତି । ସେ ତେଲେଙ୍ଗାନା ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଟନ୍ତି । ସୁନ୍ଦର ସାନିଆଙ୍କୁ ସମସ୍ତେ ଦେଖିଥିବେ, କଣ ଆପଣ ସାନିଆଙ୍କ ସୁନ୍ଦର ଭଉଣୀଙ୍କୁ ଦେଖିଛନ୍ତି ? ସାନିଆଙ୍କ ସେହି ସୁନ୍ଦର ଭଉଣୀଙ୍କ ନାମ ହେଉଛି ଅନମ ମିର୍ଜା । ଅନମ ମିର୍ଜା ପେଶାରେ ଫ୍ୟାଶନ ଡିଜାଇନର ଅଟନ୍ତି ଏବଂ ଆଜିକାଲି ସେ ଭାରତୀୟ କ୍ରେକେଟରଙ୍କ ପୁଅଙ୍କୁ ଡେଟ କରୁଛନ୍ତି ।

ଏହି କ୍ରିକେଟରଙ୍କ ପୁଅଙ୍କୁ ଡେଟ କରୁଛନ୍ତି ଅନମ ମିର୍ଜା :

ଆଜିକାଲି ଅନମ ମିର୍ଜା ଭାରତୀୟ ପୂର୍ବତନ କ୍ରିକେଟର ଖେଳାଳି ମହମ୍ମଦ ଅଜରୁଦିନଙ୍କ ପୁଅ ଅସଦ ଅଜରୁଦିନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁହେଁ ପ୍ରାୟତଃ ନିଜର ଫୋଟକୁ ମିଳିତ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ଶୀଘ୍ର ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ଅନମଙ୍କ ସହ ବିବାହ ହୋଇଯିବା ପରେ ଅସଦ, ସାନିଆ ମିର୍ଜାଙ୍କ ଜ୍ଵାଇଁ ହୋଇଯିବେ । କହିବା ପାଇଁ ଚାହୁଁଛୁ; ଅନମ ମିର୍ଜା ପୂର୍ବରୁ ଗୋଟିଏ ବିବାହ କରି ସାରିଛନ୍ତି । କିଛି ବର୍ଷ ପରେ ଅନମଙ୍କ ଛାଡପତ୍ର ହୋଇ ଯାଇଥିଲା ।

ଅନମଙ୍କ ଛାଡପତ୍ର ହୋଇଯାଇଛି :

ସାନିଆଙ୍କ ଭଳି ସାନିଆଙ୍କ ଛୋଟ ଭଉଣୀ ଅନମ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ଅନମ ପେଶାରେ ଫ୍ୟାସନ ଡିଜାଇନର ଅଟନ୍ତି ଏବଂ ଇଣ୍ଡଷ୍ଟ୍ରିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କମ ବୟସରେ ଦେଶ ବିଦେଶରେ ନିଜର ନାମ ଅର୍ଜନ କରି ସାରିଛନ୍ତି । ଅନମଙ୍କ ବୟସ ୨୬ ଓ ଅସଦଙ୍କ ବୟସ ୨୫ ଅଟେ । ଦୁହିଁଙ୍କ ଯୋଡି ଖୁବ୍ ସୁନ୍ଦର ଅଟେ । କିଛି ବର୍ଷ ପୂର୍ବେ ଅନମଙ୍କ ବିବାହ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଅକବର ରସିଦଙ୍କ ସହ ହୋଇଥିଲା କିନ୍ତୁ କିଛି ସମୟ ପୂର୍ବରୁ ଦୁହିଁଙ୍କ ଛାଡପତ୍ର ହୋଇଯାଇଥିଲା ଏବଂ ଅନମ ଦ୍ୱିତୀୟ ବିବାହର ଯୋଜନା କରୁଛନ୍ତି ।

ଗୋଆ ପାଇଁ ଖେଳନ୍ତି ଅସଦ ଆଜରୁଦିନ :

ଅସଦ ଆଜରୁଦିନ ରଣଜି ଟ୍ରଫି ଗୋଆ ପାଇଁ ଖେଳନ୍ତି । ତାଙ୍କର ସ୍ୱପ୍ନ ହେଉଛି ପିତାଙ୍କ ଭଳି ଜଣେ ମହାନ କ୍ରିକେଟର ହେବା ପାଇଁ । ପତିଙ୍କ ସହ ଛାଡ଼ପତ୍ର ହେବା ପରେ ଅନମ ବହୁ ସମୟ ପର୍ଯ୍ୟନ୍ତ ଏକୁଟିଆ ରହିଲେ । କିନ୍ତୁ ବର୍ତ୍ତମାନ ଲାଗୁଛି, ଏକୁଟିଆପଣ ତାଙ୍କୁ ପସନ୍ଦ ହେଲା ନାହିଁ । ତେଣୁ ଅସଦଙ୍କ ସହ ତାଙ୍କର ନିକଟତା ବଢ଼ିବାରେ ଲାଗିଛି । ଅନ୍ୟ ପଟେ ଅନମଙ୍କ ବଡ଼ ଭଉଣୀ ସାନିଆ ମିର୍ଜା ମଧ୍ୟ ଜଣେ କ୍ରିକେଟରଙ୍କ ସହ ବିବାହ କରିଛନ୍ତି । ସାନିଆ ପାକିସ୍ତାନର ଷ୍ଟାର ଖେଳାଳି ସୋହେବ ମଲ୍ଲିକଙ୍କ ସହ ବିବାହ କରିଛନ୍ତି । ନିକଟରେ ସାନିଆ ଜଣେ ସୁନ୍ଦର ପୁଅଙ୍କୁ ଜନ୍ମ ଦେଇଛନ୍ତି ଯାହାଙ୍କ ନାମ ଇଜହାନ ଅଟେ । କିଛି ଦିନ ପୂର୍ବରୁ ସାନିଆ ନିଜ ଗର୍ଭବତୀ ହେବା ଯୋଗୁଁ ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ଖବର ମିଳିଛି; ଏକ ଲମ୍ବା ସମୟ ପରେ ସାନିଆ ପୁଣି ଥରେ ଟେନିସ କୋର୍ଟରେ ଟେନିସ ଖେଳୁଥିବାର ନଜରକୁ ଆସିବେ ।