ଜନୀ ଲିବରଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରିସାରିଛନ୍ତି ଏହି ଅଭିନେତ୍ରୀ । ବହୁତ ଗ୍ଲେମରେଶ, ଦେଖିବା ପରେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ !

Spread the love

ଚଳଚ୍ଚିତ୍ର ବା ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ଏପରି ଇଣ୍ଡଷ୍ଟ୍ରି ଅଟେ ଯେଉଁଠାରେ ସବୁଦିନ ଲୋକେ ନିଜର ଭାଗ୍ୟ ପରୀକ୍ଷା ହୋଇଥାଏ । ବହୁତ ଲୋକଙ୍କ ସ୍ୱପ୍ନ ଥାଏ ଯେ, ଏହି ମାୟାନଗରୀର ସେମାନେ ଅଂଶ ହେବେ । କିନ୍ତୁ ସମସ୍ତଙ୍କ ଭାଗ୍ୟ ଏକା ପରି ନୁହେଁ । କହିବାକୁ ଗଲେ ସମସ୍ତଙ୍କୁ ତ ଏଠାରେ ସୁଯୋଗ ମିଳିନଥାଏ ଓ ଯେଉଁମାନଙ୍କୁ ସୁଯୋଗ ମିଳିଥାଏ ସେମାନେ ନିଜ ଅଭିନୟର କଳାରେ ସୁପରଷ୍ଟାର ହୋଇଯାନ୍ତି । କିନ୍ତୁ ଆଉ କେତେକ ବ୍ୟକ୍ତିଙ୍କୁ ସୁଯୋଗ ମିଳିବା ପରେ ମଧ୍ୟ ବିଶେଷ କିଛି କରିପାରନ୍ତି ନାହିଁ ଏବଂ ଅଳ୍ପ କେତେକ ଚଳଚ୍ଚିତ୍ରରେ ନଜର ଆସିବା ପରେ ବଲିଉଡ ଦୂନିଆରୁ ସେମାନେ କୁଆକେ ଉଭେଇ ଯାଆନ୍ତି । କିଛି ଏପରି ମଧ୍ୟ କଳାକାର ଅଛନ୍ତି, ଯେଉଁମାନେ ନିଜର ପ୍ରଥମ ଚଳଚ୍ଚିତ୍ରରେ ହିଁ ଚମତ୍କାର ପ୍ରଦର୍ଶନ କରି ରାତାରାତି ପ୍ରସିଦ୍ଧ ହୋଇଯାଇଥାନ୍ତି । କିନ୍ତୁ ପରେ ଆସିଥିବା ଚଳଚ୍ଚିତ୍ର ମାନଙ୍କରେ ନିଜର ଯଲବା ଦେଖେଇ ପାରିନାହାନ୍ତି ।

ଉଦାହରଣ ଅମିଷା ପଟେଲ ଏବଂ ଭାଗ୍ୟଶ୍ରୀ ଏପରି ହିଁ କିଛି ଅଭିନେତ୍ରୀ ଅଟନ୍ତି; ଯାହାଙ୍କ ପ୍ରଥମ ଚଳଚ୍ଚିତ୍ର ସୁପରହିଟ ହୋଇଥିଲା କିନ୍ତୁ ପରେ ସେ ପ୍ରସିଦ୍ଧତାର ଏହି ମାୟାନଗରୀରେ କୁଆଡେ ହଜିଗଲେ । ଅମିଷା ପଟେଲ ସୁପରହିଟ ଫିଲ୍ମ “କହୋ ନା ପ୍ୟାର ହେ”ରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହାପରେ ସେ ଆଉ ଗୋଟିଏ ହିଟ ଚଳଚ୍ଚିତ୍ର “ଗଦର ଏକ ପ୍ରେମ କଥା”ରେ ନଜର ଆସିଥିଲେ । କିନ୍ତୁ ଏହା ପରେ ତାଙ୍କର କୌଣସି ଚଳଚ୍ଚିତ୍ରରେ ମଧ୍ୟ ହିଟ ହୋଇପାରିଲା ନାହିଁ । ଠିକ ସେହିପରି ଭାଗ୍ୟଶ୍ରୀ ଚଳଚ୍ଚିତ୍ର “ମେନେ ପ୍ୟାର କିୟା”ରୁ ବଲିଉଡ଼ରେ ସମସ୍ତଙ୍କ ପସନ୍ଦ ହୋଇ ଯାଇଥିଲେ । କିନ୍ତୁ ଏହି ଚଳଚ୍ଚିତ୍ର ପରେ ସେ ବଲିଉଡ଼ର ମାୟାନଗରୀରେ ହଜିଗଲେ ।

