ନିଜର ଦୁଇଜଣ ପତ୍ନୀଙ୍କ ସହ ଏକତ୍ର ରୁହନ୍ତି ଏହି ବଲିଉଡର ତାରକା ଜଣଙ୍କ । ନାମ ଜାଣିବା ପରେ ବିଶ୍ୱାସ କରି ପାରିବେ ନାହଁ ।

Spread the love

ବଲିଉଡରେ ପ୍ରାୟତଃ ଆପଣମାନେ ଶୁଣିଥିବେ ଗୋଟିଏ ବିବାହ ହେବା ପରେ ଜଣେ ଅଭିନେତ୍ରୀ କିମ୍ବା ଅଭିନେତାଙ୍କ ହୃଦୟ ଅନ୍ୟ କେଉଁ ଅଭିନେତା କିମ୍ବା ଅଭିନେତ୍ରୀ ପ୍ରତି ଆକର୍ଷିତ ହୋଇଥାଏ; ତେବେ ଦୁହିଁଙ୍କ ସମ୍ପର୍କରେ ଛାଡପତ୍ର ହୋଇ ଯାଇଥାଏ । ଏହିପରି ଆପଣ ଅନେକ ନାମ ଶୁଣିଥିବେ; ଯେଉଁମାନେ ପ୍ରଥମ ବିବାହ କରିବା ସ୍ୱତେ ଦ୍ଵିତୀୟ ସଂପର୍କ ରଖି ଅଭିନେତାମାନେ ଏହି ସୂଚୀରେ ସାମିଲ ହୋଇଛନ୍ତି । ଆମେ ଆଜି ଏହିପରି ଏକ ତାରକାଙ୍କ ବିଷୟରେ କହିବୁ ଯିଏ ଜଣେ ଅଭିନେତା ହେବା ସହ ଗାୟକ, ଗୀତ ଲେଖକ, ନିର୍ଦେଶକ, ପ୍ରଯୋଜକ ଅଟନ୍ତି । ଆମେ ଏଠାରେ କହିବା ପାଇଁ ଚାହୁଁଛୁ, ପ୍ରସିଦ୍ଧ ଗାୟକ ହୀମେଶ ରେସମୀୟାଙ୍କ ବିଷୟରେ । ନିଜର ଦୁଇ ଜଣ ପତ୍ନୀଙ୍କ ସହ ଗୋଟିଏ ସ୍ଥାନରେ ରୁହନ୍ତି ଏହି ତାରକା ଜଣଙ୍କ । ଦୁଇ ବର୍ଷ ପୂର୍ବରୁ ଦ୍ଵିତୀୟ ବିବାହ କରିଥିଲେ ।

ନିଜର ଦୁଇଜଣ ପତ୍ନୀଙ୍କ ସହ ଏକତ୍ର ରୁହନ୍ତି ଏହି ବଲିଉଡର ତାରକା ଜଣଙ୍କ :

ବଲିଉଡର ପ୍ରସିଦ୍ଧ ଗାୟକ ହୀମେଶ ରେସମୀୟା ୨୦୧୭ରେ ନିଜର ଲମ୍ବା ସମୟର ବାନ୍ଧବୀ ସୋନିୟା କପୁରଙ୍କ ସହ ପ୍ରଥମେ କୋର୍ଟ ବିବାହ କରିଥିଲେ ଏବଂ ପରେ ଗୁଜୁରାତି ରୀତିନୀତିରେ ବିବାହ କରିଥିଲେ । ୨୪ ବର୍ଷ ପୂର୍ବେ ହୀମେଶ, କୋମଳ ନାମକ ଜଣେ ଝିଅଙ୍କ ସହ ବିବାହ କରିଥିଲେ ଯାହାଙ୍କୁ ହୀମେଶ ୨୦୧୭ରେ ଛାଡପତ୍ର ଦେଇଥିଲେ । କୋମଲ ଏବଂ ହୀମେଶଙ୍କ ଏକ ପୁତ୍ର ମଧ୍ୟ ରହିଛି ଯାହାର ନାମ ସ୍ୱୟଂ ଅଟେ । ହୀମେଶଙ୍କ ପୂର୍ବ ପତ୍ନୀ କୋମଲଙ୍କ କହିବା ଅନୁସାରେ, ସେ ହୀମେଶଙ୍କ ଠାରୁ ସ୍ୱ-ଇଛାରେ ଭିନ୍ନ ହୋଇଛନ୍ତି ।

