ଏହି ଯୁବକକୁ ଆଲ୍କା ୟାଗିନି ଧକ୍କା ମାରି ଷ୍ଟୁଡ଼ିଓରୁ ବାହାର କରିଦେଇଥିଲେ । ଆଜି ସେହି ଯୁବକ ଦୁନିଆରେ ରାଜ କରୁଛି ।

Spread the love

୧୯୮୮ରେ ଆଲ୍କା ୟାଗିନୀ ଜଣେ ପିଲାକୁ ନିଜ ଷ୍ଟୁଡ଼ିଓରୁ ଧକ୍କା ମାରି ବାହାର କରିଦେଇଥିଲେ । ତାଙ୍କୁ ଜଣା ନ ଥିଲା, ଏହି ପିଲାଟି ଆଗକୁ ଯାଇ ବଲିଉଡରେ ରାଜ କରିବ ।

ଆଜିର ଦୁନିଆରେ ବଲିଉଡରେ ଅନେକ ମହାନ ଗାୟକ ଅଛନ୍ତି । ସୋନୁ ନିଗମ, ଆଲ୍କା ୟାଗିନୀ, ଶ୍ରେୟା ଘୋଷାଲ ଓ ସୁନିଧି ଚୌହାନଙ୍କ ପରି ଅନେକ ପ୍ରସିଦ୍ଧ ଗାୟକ ବଲିଉଡରେ ଅଛନ୍ତି । କିନ୍ତୁ ଆଜିର ଏହି ପୋଷ୍ଟରେ ଆମ ସମସ୍ତଙ୍କ ମନ ପସନ୍ଦର ଗାୟିକା ଆଲ୍କା ୟାଗିନୀଙ୍କ ବିଷୟରେ କଥା ହେବା । ଅଶୀ ଏବଂ ନବେ ଦଶକରେ ଆଲ୍କାଙ୍କ ଗୀତ ଲୋକଙ୍କ ମନକୁ ଛୁଇଁ ପାରିଥିଲା । ସେହି ସମୟରେ ଆଲ୍କା ଗାଇଥିବା ସମସ୍ତ ଗୀତ ହିଟ୍ ହୋଇଥିଲା । ଫିଲ୍ମ “କୟାମତ୍ ସେ କୟାମତ୍ ତକ୍” ଚଳଚିତ୍ରରେ ମଧ୍ୟ ସେ ଗୀତ ଗାଇଛନ୍ତି । ସେ ଜୁହି ଚାଵଲାଙ୍କ ପାଇଁ ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗ କରିଥିଲେ । ସେହି ସମୟରେ ଗାଇଥିବା “ଏକ୍ ଦୋ ତିନ” ଗୀତଟିକୁ ଦର୍ଶକ ଏବଂ ସ୍ରୋତଳୁ ଖୁବ୍ ପସନ୍ଦ କରିଥିଲେ । ଏହି କାରଣରୁ ଜଣେ ସଙ୍ଗୀତଜ୍ଞ ତାଙ୍କ ସହ କାମ କରିବା ପାଇଁ ଚାହିଁଥିଲେ । ଉଦିତ ନାରାୟଣ ଏବଂ କୁମାର ସାନୁଙ୍କ ସହ ଆଲ୍କାଙ୍କ ଯୋଡି ସବୁଠୁ ହିଟ୍ ଥିଲା । ଆଜିର ଏହି ଲେଖାରେ ଆମେ ବଲିଉଡର ପ୍ରସିଦ୍ଧ ଅଭିନେତା ଆମୀର ଖାନ୍ ଏବଂ ଆଲ୍କା ୟାଗିନୀଙ୍କ ବିଷୟରେ ଚର୍ଚ୍ଚା କରୁବା ।

ଯେତେବେଳେ ଆଲ୍କା ଆମୀରଙ୍କୁ ନିଜ ଷ୍ଟୁଡ଼ିଓରୁ ବାହାର କରି ଦେଇଥିଲେ :

