୯୦ ଦଶକର ଏହି ଶିଶୁ କଳାକାର ଜଣକ, ଆଜି ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖିବା ପରେ ।

Spread the love

ଆଜିକାଲି କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଠା କଲେ, ଆପଣ ସେମାନଙ୍କ ବିଷୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଯେପରି କି ଫେସବୁକ କିମ୍ବା ଇନ୍-ଷ୍ଟାଗ୍ରାମ ମାଧ୍ୟମରେ ଜାଣି ପାରିବେ ।

ଆପଣଙ୍କୁ ମନେଥିବ; ୯୦ ଦଶକର ଶିଶୁ କଳାକାର ମାନଙ୍କୁ ବହୁତ ପସନ୍ଦ କରୁଥିବେ । ସେମାନଙ୍କ ମଧ୍ୟରୁ ସୋନପରୀ ନାମକ ଧାରାବାହିକରେ କାମ କରୁଥିବା ଜଣେ ଶିଶୁ କଳାକାର ଥିଲେ । କହିବା ପାଇଁ ଗଲେ, ସୋନପରୀ ଧାରାବାହିକକୁ ଅନେକ ଶିଶୁ ସେହି ସମୟରେ ପସନ୍ଦ କରୁଥିବେ । ସେଥିରେ ମୁଖ୍ୟ କଳାକାର ରୂପେ ଅଭିନୟ କରିଥିବା ଜଣେ ଶିଶୁ କଳାକାର ଫ୍ରୁଟି ନାମରେ ଅଭିନୟ କରିଥିଲେ । ନିଜର ସୁନ୍ଦର ଅଭିନୟ ଫଳରେ, ଏହି ଶିଶୁ କଳାକାର ଜଣକ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ ।

ସୋନପରୀ ଧାରାବାହିକର ଶିଶୁ କଳାକାର ଫ୍ରୁଟି ଆଜି ଏତେ ସୁନ୍ଦର ଦେଖା ଯାଉଛନ୍ତି :

ଏହି ଶିଶୁ କଳାକାରଙ୍କ ନାମ ହେଉଛି ତନ୍ଵୀ ହେଗଡେ । ଆଜିର ଦିନରେ ସେ ବଡ଼ ହୋଇ ଯାଇଛନ୍ତି । ଏହା ସହ ସେ ଖୁବ୍ ସୁନ୍ଦର ମଧ୍ୟ ହୋଇ ଯାଇଛନ୍ତି । ତନ୍ଵୀଙ୍କ ଜନ୍ମ ୧୧ ନଭେମ୍ବର ୧୯୯୧ରେ ହୋଇଥିଲା । ନିଜ ଅଭିନୟର ଜୀବନ, ସେ ଖୁବ୍ ଛୋଟ ସମୟରୁ ଆରମ୍ଭ କରିସାରି ଥିଲେ । ସେ କେବଳ ୩ ବର୍ଷ ବୟସରେ ହିଁ ଅଭିନୟ ଦୁନିଆରେ ପାଦ ଦେଇ ସାରିଥିଲେ । ତିନି ବର୍ଷ ବୟସରେ ହିଁ ସେ “ରସନା ବେବି କଣ୍ଟେଷ୍ଟ” ଜିତି ନେଇଥିଲେ ଏବଂ ପ୍ରଥମେ ହିଁ ସେ “ରସନା” ପାଇଁ ଅଭିନୟ କରିଥିଲେ । କିନ୍ତୁ ଅସଲରେ ସେ ସୋନପରୀ ମାଧ୍ୟମରେ ପୂର୍ଣ ରୂପରେ ଅଭିନୟ ଆରମ୍ଭ କରିଥିଲେ । ସୋନପରୀ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଷ୍ଟାର ପ୍ଲୁସରେ ପ୍ରସାରିତ ହେଉଥିଲା ।

ସୋନପରୀ ବ୍ୟତୀତ ତନ୍ଵୀ ଅନ୍ୟ ଏକ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ଯାହାର ନାମ ହେଉଛି “ସାକାଲାକା ବୁମ୍ ବୁମ୍ । ଏହି ଧାରାବାହିକଟିକୁ ମଧ୍ୟ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ । ଏହା ପରେ ସଫଳତାର ସିଡ଼ି ଚଢିବା ପରେ ଧୀରେ ଧୀରେ ତନ୍ଵୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା ଓ ପରେ ସେ ଛୋଟ ପରଦାରୁ ବଡ଼ ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଚ୍ୟାମ୍ପିଅନ (୨୦୦୦), ପିତା (୨୦୦୨), ବାଃ ଲାଇଫ୍ ହୋତୋ ଏସି (୨୦୦୫) ଏବଂ ବିରୁଦ୍ଧ (୨୦୦୫) ପରି ସଫଳ ଚଳଚିତ୍ରରେ କାମ କରିଥିଲେ । ୨୮ ବର୍ଷୀୟ ତନ୍ଵୀ ୨୦୧୫ ଓ ୨୦୧୬ରେ ଦୁଇଟି ମରାଠୀ ଚଳଚିତ୍ରରେ କାମ କରିଥିଲେ । ଶିଶୁ କଳାକାର ରୂପେ ତନ୍ଵୀ ୧୫୦ରୁ ମଧ୍ୟ ଅଧିକ ବିଜ୍ଞାପନରେ କାମ କରିଛନ୍ତି ।

ଆପଣ ଯଦି ତନ୍ଵୀଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି; ତେବେ ଆପଣଙ୍କୁ ତାଙ୍କ ସୋସିଆଲ ମିଡ଼ିଆରେ ଫ୍ଲୋଲ କରିବା ପାଇଁ ପଡିବ ।ନିଜର ଅନେକ ଫୋଟ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ତନ୍ଵୀ ହେଗଡେ । ପିଲାବେଳେ ସଫଳତାର ସିଡ଼ି ଚଢି ସାରିଥିବା ତନ୍ଵୀ ବର୍ତ୍ତମାନ ସାଧସିଧା ଜୀବନ ବିତାଉଛନ୍ତି । ବହୁତ ଶୀଘ୍ର ତନ୍ଵୀ ଏକ ମରାଠୀ ଚଳଚିତ୍ରରେ ଦେଖିବା ପାଇଁ ମିଳିବେ । ଏହି ଚଳଚିତ୍ରର ଟ୍ରେଲର୍ ୟୁଟୁବରେ ରିଲିଜ୍ ହୋଇସାରିଛି ।