ଏହି ପିଲାଟି ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କ ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ଉପଲୋଡ କରିଥିଲା । ଏହାପରେ ରାତାରାତି ତାରକା ହୋଇଯାଇଥିଲେ ମହିଳା ଜଣକ । ଆସନ୍ତୁ ଜାଣିବା…

Spread the love

ସମୟ ଏମିତି ଏକ ଜିନିଷ ଅଟେ ଯାହା କି କାହାର ମଧ୍ୟ ଭାଗ୍ୟ ବଦଳିଦେବାର ଶକ୍ତି ନିହିତ ରଖିଥାଏ । ଆଜି ହୁଏତ ଆପଣଙ୍କ ସମୟ ଖରାପ ଚାଲୁଥିବ କିନ୍ତୁ ଯଦି ଆପଣଙ୍କ ପାଖରେ ଏମିତି କିଛି ଗୁଣ ବା କଳା ରହିଛି; ତେବେ ତାହାକୁ ଖୋଜି ବାହାର କରାଯାଇପାରିବ । କଳା ଖୋଜିବାର ଏମିତି ହିଁ ଏକ କାମ ଯତୀନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ସଫ୍ଟୱେର ଇଞ୍ଜିନିୟର କରିଛନ୍ତି । ଆପଣମାନେ ହୁଏତ ଯତୀନ୍ଦ୍ର ଚକ୍ରବର୍ତ୍ତୀକୁ ଜାଣି ନଥିବେ । କିନ୍ତୁ ଇଏ ହେଉଛନ୍ତି ସେହି ବ୍ୟକ୍ତି ଯାହା ପାଇଁ ଷ୍ଟେସନରେ ଭିକ ମାଗୁଥିବା ମହିଳାଙ୍କୁ ବଲିଉଡ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିଲା । ଲତା ମଙ୍ଗେସକରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ରାନୁ ମଣ୍ଡଳଙ୍କୁ ଆପଣ ସମସ୍ତେ ତ ଜାଣି ହିଁ ଥିବେ । ଷ୍ଟେସନରେ ଗୀତ ଗାଉଥିବା ଏହି ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପି ଯାଇଥିଲା । ମହିଳାଙ୍କ ଗାଇବାର ଶୈଳୀ ଏବଂ ପ୍ରତିଭାଙ୍କୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି । ଏହାର ଫଳାଫଳ ଏମିତି ହୋଇଛି ଯେ, ଆଜି ତାଙ୍କୁ ବୋଲିଉଡ଼ରୁ ଏବଂ ଟିଭିରୁ ଅନେକ ପ୍ରସ୍ତାବ ମିଳୁଛି ।

ଏହି ସବୁର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ରାନୁ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ସବୁଦିନ ଭଳି ଗୀତ ଗାଉଥିଲେ । ସେ ପ୍ରାୟତଃ ଗୀତ ଗାଉଥିଲେ, କିଛି ଟଙ୍କା ରୋଜଗାର କରିବା ପାଇଁ । ଏହା ତାଙ୍କର ପେଟପୋଷିବାର ଏକମାତ୍ର ବିକଳ୍ପ ଥିଲା । ଯଦିଓ ଦିନେ ସେହି ଷ୍ଟେସନରେ ଜଣେ ସଫ୍ଟୱେର ଇଞ୍ଜିନିୟର ଯତୀନ୍ଦ୍ର ଚକ୍ରବର୍ତ୍ତୀ ଯାଉଥିଲେ । ସେ ଯେତେବେଳେ ରାନୁଙ୍କୁ ଲତା ମଙ୍ଗେସକରଙ୍କ ଗୋଟେ ଗୀତ ଗାଉଥିବାର ଶୁଣିଲେ, ତେବେ ସେ ବହୁତ ଖୁସି ହୋଇଥିଲେ । ସେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ଷ୍ଟେସନରେ ଭିକ ମାଗୁଥିବା ଜଣେ ମହିଳାଙ୍କ ସ୍ୱର ଏତେ ମଧୁର । ସେ ଏହି କଥାଟି ସମସ୍ତଙ୍କ ସହ ବାଣ୍ଟିବା ପାଇଁ ଚାହୁଁଥିଲେ । ସେଥିପାଇଁ ସେ ରାନୁଙ୍କ ଗୀତ ଗାଇବାର ରେକର୍ଡିଂ କରିଦେଲେ ଏବଂ ପରେ ସେହି ଭିଡିଓକୁ ଯତୀନ୍ଦ୍ର ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଦେଇଥିଲେ ଏବଂ ଏହାପରେ କଣ ହେଲା ! ରାନୁଙ୍କର ଏହି ଭିଡିଓ ଇଣ୍ଟରନେଟରେ ଭୟଙ୍କର ଭାବେ ଭାଇରଲ ହେବାରେ ଲାଗିଲେ ।