ହସେଇବା ବା କମେଡି କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ବଲିଉଡ଼ରେ ବହୁତ କମ ଏପରି ଅଭିନେତ୍ରୀ ଅଛନ୍ତି ଯିଏ କମେଡି କରିପାରନ୍ତି । ଏପରି ହିଁ ଜଣେ ଅଭିନେତ୍ରୀଙ୍କ ବିଷୟରେ ଆଜି ଆମେ ଏହି ଲେଖାରେ କହିବାକୁ ଯାଉଛୁ । ଏହି ଅଭିନେତ୍ରୀକୁ ଆପଣ ଚଳଚ୍ଚିତ୍ର “ଆମଦାନୀ ଅଠନି ଖର୍ଚ୍ଚ ରୂପୟା”ରେ ଜନୀ ଲିବରଙ୍କ ପତ୍ନୀଙ୍କ ଭୂମିକାରେ ଦେଖିଥିବେ । ଏହି ଅଭିନେତ୍ରୀ “ଆ… ରା… ରା ରା” ଡାଏଲଗ୍ କହି ପ୍ରସିଦ୍ଧ ହୋଇଥିଲେ । ବର୍ତ୍ତମାନ ଆପଣ ଚିହ୍ନି ଯାଇଥିବେ ଆମେ କାହା ବିଷୟରେ ଚର୍ଚ୍ଚା କରୁଛୁ । ହଁ, ଆମେ ଆଲୋଚନା କରୁଛୁ ଅଭିନେତ୍ରୀ କେତକୀ ଦବେଙ୍କ ବିଷୟରେ । କେତକୀ ବର୍ତ୍ତମାନ ବଡ଼ ପରଦାରେ ଦେଖା ଯାଉନାହାନ୍ତି ।

ବହୁତ ସମୟରୁ ସେ କୌଣସି ଚଳଚ୍ଚିତ୍ର କିମ୍ବା ସିରିୟଲରେ ନଜର ଆସୁ ନାହାଁନ୍ତି । କେତକୀଙ୍କ କମେଡି ଟାଇମିଙ୍ଗ ବହୁତ ଭଲ ଅଟେ । ସେ ନିଜର କମେଡିରୁ ଦର୍ଶକ ମାନଙ୍କୁ ହସେଇ ଲୋଟପୋଟ କରି ଦେଉଥିଲେ ।

ପ୍ରକୃତ ଜୀବନରେ ବହୁତ ଗ୍ଲେମରେଶ ଅଟନ୍ତି କେତକୀ :

ଆପଣଙ୍କୁ ଜଣାଇ ଦେଉଛୁ ଯେ କେତକୀଙ୍କ ଜନ୍ମ ୧୩ ଅଗଷ୍ଟ ୧୯୬୦, ମୁମ୍ବାଇରେ ହୋଇଥିଲା । ସେ ୭୫ରୁ ଅଧିକ ଗୁଜରାଟୀ ଚଳଚ୍ଚିତ୍ର ମାନଙ୍କରେ କାମ କରିଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା; ତେବେ ସେ “ଆମଦାନୀ ଅଠନି ଖର୍ଚ୍ଚ ରୂପୟା”, “କଲ ହୋ ନା ହୋ” ଏବଂ “ହେଲୋ” ପରି ଚଳଚ୍ଚିତ୍ର ମାନଙ୍କରେ କାମ କରିଛନ୍ତି । କେତକୀ ବଡ଼ ପରଦା ସହିତ ଛୋଟ ପରଦାର ମଧ୍ୟ ଜଣାଶୁଣା ଚେହେରା ଅଟନ୍ତି । ଚଳଚ୍ଚିତ୍ର ମାନଙ୍କରେ ଆପଣ ତାଙ୍କୁ ସାଧାରଣ ରୂପରେ ଦେଖିଥିବେ କିନ୍ତୁ ପ୍ରକୃତ ଜୀବନରେ କେତକୀ ସେପରି ନୁହଁନ୍ତି । ପ୍ରକୃତ ଜୀବନରେ କେତକୀ ବହୁତ ଗ୍ଲେମରେଶ ଅଟନ୍ତି ।

ବର୍ତ୍ତମାନ ହିଁ ତାଙ୍କର କିଛି ଫୋଟୋ ସାମନାକୁ ଆସିଛି; ଯେଉଁଥିରେ ସେ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ଦେଖାଯାଉଛନ୍ତି । ପ୍ରକୃତ ଜୀବନ ଏବଂ ରିଲ ଲାଇଫ ବା ଚଳଚ୍ଚିତ୍ର ଜୀବନରେ କେତକୀ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି । ଆପଣ ଏହି ଫୋଟୋ ଗୁଡ଼ିକ ଦେଖି ଚିହ୍ନି ପାରିବେ ନାହିଁ । ଆପଣଙ୍କୁ ଜଣାଇ ଦେଉଛୁ ଯେ, କେତକୀଙ୍କ ବିବାହ ଅଭିନେତା ରସିକ ଦେବଙ୍କ ସହିତ ହୋଇଛି । ତାଙ୍କ ଝିଅ ନାମ ରିଦ୍ଧି ଦବେ ଅଟେ । ରିଦ୍ଧି ମଧ୍ୟ ତାଙ୍କ ମାଆଙ୍କ ପରି ଜଣେ ଅଭିନେତ୍ରୀ ଅଟନ୍ତି ।

ସୌଜନ୍ୟ : https://www.newstrend.news