ବିଶ୍ୱ କପ ପୂର୍ବରୁ ଏହି ଖେଳାଳି ଆହତ ହୋଇଛନ୍ତି, ଋଷଭ ପନ୍ତଙ୍କୁ ମିଳି ପାରେ ସୁଯୋଗ ।

Spread the love

ମୋହଳିରେ ରବିବାର ଦିନ ଖେଳା ଯାଇଥିବା ମ୍ୟାଚରେ ଭାରତୀୟ କ୍ରିକେଟ ଟିମର ଖେଳାଳି ଜଣେ ଆହତ ହୋଇ ଯାଇଛନ୍ତି ।

ରବିବାର ଦିନ ପଞ୍ଜାଵ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ ହୋଇଥିଲା, ଯେଉଁଥିରେ ପଞ୍ଜାଵ ଜିତି ଯାଇଥିଲା କିନ୍ତୁ ଭାରତୀୟ କ୍ରିକେଟ ଦଳକୁ ଏକ ଖରାପ ଖବର ମିଳିଛି । ମୋହଳିରେ ରବିବାର ଦିନ ଖେଳା ଯାଉଥିବା ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଖେଳାଳି ଆଘାତ ପାଇଥିଲା । ଯାହାଙ୍କ ଚୟନ ବିଶ୍ୱକପ ପାଇଁ ହୋଇଥିଲା ।ଚେନ୍ନାଇ ପାଇଁ ଖେଳୁଥିବା କେଦାର ଯାଦବଙ୍କୁ ଫିଲ୍ଡିଂ ସମୟରେ ଆଘାତ ଲାଗିଥିଲା । ଯାହାପରେ ସେ ଖେଳିବା ପାଇଁ ଅସମର୍ଥ ହୋଇଯାଇ ଥିଲେ । ଯାହା ପରେ ଭାରତୀୟ କ୍ରିକେଟ ଦଳ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇ ଯାଇଥିଲା ।

ଆଇପିଏଲର ଏହି ସମୟରେ କୌଣସି ଖେଳାଳୀକୁ ଆଘାତ ନ ଲାଗିବ ଯେପରି ସେହିପ୍ରତି ସମସ୍ତେ ଚିନ୍ତାରେ ରୁହନ୍ତି । କେଦାର ଯାଦବଙ୍କ ଆଘାତ ପରେ ଭାରତୀୟ ଦଳ ଚିନ୍ତାରେ ପଡିଯାଇଛି । କାରଣ ଏହାଙ୍କ ଚୟନ ଅଲରାଉଣ୍ଡର ରୂପେ ବିଶ୍ୱକପ ଦଳ ପାଇଁ କରାଯାଇଥିଲା । ଏହି ପ୍ରରିପ୍ରେକ୍ଷୀରେ ଏହି ଖେଳାଳି ଜଣକ ଫିଟ୍ ନ ହୁଅନ୍ତି ତେବେ ମାମଲା ବିଗିଡି ଯିବ । ଏହାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଖେଳାଇବା ପାଇଁ ପଡିପାରେ ଯାହା ଗେମ ପ୍ଲାନକୁ ବଦଲାଇ ଦେଇପାରେ ।

ଏହି ସିଜନରେ ଆଗକୁ ଖେଳି ପାରିବେ ନାହିଁ ଯାଦବ :

କେଦାର ଯାଦବଙ୍କୁ ଫିଲଡିଂ କରିବା ସମୟରେ ୧୪ ତମ ଓଭରରେ ଆଘାତ ଲାଗିଥିଲା । ଯାହାପରେ କୋଚ କହିଥିଲେ କେଦାରଙ୍କ ଏକ୍ସରେ ସୋମବାର ଦିନ କରାଯିବ, ଏହାପରେ ନିର୍ଣ୍ଣୟ ହୋଇପାରିବ ସେ କେଉଁ ଦିନ ପର୍ଯ୍ୟନ୍ତ ଫିଟ୍ ହେବେ । ଉପସ୍ଥିତ ଘଟଣାକୁ ଦେଖି କୁହାଯାଉଛି ଭବିଷ୍ୟତରେ ଏହି ସିଜିନରେ କେଦାର ଚେନ୍ନାଇ ପାଇଁ ଖେଳି ପାରିବେ ନାହିଁ । କାରଣ ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଛି, ଯାହା ଉପରେ କିଛି ଟିପ୍ପଣୀ ଦେବା ବର୍ତ୍ତମାନ ସମ୍ଭବ ନୁହେଁ ।

ଭଲ ଅଲରାଉଣ୍ଡର ଅଟନ୍ତି କେଦାର :

କେଦାରଙ୍କୁ ଅଲରାଉଣ୍ଡର ରୂପେ ଦଳରେ ଚୟନ କରାଯାଇଥିଲା । ଏହି ପ୍ରରିପ୍ରେକ୍ଷୀରେ ଆଶା କରାଯାଉଛି କେଦାର ଶୀଘ୍ର ଠିକ୍ ହୋଇଯିବେ ଏବଂ ବିଶ୍ୱକପରେ ଖେଳିବା ପାଇଁ ଫିଟ୍ ହୋଇଯିବେ । କେଦାର ଯାଦବ ଠିକ ନହେଲେ ଭାରତୀୟ ଦଳକୁ ଏକ ବଡ ଧକ୍କା ଲାଗିବ କାରଣ ଦଳରେ ଭଲ ଅଲରାଉଣ୍ଡର ରହିବା ନିହାତି ଜରୁରୀ ଅଟେ । ଏହି ପରିସ୍ଥିତିରେ କହିବା କଷ୍ଟକର ଅଟେ କେଦାର ବିଶ୍ୱକପରେ ଖେଳିବେ ନା ନାହିଁ ।

ଯାଦବଙ୍କ ପ୍ରତିବଦଳରେ ରୁଷଭଙ୍କୁ ମିଳିପାରେ ସୁଯୋଗ :

ଯଦି କେଦାର ବିଶ୍ୱକପ ଦଳରେ ଫିଟ ହୋଇ ଯୋଗ ଦେଇପାରନ୍ତି ନାହିଁ ତେବେ ଋଷଭ ପନ୍ତଙ୍କୁ ଦଳରେ ସୁଯୋଗ ମିଳିବ ।ଋଷଭଙ୍କ ଚୟନ ଦଳ ପାଇଁ ସ୍ଥଗିତରେ ରହିଥିଲା ଯାହାଫଳରେ ବର୍ତ୍ତମାନ ଋଷଭଙ୍କୁ କେଦାରଙ୍କ ସ୍ଥାନରେ ସୁଯୋଗ ମିଳି ପାରେ ।କିନ୍ତୁ ପ୍ରଶଂସକ ଆଶା ରଖିଛନ୍ତି କେଦାର ଫିଟ ହୋଇଯାଅନ୍ତୁ ଯାହାଫଳରେ ଦଳ ବିଶ୍ୱକପରେ ଭଲ ପ୍ରଦର୍ଶନ କରିପାରିବ ।