୧୯୮୮ରେ ଆଲ୍କା ଫିଲ୍ମ “କୟାମତ୍ ସେ କୟାମତ୍ ତକ୍” ପାଇଁ ଗୀତ ରେକର୍ଡ଼ କରୁଥିଲେ, ସେହି ସମୟରେ ଆମୀର ଖାନ୍ ତାଙ୍କ ସାମ୍ନାରେ ଯାଇ ବସି ଯାଇଥିଲେ ।ସେହି ସମୟରେ ଆମିର ଇଣ୍ଡୋଷ୍ଟ୍ରିରେ ନୂଆ ଥିଲେ । ସେ ରେକର୍ଡ଼ିଂଗ ସମୟରେ ଆଲ୍କାଙ୍କୁ ବାରମ୍ବାର ଚାହୁଁଥିଲେ, ଯାହାଫଳରେ ଆଲ୍କାଙ୍କ ଏକାଗ୍ରତା ଭଙ୍ଗ ହେଉଥିଲା ।କିଛି ସମୟ ପରେ ଆଲ୍କା ରାଗି ଯାଇ ଆମୀରଙ୍କୁ ଷ୍ଟୁଡ଼ିଓରୁ ବାହାରକୁ ବାହାରି ଯିବା ପାଇଁ କହିଥିଲେ । ଯେତେବେଳେ ରେକର୍ଡ଼ିଂଗ ଶେଷ ହୋଇଥିଲା, ସେହି ସମୟରେ ନାସିର ହୁସେନ ଫିଲ୍ମର ସମସ୍ତ ତାରକାଙ୍କ ସହ ଆଲ୍କାଙ୍କୁ ମିଶାଇ ଥିଲେ । ଏହି ତାରକାମାନଙ୍କ ମଧ୍ୟରେ ଜୁହି ଏବଂ ଆମୀର ମଧ୍ୟ ସାମିଲ ଥିଲେ । ସେ ନୂଆ ହୋଇଥିବା କାରଣରୁ ଆଲ୍କା ଦୁହିଁଙ୍କୁ ଚିହ୍ନି ପାରିନଥିଲେ । କହିବା ପାଇଁ ଚାହୁଁଛୁ ଆଲ୍କା ଏବଂ ଜୁହିଙ୍କ ପ୍ରଥମ ଭେଟ ଏହି ଷ୍ଟୁଡ଼ିଓରେ ହିଁ ହୋଇଥିଲା । କିନ୍ତୁ ଯେତେବେଳେ ଆମୀରଙ୍କ ସହ ତାଙ୍କୁ ମିଶା ଯାଇଥିଲା, ସେହି ସମୟରେ ସେ ଆମୀରଙ୍କୁ ଚିହ୍ନି ପାରିଥିଲେ । ଏହା ପରେ ହସି ହସି ଆଲ୍କା ଆମୀରଙ୍କୁ କ୍ଷମା ମାଗିଥିଲେ ଏବଂ ଆମୀର ମଧ୍ୟ ହସି ହସି ଆଲ୍କାଙ୍କୁ କ୍ଷମା କରିଦେଇଥିଲେ । ଆଜି ମଧ୍ୟ ଯେତେବେଳେ ସେହି ଘଟଣା ମନେ ପକାନ୍ତି ଦୁହେଁ ହସି ପକାନ୍ତି ।

ଆଜି ବଲିଉଡରେ ଆମୀର ରାଜ କରୁଛନ୍ତି :

ଆଲ୍କା ସେହି ସମୟରେ ଜାଣି ନ ଥିଲେ, ଷ୍ଟୁଡ଼ିଓରେ ଏହିପରି ବେଇଜ୍ଜତ କରି ତଡା ଖାଇଥିବା ଅଭିନେତା ଦିନେ ବଲିଉଡରେ ରାଜ କରିବେ । ତାଙ୍କୁ ଜଣା ନ ଥିଲା ଦିନେ ଆମୀରଙ୍କ ଫିଲ୍ମ ଦେଖିବା ପାଇଁ ଲୋକେ ଧାଡି ଲଗାଇବେ । ଆଜି ଆମୀରଙ୍କ ଫିଲ୍ମ ଦେଖିବା ପାଇଁ କେବଳ ଦର୍ଶକ ନୁହେଁ ବଲିଉଡର କଳାକାରମାନେ ଚାହିଁ ବସିଥାନ୍ତି । ଆମୀର ଗୋଟିଏ ବର୍ଷରେ ଗୋଟିଏ ହିଁ ଫିଲ୍ମ କରିଥାନ୍ତି କିନ୍ତୁ ତାଙ୍କର ଏହି ଗୋଟିଏ ଫିଲ୍ମ ହିଁ କୋଟି କୋଟି ଉପାର୍ଜନ କରିଥାଏ । ଆମୀର କିରଣ ରାଓଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ ରୀନା ଦତ୍ତଙ୍କ ସହ ୧୯୮୬ରେ ହୋଇଥିଲା ।

ସୌଜନ୍ୟ : https://www.newstrend.news