ରାନୁଙ୍କର ଏହି ପ୍ରତିଭା ମନୋରଞ୍ଜନ ଜଗତର ଅନେକ ବଡ଼ଲୋକଙ୍କ ନଜରକୁ ମଧ୍ୟ ଆସିଛି । ସେମାନେ ରାନୁଙ୍କୁ ନିଜ ଟିଭି ଶୋ’ରେ ଆସିବା ପାଇଁ ନିମନ୍ତ୍ରଣର ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଏତିକି ହିଁ ନୁହେଁ, ବଲିଉଡର ଲୋକପ୍ରିୟ ଗାୟକ ହୀମେଶ ରେଶମୀୟା ତ ତାଙ୍କ ଫିଲ୍ମ ‘ହେପି ହାର୍ଡ଼ି ଏଣ୍ଡ ହୀର’ରେ ଗୀତ ଗାଇବା ପାଇଁ ସୁଯୋଗ ମଧ୍ୟ ଦେଇଛନ୍ତି । ଏହି ଫିଲ୍ମ ପାଇଁ ରାନୁ ହୀମେଶଙ୍କ ସହିତ “ତେରୀ ମେରୀ କହାନୀ” ଗୀତ ଗାଇଛନ୍ତି । ଏହାର ଗୋଟେ ଭିଡ଼ିଓ କିଛି ଦିନ ହେବ ଇଣ୍ଟର୍ନେଟରେ ଘୁରି ବୁଲୁଛି । ଆପଣଙ୍କୁ ଜଣେଇ ଦେଉଛୁ ଯେ, ଗୀତର ରେକର୍ଡ଼ିଂ ସମୟରେ ହୀମେଶ ଏବଂ ରାନୁଙ୍କ ବ୍ୟତୀତ ଷ୍ଟୁଡିଓରେ ଯତୀନ୍ଦ୍ର ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ଥିଲେ । ଯତୀନ୍ଦ୍ର ହୀମେଶଙ୍କୁ ଧନ୍ୟବାଦ ଦେଇଥିଲେ । କାରଣ ସେ ରାନୁଙ୍କୁ ତାଙ୍କ ଚଳଚ୍ଚିତ୍ରରେ ଗାଇବା ପାଇଁ ସୁଯୋଗ ଦେଇଥିଲେ ।

ଠିକ ରୂପେ ଦେଖିବା ଯଦି ସେ ଯତୀନ୍ଦ୍ର ହିଁ ଥିଲେ ଯାହା ପାଇଁ ରାନୁଙ୍କୁ ନାମ ଏବଂ କାମ ମିଳିଲା । ଯଦି ସେଦିନ ସେ ମଧ୍ୟ ଅନ୍ୟ ଲୋକମାନଙ୍କ ଭଳି ନିଜ କାମରେ ବ୍ୟସ୍ତ ରହିଥାନ୍ତେ ଏବଂ ଷ୍ଟେସନରେ ଭିକ ମାଗୁଥିବା ମହିଳାଙ୍କ ପ୍ରତି ଧ୍ୟାନ ଦେଇ ନଥାନ୍ତେ; ତେବେ ହୁଏତ ରାନୁ ଆଜି ମଧ୍ୟ ସେହି ଷ୍ଟେସନରେ ଭିକ ମାଗୁଥାନ୍ତେ । ଏହି ଘଟଣାଟି ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା ଅଟେ । ଆମେ କୌଣସି ମଧ୍ୟ ବ୍ୟକ୍ତିଙ୍କୁ କମ ଭାବିବା ଉଚିତ ନୁହେଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଛି । ଆପଣଙ୍କୁ ସେମାନଙ୍କର ସମ୍ମାନ କରିବା ଉଚିତ ଏବଂ ତାଙ୍କୁ ସାହାରା ଦେବା ମଧ୍ୟ ଉଚିତ । କିଏ ଜାଣେ ଆପଣଙ୍କ ଟିକିଏ ହସ୍ତକ୍ଷେପ କାହାର ଜୀବନ ବଦଳି ଦେବ ।