୯୦ ଦଶକର ଏହି ବାଳ କଳାକାରଙ୍କୁ ବର୍ତ୍ତମାନ ଚିହ୍ନିବା କଷ୍ଟ ହୋଇଯାଇଛି, ଜଣେ ଜଣଙ୍କ ଠାରୁ ଭିନ୍ନ ଅଟନ୍ତି ।

Spread the love

୯୦ ଦଶକ ବହୁ ପୂର୍ବରୁ ଚାଲିଯାଇଛି । ସେହି ସମୟର ବାଳ କଳାକାର ମାନଙ୍କ ଚେହେରା ମଧ୍ୟ ବଦଳି ଗଲାଣି । ବର୍ତ୍ତମାନ ସେହି ପିଲାମାନେ ବଡ଼ ହୋଇଗଲେଣି । କିଛି କଳାକାର ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରୁଥିବା ବେଳେ କିଛି କିଛି ଅଭିନୟରୁ ଦୁରେଇ ଗଲେଣି । ଏହିମାନଙ୍କ ଅଭିନୟ ଆମ୍ଭେ ମାନଙ୍କ ମଧ୍ୟରୁ କେହି କେହି ଦେଖିଥିବା ନିଶ୍ଚିତ । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ପରଦାରେ ଦେଖୁବା ପରେ ଚିହ୍ନି ପାରିବା ନାହିଁ । ଏହି ବାଳ କଳାକାରମାନେ ବର୍ତ୍ତମାନ ବଡ଼ ହେବା ପରେ କିଛି ଫିଲ୍ମରେ କାମ କରୁଛନ୍ତି କିଛି ଧାରାବାହିକରେ ଏବଂ କିଛି କଳାକାର ଅଭିନୟରୁ ଦୁରେଇ ଯାଇଛନ୍ତି । ଏହି ବାଳ କଳାକାରମାନେ ବର୍ତ୍ତମାନ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ୯୦ ଦଶକର ଏହି ବାଳ କଳାକାରଙ୍କୁ ଚିହ୍ନିବା କଷ୍ଟକର ହୋଇ ଗଲାଣି । ନିଜ ବାଳୁତ ସମୟରେ ସଫଳତା ପାଇ ସାରିବା ପରେ ବର୍ତ୍ତମାନ ଏହିପରି ଜୀବନଶୈଳୀ ବିତାଉଛନ୍ତି ।

୯୦ ଦଶକର ଏହି ବାଳ-କଳାକାରଙ୍କୁ ବର୍ତ୍ତମାନ ଚିହ୍ନିବା କଷ୍ଟକର ହୋଇଯାଇଛି :

ତନଭି ହେଗଡେ :

୯୦ ଦଶକରେ ଷ୍ଟାର ପ୍ଲସର “ସୋନପରୀ” ନାମକ ଏକ “ଶୋ” ଆସୁଥିଲା । ସେଥିରେ ଫ୍ରୁଟି ନାମକ ଏକ ଝିଅ ବହୁତ ଚିନ୍ତିତ ରହୁଥିଲା । କାରଣ କମ ବୟସରେ ହିଁ ତାର ମାଆଙ୍କ ମୃତ୍ୟୁ ହୋଇ ଯାଇଥିଲା । ପରେ ଜଣେ ପରୀ ତା ଜୀବନରେ ଆସେ ଓ ତାକୁ ବହୁତ ପ୍ରେମ ଦିଏ ଏବଂ ତାର ସମସ୍ତ ଚିନ୍ତା ଦୂର କରିଥିଲେ । ଫ୍ରୁଟିର ଏହି ଚରିତ୍ର ତନଭି ହେଗଡେ ତୁଲାଇଥିଲେ । ବର୍ତ୍ତମାନ ସେ ୨୬ ବର୍ଷୀୟ ହୋଇ ଯାଇଛନ୍ତି ଏବଂ ଇଣ୍ଡରଷ୍ଟ୍ରିରୁ ଦୁରେଇ ଯାଇଛନ୍ତି କିନ୍ତୁ ତାଙ୍କର ସେହି ଚରିତ୍ରକୁ ଲୋକେ ଆଜି ମଧ୍ୟ ମନେ ରଖିଛନ୍ତି ।

ଏହସାସ ଚନ୍ନା :

