ଏହି ସୁନ୍ଦରି ଅଭିନେତ୍ରୀ ଜଣକ ଗୋଟିଏ ବ୍ୟକ୍ତିଙ୍କୁ ହିଁ ୩ଥର ବିବାହ କରିଥିଲେ ! ଚେହେରା ଦେଖିକରି ବିଶ୍ୱାସ ହେବ ନାହିଁ !

Spread the love

ବଲିଉଡରେ ବାହାଘର ହେବା ଏବଂ ଭାଙ୍ଗିଯିବା ଏକ ସାଧାରଣ କଥା ଅଟେ । ଏହି ବଲିଉଡ ଜଗତରେ କାମ କରୁଥିବା ଅଭିନେତା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ମଧ୍ୟ କହି ହେବ ନାହିଁ । କେତେବେଳେ କିଛି ଷ୍ଟାର ବିବାହ କରିଥାନ୍ତି, ଅନ୍ୟ କିଛିଙ୍କୁ ପ୍ରେମ ହୋଇଥାଏ ତୋ ଅନ୍ୟ କିଛିଙ୍କ ବ୍ରେକଅପ ମଧ୍ୟ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯିଏକି ଗୋଟିଏ ହିଁ ବ୍ୟକ୍ତିଙ୍କୁ ତିନିଥର ବିବାହ କରିଥିଲେ । ହଁ ଆଜ୍ଞା, ଆମେ କଥା ହେଉଛୁ ୧୧ ନଭମ୍ବର ୧୯୩୬ରେ ଜନ୍ମ ଗ୍ରହଣ କରିଥିବା ନେପାଲୀ ଭାରତୀୟ ଅଭିନେତ୍ରୀ ସିହ୍ନାଙ୍କ ବିଷୟରେ ।

ଷାଠିଏ ଏବଂ ସତୁରୀ ଦଶକର ଯେତେବେଳେ ପରଦା ଉପରେ ନିଜ ସୁନ୍ଦରତା ଓ ଦକ୍ଷତାର ଆବଶ୍ୟକ ହେଉଥିଲା, ସେତେବେଳେ ମାଳା ସିହ୍ନାଙ୍କୁ ମନେ ପକାଇ ଯାଉଥିଲା । ମାଳା ସିହ୍ନା ସେହି ସମୟର ସିନେମାକୁ ନିଜର ଦକ୍ଷତାରେ ଏମିତି ମୁଗ୍ଧ କରିଥିଲେ ଯେ, ଆଜିମଧ୍ୟ ସେ ସ୍ମୃତିର ମାଳାର ଅମୂଲ୍ୟ ମୋତି ସାଜିଛନ୍ତି ବଲିଉଡ ଜଗତରେ ।

ବଲିଉଡ ଜଗତରେ ପାଦ ଥାପିଥିଲେ :

ଅଭିନେତ୍ରୀ ମାଳା ସିହ୍ନା ୧୬ବର୍ଷର ଥିଲେ ସେତେବେଳେ ସେ ଆକାଶ ବାଣୀ କୋଲକାତାରେ ଗୀତ ଶୁଣାଉଥିଲେ । ଜଣେ ପରିଚିତ ତାଙ୍କୁ ଉପଦେଶ ଦେଇଥିଲେ କି ପାର୍ଶ୍ଵ ଗାୟିକା ହେବା ଅପେକ୍ଷା ସେ ଅଭିନୟରେ ଜୋର ଦେଲେ ହୁଏତ ଅଧିକ ସଫଳତା ହାସଲ କରିପାରିବେ । ଗୋଟିଏ ଚିଠି ଧରି ସେ ନିଜ ପିତାଙ୍କ ସହ ମୁମ୍ବାଇର ଏକ ନିର୍ମାତାଙ୍କ ସହିତ ସାକ୍ଷାତ କରିଥିଲେ । ଏକ ଘଣ୍ଟାର ଅପେକ୍ଷା ପରେ ନିର୍ମାତା ଦେଖିବା ମାତ୍ରେ ହିଁ କହିଥିଲେ ପ୍ରଥମେ ନିଜର ଚେହେରା ଆଇନାରେ ଦେଖ । ଏମିତି ଭେଣ୍ଡି ନାକ ନେଇ ହିରୋଇନ ହେବାର ସ୍ବପ୍ନ ଦେଖିବାରେ ଲାଗିଛ । ନିଜ ଜୀବନରେ ଏହି ମୂହୁର୍ତ୍ତକୁ କେବେ ମଧ୍ୟ ଭୁଲି ପାରି ନଥିଲେ ।

