ଶାହରୁଖ ଖାନଙ୍କ ବୋହୂ ହେବେ ଏହି ସୁନ୍ଦରୀ ଯୁବତୀ ? ଫୋଟୋ ଦେଖି ଆପଣମାନେ ମଧ୍ୟ ତାଙ୍କ ସୁନ୍ଦରତାର ଦିୱାନା ପାଲଟି ଯିବେ !

Spread the love

ବଲିଉଡ଼ର ଏହି ରଙ୍ଗୀନ ଦୁନିଆରେ କିଙ୍ଗ ଖାନଙ୍କ ନାମରେ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ଥିବା ଶାହରୁଖ ଖାନଙ୍କ ବିଷୟରେ ଆଲୋଚନା କରିବା । ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଭିନୟ ବଳରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିଣି ପାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଶାହରୁଖ ଖାନ୍ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସବୁଠାରୁ ଚର୍ଚ୍ଚିତ ନାମ ଅଟେ । ବର୍ତ୍ତମାନ ଚଳଚ୍ଚିତ୍ର ଗୁଡ଼ିକ କେବଳ ତାଙ୍କ ନାମ ଅନୁସାରେ ଚାଲେ । ତାଙ୍କ ନାମ ବଲିଉଡ଼ର ଉତ୍ତମ ଅଭିନେତା ମାନଙ୍କ ସୂଚୀରେ ମଧ୍ୟ ସାମିଲ ହୋଇଛି । ନିଜର କ୍ୟାରିୟର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ନିଜର ଅଭିନୟର ପ୍ରଦର୍ଶନ କରିଥିବା ଶାହରୁଖଙ୍କ ବର୍ତ୍ତମାନ ଲକ୍ଷ ଲକ୍ଷ ସଂଖ୍ୟାରେ ଫ୍ୟେନ୍ସ ଅଛନ୍ତି । କିନ୍ତୁ ଆଜି ଆମେ ଶାହରୁଖ ଖାନଙ୍କ ବିଷୟରେ ନୁହେଁ ବରଂ ତାଙ୍କ ପୁଅ ଆର୍ୟନ ଖାନଙ୍କ ସହିତ ଜଡ଼ିତ ଗୋଟିଏ ଖବର ବିଷୟରେ ଜଣାଇବାକୁ ଯାଉଛୁ ।

ବଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ ନିଜର ରୋମାନ୍ସରେ ଯାଦୁ ଭରି ଦେଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଆସିଥାନ୍ତି । ନିଜ ବାପାଙ୍କ ପରି ଭଲ ଦେଖାଯାଉଥିବା ଆର୍ୟନ ଚଳଚ୍ଚିତ୍ରରେ ଜଗତରେ ପାଦ ଦେବା ପୂର୍ବରୁ ହିଁ ଯୁବପିଢ଼ିର ସ୍ପନ୍ଦନ ପାଲଟି ଯାଇଛନ୍ତି । ତାଙ୍କର ଷ୍ଟାଇଲ ଏବଂ ଲୁକ୍ସ ପାଇଁ ଲକ୍ଷ ଲକ୍ଷ ଝିଅ ଦିୱାନୀ ଅଟନ୍ତି । ଆର୍ୟନ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିଲେ ମଧ୍ୟ କେହି ଅଛନ୍ତି ଯିଏକି ଆର୍ୟନଙ୍କ ହୃଦୟରେ ରାଜ କରୁଛନ୍ତି । ଖବର ଏହା ଆସୁଅଛି ଯେ, ଆର୍ୟନ ଗୋଟିଏ ସୁନ୍ଦରୀ ଏବଂ ହଟ ଝିଅଙ୍କୁ ଡେଟ୍ କରୁଛନ୍ତି ଏବଂ ତାଙ୍କ ପ୍ରେମରେ ପୁରାପୁରି ପାଗଳ ହୋଇ ଯାଇଛନ୍ତି । ବର୍ତ୍ତମାନ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ ଯେ, ସେ ଝିଅଟି କିଏ ? ଯିଏକି ଆର୍ୟନଙ୍କ ହୃଦୟ ଜିଣି ପାରିଛନ୍ତି । ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ଯେଉଁ ଝିଅଙ୍କ ପ୍ରେମରେ ଆର୍ୟନ ପାଗଳ ସେ କୌଣସି ସାଧାରଣ ଝିଅ ନୁହଁନ୍ତି ବରଂ ସେ ବଲିଉଡ଼ର ଜଣାଶୁଣା ପରିବାରର ଜଣେ ସଦସ୍ୟ ଅଟନ୍ତି ।

