ଅଭିଷେକ ଐଶ୍ଵର୍ଯ୍ୟଙ୍କ ବିବାହ ପୂର୍ବରୁ ଏହି ଘଟଣା ଘଟିଥିଲା । ଶୁଣିବା ପରେ ଚକିତ ହୋଇ ପଡିଥିଲା ବଚ୍ଚନ ପରିବାର ।

Spread the love

ଐଶ୍ଵର୍ଯ୍ୟ ଏବଂ ଅଭିଷେକଙ୍କ ବିବାହ ଖୁବ୍ ଧୁମ୍ ଧାମରେ ହୋଇଥିଲା । କିନ୍ତୁ ବିବାହର କିଛି ସମୟ ପୂର୍ବରୁ ଏପରି କିଛି ହୋଇଥିଲା ।

ବଲିଉଡର ସବୁଠୁ ପ୍ରସିଦ୍ଧ ଯୋଡି ଏଶ୍ ଓ ଅଭିଷେକଙ୍କ ବିବାହକୁ ୧୨ ବର୍ଷ ପୂର୍ତ୍ତି ଆଜି ହୋଇଛି । ୧୨ ବର୍ଷ ପୂର୍ବେ ୨୦ ଏପ୍ରିଲ ୨୦୦୭ରେ ଏହି ଦୁଇ ଯୋଡ଼ିଙ୍କ ବିବାହ ପ୍ରତୀକ୍ଷା ନିବାସରେ ହୋଇଥିଲା । ଏହି ବିବାହ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା । କିନ୍ତୁ ବିବାହର ଗୋଟିଏ ରାତି ପୂର୍ବରୁ କିଛି ଏପରି ଘଟିଥିଲା, ଯାହାକୁ ନେଇ ଖବରକାଗଜ ଗୁଡିକରେ ଖୁବ୍ ଚର୍ଚ୍ଚା ଚାଲିଥିଲା ।

ଏପରି କିଛି ଘଟିଥିଲା, ଯାହା ଫଳରେ ବର ଏବଂ କନ୍ୟା ପକ୍ଷ ଚିନ୍ତିତ ହୋଇ ପଡିଥିଲେ । ଘଟଣା କିଛି ଏପରି ଥିଲା, ଯାହା ଫଳରେ ବଚ୍ଚନ ପରିବାରର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଥିଲେ । ଏହି ଖବର ନିଆଁ ପରି ମାଡି ଚାଲିଥିଲା । ଏପରି କିଛି ଘଟଣା ଘଟିବ ବୋଲି ବଚ୍ଚନ ପରିବାର ସ୍ୱପ୍ନରେ ମଧ୍ୟ ଭାବି ନ ଥିଲେ । ଆସନ୍ତୁ ଜାଣିବେ ୧୨ ବର୍ଷ ପୂର୍ବେ ଏପରି କଣ ଘଟଣା ଘଟିଥିଲା ଯାହାଫଳରେ ଅଭିଷେକ ଓ ଐଶ୍ଵର୍ଯ୍ୟଙ୍କ ବିବାହ ସ୍ଥଗିତ ହୋଇଯାଇ ଥା’ନ୍ତା ।

ଏଶ୍ ଓ ଅଭିଷେକଙ୍କ ବିବାହରେ ଏକ ନୂଆଁ ମୋଡ଼ ଆସିଥିଲା :

ବଚ୍ଚନ ପରିବାର ନିଜର ଏକମାତ୍ର ପୁଅର ବିବାହରେ ମଜାମସ୍ତି କରୁଥିଲେ । ଚାରି ଆଡେ ଖୁସିର ବାତାବରଣ ଚାଲିଥିଲା । ଏହି ସମୟରେ କିଛି ଏପରି ଘଟିଥିଲା, ଯାହା ପରେ ସଂପୂର୍ଣ୍ଣ ପରିବାର ଦୋହଲାଇ ଦେଇଥିଲା । ୧୨ ବର୍ଷ ପୂର୍ବେ ଜାନଭି କପୁର ନାମକ ଏକ ମଡେଲ ନିଜର ହାତ କାଟି ଦେଇଥିଲେ, ପ୍ରତୀକ୍ଷା ଭବନ ଆଗରେ । ଯାହାଫଳରେ ବଚ୍ଚନ ପରିବାର ଦୋହଲି ଯାଇଥିଲା ।ଜାନଭି ୧୯ ଏପ୍ରିଲ ୨୦୦୭ରେ ଅଭିଷେକଙ୍କ ଉପରେ ଅନେକ ଆରୋପ ଲଗାଇ କହି ଥିଲେ, ଅଭିଷେକ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ବଢି ଯାଇଛି ।

ମୋ ସହ ବିବାହ କରି ସାରିଛନ୍ତି ଅଭିଷେକ ବଚ୍ଚନ- ଜାନଭି କପୁର :-

ଜାନଭି, ଅଭିଷେକଙ୍କ ଉପରେ ଆରୋପ ଲଗାଇ ଥିଲେ, କିଛି ବନ୍ଧୁଙ୍କ ସାମ୍ନାରେ ମୋ ସହ ବିବାହ କରିଥିଲେ । ଯାହାପରେ ଏହି ଘଟଣାଟି ସବୁଆଡେ ପ୍ରସାରିତ ହୋଇଯାଇ ଥିଲା । ଯେତେବେଳେ ଜାନଭିଙ୍କୁ ପଚରା ଯାଇଥିଲା, ତାଙ୍କ ପାଖରେ ବିବାହର ପ୍ରମାଣ କଣ ରହିଛି ? ସେହି ସମୟରେ ସେ ଉତ୍ତର ଦେଇଥିଲେ, “ପ୍ରେମରେ ପ୍ରମାଣର ଆବଶ୍ୟକତା ଦରକାର ପଡି ନଥାଏ ।” ପରେ ଜାନଭି ନିଜ ହାତ କାଟି ଦେଇଥିବା କାରଣରୁ ଗିରଫ କରାଯାଇ ଥିଲା । ଏହି ଘଟଣା ଘଟିବା ଫଳରେ ପୁରା ବଚ୍ଚନ ପରିବାର ଦୋହଲି ଯାଇଥିଲେ । ଜାନଭି ଏବଂ ଅଭିଷେକ “ଦଶ ବାହାନେ” ଚଳଚିତ୍ରରେ ମିଳିତ କାମ କରିଥିଲେ ।

ଏଶ୍ ଓ ଅଭିଷେକଙ୍କ ବିବାହକୁ ୧୨ ବର୍ଷ ପୂର୍ତ୍ତି ହୋଇଛି :

ଏଶ୍ ଓ ଅଭିଷେକ ବାଚ୍ଚନଙ୍କ ବିବାହକୁ ଆଜି ୧୨ ବର୍ଷ ପୂର୍ତ୍ତି ହୋଇଛି । ଦୁହେଁ ନିଜର ବୈବାହିକ ଜୀବନରେ ଖୁସିରେ ଅଛନ୍ତି । ଦୁହେଁ ମିଳିତ “ଗୁରୁ”, “ରାବଣ”, “କୁଛ ନା କହୋ” ଚଳଚିତ୍ରରେ କାମ କରିଛନ୍ତି । ଦୁହେଁଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି । ଏଶ୍ ଙ୍କୁ ବଚନ ପରିବାର ଖୁବ୍ ପସନ୍ଦ କରେ ।