“ମାଇ ଫ୍ରେଣ୍ଡ ଗଣେସା”, “ବାସ୍ତୁ ଶାସ୍ତ୍ର” ଏବଂ “କଭି ଅଲବିଦା ନା କେହେନା” ପରି ଫିଲ୍ମରେ ପୁଅର ଭୂମିକା କରିଥିବା ଏହସାସ ଚନ୍ନାଙ୍କ ଅଭିନୟକୁ ଆଜି ମଧ୍ୟ ଦର୍ଶକ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସେ ବଡ଼ ହୋଇ ଯାଇଛନ୍ତି ଏବଂ ସୋସିଆଲ ମିଡିଆରେ ଅଜବ-ଗଜବ ଭିଡ଼ିଓ ଅପଲୋଡ କରି ଚର୍ଚ୍ଚା ସାଉଁଟୁଛନ୍ତି । ବର୍ତ୍ତମାନ ସେ ଦେଖିବା ପାଇଁ ଖୁବ୍ ସୁନ୍ଦର ହୋଇ ଯାଇଛନ୍ତି ।

କିଂଶୁକ ବୈଧ :

ଷ୍ଟାରପ୍ଲସର ପ୍ରସିଦ୍ଧ ଧାରାବାହିକ “ସାକାଲାକା ବୁମ୍ ବୁମ୍”ରେ ସଞ୍ଜୁର ଚରିତ୍ର ଖୁବ୍ ପ୍ରସିଦ୍ଧ ଥିଲା । “ସଞ୍ଜୁ ଓ ତାର କୁହୁକ ପେନସିଲ”ର ପାଗଳ ୯୦ ଦଶକର ପ୍ରତି ପିଲା ଥିଲେ ଏବଂ ପ୍ରତି ପିଲାଙ୍କ ଇଛା ଥିଲା ତାକୁ ସେହିପରି ପେନସିଲ ମିଳୁ । କିଂଶୁକ ବୈଧ ବର୍ତ୍ତମାନ ୨୭ ବର୍ଷରେ ପଦାର୍ପଣ କରିଛନ୍ତି ଏବଂ ସୋନି ଟିଭିର ଧାରାବାହିକ “ଏକ ରିସ୍ତା ସାଝେଦାରୀ”ରେ ନଜରକୁ ଆସିଥିଲେ ।

କୁଣାଲ ଖେମୁ :

ଫିଲ୍ମ “ଜଖମ”, “ହମ୍ ହୈ ରାହି ପ୍ୟାରକେ” ଏବଂ “ରାଜା ହିନ୍ଦୁସ୍ତାନୀ”ରେ ବାଳ କଳାକାର ରୂପେ କାର୍ଯ୍ୟ କରିଥିବା କୁଣାଲ ଖେମୁଙ୍କ ପ୍ରଶଂସାରେ ଦର୍ଶନ ଶତମୁଖ ଥିଲେ । ପରେ ସେ “ଗୋଳମାଲ”, “ଗୋ ଗୋଆ ଗାଁନ” ଏବଂ ଅନେକ ହାସ୍ୟତ୍ମକ ଫିଲ୍ମରେ ନଜରକୁ ଆସିଛନ୍ତି । ଯେଉଁ ପ୍ରଶଂସା ତାଙ୍କୁ ଛୋଟ ବେଳେ ମିଳିଥିଲା ସେହି ପ୍ରଶଂସା ତାଙ୍କୁ ବର୍ତ୍ତମାନ ମିଳି ନାହିଁ ।

ଝନକ ଶୁକ୍ଳା :

ସାରୁଖ ଖାନଙ୍କ ଫିଲ୍ମ “କଲ୍ ହୋ ନା ହୋ”ରେ ଛୋଟ ଜିଆଙ୍କୁ ଅମନ ସହ ପ୍ରେମ ହୋଇ ଯାଇଥିଲା । ବର୍ତ୍ତମାନ ସେ ବଡ଼ ହୋଇ ଯାଇଛନ୍ତି । ଝନକ ଶୁକ୍ଳା ପିଲା ବେଳେ “ହାତିମ”, “ଗୁମରାହ”, “କରିସ୍ମା କା କରିସ୍ମା” ଏବଂ ଅନେକ ବିଜ୍ଞାପନରେ କାମ କରିଥିଲେ କିନ୍ତୁ ବର୍ତ୍ତମାନ ସେ ନିଜ ପାଠ ପଢା ପାଇଁ ଇଣ୍ଡରଷ୍ଟ୍ରି ଠାରୁ ଦୁରେଇ ଯାଇଛନ୍ତି ।

Source : newstrend.news