ସେମାନଙ୍କ ଛାଡ଼ପତ୍ରର କାରଣ ସୋନିୟା ନୁହଁନ୍ତି ବରଂ ରେସମୀୟା ପରିବାରର ସଦସ୍ୟ ଅଟନ୍ତି । ଏହା ସହ ସବୁଠୁ ଭଲ ଖବର ହେଉଛି, ହୀମେଶଙ୍କ ଦୁଇଜଣ ପତ୍ନୀ ଗୋଟିଏ ବିଲ୍ଡିଂଗରେ ଅଲଗା ଅଲଗା ଫ୍ଲାଟରେ ରହୁଛନ୍ତି । ହୀମେଶ ନିଜ ପତ୍ନୀ ସୋନିୟାଙ୍କ ସହ ଲୋଖଣ୍ଡବାଳାରେ ବିଲ୍ଡିଂଗ ୩୫ ନମ୍ବର ଫ୍ଲୋରରେ ରହୁଥିବା ବେଳେ କୋମଳ ସେହି ବିଲ୍ଡିଂଗର 36 ନମ୍ବର ଫ୍ଲୋରରେ ରହୁଛନ୍ତି । ହୀମେଶ ଜଣେ ଗୁଜୁରାତି ପରିବାରରୁ ଆସିଛନ୍ତି ଏବଂ ଛୋଟ ବେଳୁ ହିଁ ନିଜ ପିତାଙ୍କ ସହ ସଂଗୀତରେ କାର୍ଯ୍ୟ କରି ଆସୁଛନ୍ତି । ହୀମେଶଙ୍କୁ ଶିକ୍ଷା ହୀମେଶଙ୍କ ପିତା ବିପିନ ରେସମୀୟା ଦେଇଥିଲେ କିନ୍ତୁ ପ୍ରକୃତରେ ହୀମେଶ ଜଣେ ଅଭିନେତା ହେବା ପାଇଁ ଚାହୁଁଥିଲେ । ହୀମେଶଙ୍କ ପିତା ଚାହୁଁଥିଲେ ନିଜର ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଅର୍ଥାତ ବଡ଼ ପୁଅ ସଙ୍ଗୀତଜ୍ଞ ହେଉ କିନ୍ତୁ ଦୁର୍ଭାଗ୍ୟର ବିଷୟର ତାଙ୍କର ବଡ ପୁଅର ମୃତ୍ୟୁ ହୋଇ ଯାଇଥିଲା । ଏହି କାରଣରୁ ହୀମେଶଙ୍କୁ ନିଜ ପିତାଙ୍କ ଇଛା ପୁରଣ କରିବା ପାଇଁ ପଡିଥିଲା ।

୧୯୯୮ ମସିହାରେ ହୀମେଶ ରେସମୀୟାଙ୍କୁ, ସଲମାନ ଖାନ୍ ନିଜ ଫିଲ୍ମ “ପ୍ୟାର କିୟା ତୋ ଡରନା କ୍ୟା”ରେ ସୁଯୋଗ ଦେଇଥିଲେ । ସେହି ଦିନ ଠାରୁ ହୀମେଶ, ସଲମାନଙ୍କ ବନ୍ଧୁ ପାଲଟି ଯାଇଥିଲେ । ହୀମେଶ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯାହା ସଫଳତାର ଶିଖର ଛୁଇଁ ପାରିଥିଲା । ୨୦୦୬ରେ ଫିଲ୍ମ “ଆପ୍ କା ସୁରୁର୍” ମ୍ୟୁଜିକ ଆଲବମ ଆସିଥିଲା, ଯେଉଁଥିରେ ହୀମେଶ ଅଭିନୟ କରିଥିଲେ । ଏହାପରେ ୨୦୦୭ରେ ଫିଲ୍ମ “ଆପ୍ କା ସୁରୁର୍” ମଧ୍ୟମ ଧରଣର ସଫଳତା ପାଇଥିଲା । ହୀମେଶ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଯେପରି “କର୍ଜ”, “ଖିଲାଡି 786”, “ରେଡିୟୋ”, “ଏକ୍ସପୋଜ”, “ଆପ୍ କା ସୁରୁର୍-2” । ହୀମେଶଙ୍କ ଗୀତ ହିଟ୍ ହୋଇଥିବା ବେଳେ ଅଭିନୟରେ ସଫଳତା ପାଇନାହାନ୍ତି । ହୀମେଶ ଅନେକ ସଫଳ ରିୟାଲିଟି ଶୋ’ର ଜର୍ଜ ମଧ୍ୟ ଅଛନ୍ତି ।