ବଲିଉଡ ଜଗତରେ ସଫଳତା ହାସଲ କରିଥିଲେ :

ଜଣାଇ ଦେଉଛୁ ଯେ, ନିଜର ବଲିଉଡ଼ର ପ୍ରଥମ ଫିଲ୍ମ୍ ଫିଲ୍ମକାର ଅମିୟ ଚକ୍ରବର୍ତ୍ତୀର ବାଦଶାହା ତଥା ଫିଲ୍ମ୍ ଆଚାର୍ଯ୍ୟ କିଶୋର ସାହୁଙ୍କ ହେମଲେଟ ଥିଲା । କିନ୍ତୁ ଦୁର୍ଭାଗ୍ୟ ଯେ, ତାଙ୍କର ଦୁଇଟି ଯାକ ଫିଲ୍ମ୍ ଅସଫଳ ହୋଇଯାଇଥିଲା ଏବଂ ମାଳାଙ୍କ ବିଷୟରେ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଅନେକ କଥା ବ୍ୟାପିବାରେ ଲାଗିଥିଲା । ଯାହାପରେ ଚୋପଡାଙ୍କ ନିର୍ଦ୍ଦେଶନାରେ ଫିଲ୍ମ୍ ଆସିଥିଲା ‘ଧୁଲ କା ଫୁଲ’ । ଏହି ଫିଲ୍ମରେ ଦର୍ଶକ ମାନେ ମାଳାଙ୍କ ଅଲଗା ଏକ ରୂପ ଦେଖିବାକୁ ପାଇଥିଲେ । ୟଶ ଚୋପଡ଼ାଙ୍କ ଟ୍ରିଟମେଣ୍ଟ ଦ୍ଵାରା ମାଳାଙ୍କ ଚରିତ୍ର ଏପରି ହୋଇଥିଲା କି ତାଙ୍କୁ ଚାରିଆଡୁ ସାବାସ ମିଳିବାରେ ଲାଗିଥିଲା ।

କେବଳ ଏତିକି ନୁହେଁ ଏହାପର ଠାରୁ ହିଁ ମାଳା ସବୁ ବାଧାକୁ ପାର କରିଥିଲେ ଏବଂ ସେ ନାର୍ଗିଶ, ମୀନା କୁମାରୀ, ଗୀତା ବାଲି, ମଧୁବାଳା, ବାହୁଦା ରହମାନ, ନୂତନ ଏବଂ ବୈଜୟନ୍ତ ମାଳା ମଧ୍ୟରେ ସେ ନିଜର ଅଲଗା ଏକ ଆକାଶ ଛୁଆଁ ସଫଳତା ପାଇ ସାରିଥିଲେ । ଅଭିନେତ୍ରୀ ମାଳା ସିହ୍ନାଙ୍କ ଅନେକ ସୁପର ହିଟ ଫିଲ୍ମ୍ ରହିଥିଲା – ଗୁମରାହା, ପ୍ୟାସା, ନିଲା ଆକାଶ, ଧୁଲ କା ଫୁଲ, ଦୋ କଲିୟାଁ, ଗୀତ, ଦିଲ ତେରା ଦିୱାନା, ଅନପଢ ଇତ୍ୟାଦି । ୧୦୦ରୁ ମଧ୍ୟ ଅଧିକ ଫିଲ୍ମରେ ସେ ବହୁତ ଭଲ ଅଭିନୟ କରିଥିଲେ । ବଲିଉଡ଼ରେ କେଦାର ଶର୍ମାଙ୍କ ଯୋଗୁଁ ତାଙ୍କୁ ଆଗକୁ ବଢ଼ିବାରେ ସଫଳତା ମିଳିଥିଲା ।

ତିନିଥର ବିବାହ କରିଥିଲେ :

୧୬ ମାର୍ଚ୍ଚ ୧୯୬୮ ମସିହାରେ ନିଜର ସହ କଳାକାର ଚିନ୍ଦବରମ ପ୍ରସାଦ ଲୋହନିଙ୍କୁ ସେ ବିବାହ କରିଥିