ଏହି ପିଲାଟି କୁକୁଡ଼ା ପରି ଅଣ୍ଡା ଦେଉଛି । ବଡ଼ ବଡ଼ ଡାକ୍ତର ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।

Spread the love

ସର୍ବଦା ଏହି ପ୍ରଶ୍ନ ପଚରା ଯାଇଥାଏ ପ୍ରଥମେ କୁକଡ଼ା ନା ପ୍ରଥମେ ଅଣ୍ଡା । କିନ୍ତୁ ଏହାର ସଠିକ ଉତ୍ତର କେହି ମଧ୍ୟ ଆଜି ପର୍ଯ୍ୟନ୍ତ ଠିକ ରୂପେ ଦେଇ ପାରିନାହାନ୍ତି । ଏହାର ଉତ୍ତର ଯାହା ମଧ୍ୟ ହେଇଥାଉ କିନ୍ତୁ ଆପଣ ଜାଣିଥିବେ କୁକୁଡ଼ା ଅଣ୍ଡା ଦେଇଥାଏ । ଅଣ୍ଡା ଅନ୍ୟ ପକ୍ଷୀମାନେ ମଧ୍ୟ ଦେଇଥାନ୍ତି କିନ୍ତୁ ଆମେ ସମସ୍ତେ କୁକୁଡ଼ା ଅଣ୍ଡା ଖାଇବା ପାଇଁ ପସନ୍ଦ କରିଥାଉ । ଆଜି ଆମେ ଏପରି ଜଣେ ବ୍ୟକ୍ତି ବିଷୟରେ କହିବୁ ଯିଏ, କୁକୁଡ଼ା କିମ୍ବା ପକ୍ଷୀ ନହୋଇ ମଧ୍ୟ ଅଣ୍ଡା ଦେଇ ପାରୁଛି । ଏହି ବ୍ୟକ୍ତି ଜଣକ କୁକୁଡ଼ା ପରି ଅଣ୍ଡା ଦେଉଛି ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ୟକ୍ତି ଜଣକ ୨୦ଟି ଅଣ୍ଡା ଦେଇ ସାରିଛନ୍ତି । ଡେଲି ମେଲ୍ ରିପୋର୍ଟ ଅନୁସାରେ ଇଣ୍ଡୋନେସିଆରେ ଏକ ୧୪ ବର୍ଷୀୟ ପିଲାର କହିବା ଆନୁସରେ, ସେ ୨୦୧୬ରୁ ଅଣ୍ଡା ଦେବା ଆରମ୍ଭ କରିଛି । ଇଣ୍ଡୋନେସିଆର ପ୍ରାନ୍ତ ଦକ୍ଷିଣ ସୁଲାବେସୀରେ ରହୁଥିବା ଅକମାଲକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେ ଡାକ୍ତରଙ୍କ ସମ୍ନାରେ ଦୁଇ ଡଜନରୁ ଅଧିକ ଅଣ୍ଡା ଦେଇଥିଲା । ଅକମାଲର ଏହି ଅବସ୍ଥା ପାଇଁ ତାକୁ ବାରମ୍ବାର ଡାକ୍ତରଖାନା ଯିବା ପାଇଁ ପଡୁଛି ।

ଡେଲି ମେଲ୍ ରିପୋର୍ଟ ଅନୁସାରେ ଇଣ୍ଡୋନେସିଆରେ ଜଣେ ୧୪ ବର୍ଷୀୟ ବାଳକ କହିଛି; ସେ ୨୦୧୬ ମସିହାରୁ ଅଣ୍ଡା ଦେଇ ଆସୁଛି । ଇଣ୍ଡୋନେସିଆର ପ୍ରାନ୍ତ ଦକ୍ଷିଣ ସୁଲାବେସୀରେ ରହୁଥିବା ଅକମାଲକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେ ଡାକ୍ତରଙ୍କ ସମ୍ନାରେ ଦୁଇ ଡଜନରୁ ଅଧିକ ଅଣ୍ଡା ରଖିଥିଲା । ଅକମାଲର ଏହି ଅବସ୍ଥା ପାଇଁ ତାକୁ ବାରମ୍ବାର ଡାକ୍ତରଖାନା ଯିବା ପାଇଁ ପଡୁଛି । ଅକମାଲ ଗତ ଦୁଇ ବର୍ଷ ମଧ୍ୟରେ ୧୮ଟି ଅଣ୍ଡା ଦେଇଛି ଏବଂ ୨୨ ଫେବୃଆରୀରେ ସେ ଦୁଇଟି ଅଣ୍ଡା ଡାକ୍ତରଙ୍କୁ ଦେଖାଇଛି । ଡାକ୍ତର ଏହାକୁ ଦେଖି କହିଛନ୍ତି ମାନବ ଶରୀରରେ ଏପରି ଅଣ୍ଡା ଦେବା ପ୍ରକ୍ରିୟା ଅଦ୍ଭୁତ ଅଟେ ।

ଏହି ଘଟଣାର ପୁକ୍ତା ପ୍ରମାଣ ପାଇବା ପାଇଁ ଡାକ୍ତର ଅକମାଲର ସୋନୋଗ୍ରାଫି କରାଇଥିଲେ ଏବଂ ଏହି ପରୀକ୍ଷା ପରେ ପ୍ରମାଣିତ ହୋଇଥିଲା ସତ୍ୟରେ ଅକମାଲ ପେଟରେ କୁକୁଡ଼ା ଅଣ୍ଡା ରହିଛି । ଅକମାଲଙ୍କ ପିତା କହିଛନ୍ତି; ଯେତେବେଳେ ମୁଁ ଅଣ୍ଡାକୁ ଫଟାଇ ଥିଲି ସେହି ସମୟରେ ଅଣ୍ଡାର ଅଂଶ ହଳଦିଆ ଥିଲା । କିନ୍ତୁ ଯେତେବେଳେ ଏକ ମାସ ପରେ ଦ୍ଵିତୀୟ ଅଣ୍ଡା ଫଠାଇ ଥିଲି ସେହି ସମୟରେ ତାହା ପୁରା ଧଳା ଥିଲା । ଏହି ରହସ୍ୟକୁ ଡାକ୍ତର ମାନେ ସମାଧାନ କରିପାରି ନାହାନ୍ତି ।