ଏହି ସୁନ୍ଦରି ଅଭିନେତ୍ରୀ ହେବାକୁ ଯାଉଛନ୍ତି ମନୀଷ ପାଣ୍ଡେଙ୍କ ବଧୂ, ବାହାଘରର ତାରିଖ ମଧ୍ୟ ସ୍ଥିର ହୋଇଗଲାଣି ।

Spread the love

ମନୀଷ ପାଣ୍ଡେ ଇଣ୍ଡିଆନ କ୍ରିକେଟର ଟିମର ମିଡଲ୍ ଅର୍ଡର ବେଟସ୍ ମ୍ୟାନ ଅଟନ୍ତି । ଅତିଶିଘ୍ର ମନୀଷ ପାଣ୍ଡେ ନିଜର ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ମନୀଷ ପାଣ୍ଡେଙ୍କୁ ତାଙ୍କର ଲାଇଫ ପାର୍ଟନର ମିଳି ସାରିଛି । ଏକ ଟାଲେଣ୍ଟେଡ ବେଟସ୍ ମ୍ୟାନ ରୂପରେ ପ୍ରସିଦ୍ଧ ଥିବା ମନୀଷ ପାଣ୍ଡେ ଅତିଶୀଘ୍ର ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏମିତିରେ ତୋ ବଲିଉଡ ସହ କ୍ରିକେଟର ଅତି ନିବିଡ଼ ସମ୍ପର୍କ ରହିଛି । ଅଧିକାଂଶରେ କ୍ରିକେଟରମାନେ ସୁନ୍ଦରି ଅଭିନେତ୍ରୀମାନଙ୍କୁ ବିବାହ କରିଥାନ୍ତି । ଏହି ପରମ୍ପରାକୁ ପାଳନ କରିବାକୁ ଯାଇ ମନୀଷ ପାଣ୍ଡେ ମଧ୍ୟ ସାଉଥ ଇଣ୍ଡିଆର ଜଣାଶୁଣା ଅଭିନେତ୍ରୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି କଥାର ପ୍ରଚାର କରାଯାଇସାରିଛି ଯେ, ମନୀଷ ପାଣ୍ଡେ ଏକ ଅତ୍ୟନ୍ତ ସୁନ୍ଦରୀ ଅଭିନେତ୍ରୀ ସହ ବିବାହ କରିବାକୁ ଯାଉଛନ୍ତି । ମନୀଷ ପାଣ୍ଡେଙ୍କ ବୟସ ବର୍ତ୍ତମାନ ୩୦ବର୍ଷ ଅଟେ ।

ମନୀଷ ପାଣ୍ଡେଙ୍କ ବାହାଘରର ତାରିଖ ସ୍ଥିର ହୋଇସାରିଛି । ଖବର ମୁତାବକ ରାଇଟ୍ ହେଣ୍ଡ ବେଟସ୍ ମ୍ୟାନ ମନୀଷ ପାଣ୍ଡେ ଆଜିକାଲି ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକ ଟିମର କ୍ୟାପଟେନ୍ ଅଛନ୍ତି । ଏହା ପୂର୍ବରୁ ଆଶିଷ ୱେଷ୍ଟଇଣ୍ଡିଜ ଗ୍ରସ୍ତ ସମୟରେ ଭାରତୀୟ ଟିମ ସାଥିରେ ଯାଇଥିଲେ । ଏହା ସହିତ ମନୀଷ ପାଣ୍ଡେ ସାଉଥଆଫ୍ରିକା ବିରୋଧରେ ଟି-୨୦ରେ ଅଂଶଗ୍ରହଣ କରିଥିଲେ ।