ତେବେ ଚାଲନ୍ତୁ ଆପଣଙ୍କ ଅପେକ୍ଷାକୁ ଆହୁରି ନ ବଢ଼ାଇ ସେହି ଝିଅର ନାମ ଜାହିର କରିଦେଉଛୁ । ଭାଇରଲ ହେଉଥିବା ଖବର ଅନୁଯାୟୀ ଆର୍ୟନ ଯେଉଁ ଝିଅଙ୍କୁ ଡେଟ୍ କରୁଛନ୍ତି ତାଙ୍କ ନାମ ନବ୍ୟା ନବେଲି ନନ୍ଦା ଅଟେ । ନବ୍ୟା ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ନନ୍ଦାଙ୍କ ଝିଅ ଅଟନ୍ତି । ନବ୍ୟାଙ୍କ ବିଷୟରେ ଆଲୋଚନା କରିବା, ତେବେ ତାଙ୍କ ଜନ୍ମ ୬ ଡିସେମ୍ବର ୧୯୯୭ରେ ହୋଇଥିଲା । ନବ୍ୟା ଏବଂ ଆର୍ୟନଙ୍କ ପ୍ରେମ କାହାଣୀ ସେଭେନେକ୍ସ ସ୍କୁଲ ଲଣ୍ଡନରୁ ଆରମ୍ଭ ହୋଇଥିଲା ।

ସ୍କୁଲରେ ଶିକ୍ଷା ପ୍ରାପ୍ତି ସମୟରେ ସେହି ଦୁଇଜଣ ପରସ୍ପରଙ୍କୁ ଭଲ ପାଇ ବସିଥିଲେ । କିନ୍ତୁ ଏହି ପ୍ରେମ କାହାଣୀର ଖବର ମିଡ଼ିଆରେ ଆସିଯିବ ବୋଲି ଦୁହେଁ କିଛି ସମୟ ପାଇଁ ପରସ୍ପର ଠାରୁ ଦୂରେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ଏମାନଙ୍କ ମଧ୍ୟରେ ସବୁକିଛି ଠିକ ଅଛି ଏବଂ ଏମାନେ ପୂର୍ବ ପରି ସାଥିରେ ବୁଲନ୍ତି ଏବଂ ଫୋଟୋ ମଧ୍ୟ ଅପଲୋଡ଼ କରନ୍ତି ।

ଆର୍ୟନ ନିଜ ପିତାଙ୍କ ପରି ଅଭିନୟକୁ ହିଁ ନିଜର କ୍ୟାରିୟର କରିବାକୁ ଚାହଁନ୍ତି ଏବଂ ସେ ବହୁତ ଶୀଘ୍ର ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଜଣାଇ ଦେଉଛୁ ଯେ, ଆର୍ୟନ ଯେଉଁ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ସେହି ଫିଲ୍ମକୁ କରନ ଜୋହର ନିର୍ଦ୍ଦେଶନା କରିବାକୁ ଯାଉଛନ୍ତି । ଖବର ଅନୁସାରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ୨୦୧୯ ମସିହାରେ ପରଦାରେ ରିଲିଜ ହେବ । ବର୍ତ୍ତମାନ ଆଗାମୀ ସମୟରେ ଦେଖିବା ଏହା ଯେ ପରଦାରେ ଆସିବା ପରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ସୁପରହିଟ ସାବ୍ୟସ୍ତ ହେବ କିମ୍ବା ନାହିଁ । ସାଥିରେ ଦେଖିବା ଏହା ଯେ ଆର୍ୟନ ଏବଂ ନବ୍ୟାଙ୍କ ଏହି ପ୍ରେମ କାହାଣୀ ଆଉ କେତେ ଦୂର ଯିବ ।