ଆଇପିଏଲ ମ୍ୟାଚରେ ସବୁଠାରୁ ଅଧିକ ସେଞ୍ଚୁରି ମାରୁଥିବା ମନୀଷ ପାଣ୍ଡେ ଏହି ବର୍ଷ ଡିସେମ୍ବର ୨ ତାରିଖରେ ମୁମ୍ବାଇର ସାଉଥ ଇଣ୍ଡିଆନ ଅଭିନେତ୍ରୀ ଆଶ୍ରିତା ରେଡ୍ଡୀଙ୍କ ସହିତ ବିବାହ କରିବେ । ଦୀର୍ଘ ସମୟରୁ ଏହି ଖବର ଆସୁଥିଲା କି ମନୀଷ ପାଣ୍ଡେ ଏବଂ ଆଶ୍ରିତା ରେଡ୍ଡୀ ରିଲେସନସିପରେ ଥିଲେ କିନ୍ତୁ ବର୍ତ୍ତମାନ ଏହି ଖବରରୁ ପରଦା ଉଠିଗଲାଣି । କାହିଁକି ନା ଦୁହେଁ ମିଶି ନିଜର ବାହାଘର ବିଷୟରେ ଅଫିସିଆଲରେ ଜଣାଇ ସାରିଲେଣି । ଆଶ୍ରୀତା ରେଡ୍ଡୀ ସାଉଥ ଫିଲ୍ମର ବହୁତ ବଡ଼ ଅଭିନେତ୍ରୀ ଅଟନ୍ତି ଏବଂ ତାଙ୍କ ବୟସ ୨୬ବର୍ଷ ଅଟେ । ଆଶ୍ରିତା ଆଜି ପର୍ଯ୍ୟନ୍ତ ସାଉଥର ଅନେକ ଗୁଡିଏ ବଡ଼ ଫିଲ୍ମରେ କାମ କରି ସାରିଛନ୍ତି ।

ଆଶ୍ରିତା ଆଜି ପର୍ଯ୍ୟନ୍ତ ସାଉଥର ଇନ୍ଦ୍ରଜିତ, ଓରୁ କନ୍ନିୟୁମ ମୋନୁ କଲବାନିକାଲୁମ ଏବଂ ଉଦ୍ଧୟମ NH4 ଭଳି ଅଧିକ ବଜେଟର ଫିଲ୍ମରେ କାମ କରିସାରିଛନ୍ତି । ଖବର ଅନୁସାରେ ଆଶ୍ରିତା ଅତିଶୀଘ୍ର ଆର ପନ୍ନିରସେଲ୍ବାମ ଡାଇରେକ୍ସନରେ ହେଉଥିବା ବହୁତ ବଡ଼ ଫିଲ୍ମରେ ନଜର ଆସିବେ । ଖବର ମୁତାବକ ମନୀଷ ପାଣ୍ଡେଙ୍କ ବାହାଘରରେ କେବଳ ତାଙ୍କର ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବ ହିଁ ରହିବେ । ମନୀଷ ପାଣ୍ଡେ ଏବଂ ଆଶ୍ରିତାଙ୍କ ବାହାଘର ପୁରା ରୀତିନୀତି ଅନୁସାରେ ହିଁ ମୁମ୍ବାଇରେ ହେବ । ମନୀଷ ପାଣ୍ଡେ ଡିସେମ୍ବରର ପ୍ରଥମ ସପ୍ତାହରେ ନିଜର ବାହାଘରର ସେଡ୍ୟୁଲ ରଖିଛନ୍ତି । କାହିଁକି ନା ଏହି ସମୟରେ ଇଣ୍ଡିଆନ କ୍ରିକେଟ ଟିମର ସମସ୍ତ ଖେଳାଳି ମୁମ୍ବାଇରେ ୱେଷ୍ଟଇଣ୍ଡିଜ ବିରୋଧରେ ହେଉଥିବା ଟି-୨୦ ସିରିଜ ପାଇଁ ଉପସ୍ଥିତ ରହିବେ । ଯାହାଦ୍ଵାରା ସେମାନେ ସହଜରେ ମନୀଷ ପାଣ୍ଡେ ଏବଂ ଆଶ୍ରିତା ରେଡ୍ଡୀଙ୍କ ବାହାଘରରେ ଉପସ୍ଥିତ ରହିପାରିବେ । ଜଣାଇ ଦେଉଛୁ ଯେ, ମନୀଷ ପାଣ୍ଡେଙ୍କ ପୂର୍ବ ଆଇପିଏଲ ସିଜନ କିଛି ଭଲ ନ ଥିଲା । କିନ୍ତୁ ଆଶା କରାଯାଉଛି ଯେ, ସେ ଶୀଘ୍ର ହିଁ ଟିମ୍ ଇଣ୍ଡିଆରେ ସେ ନିଜର ସ୍ଥାନ ଦୃଢୀଭୂତ କରିପାରିବେ ।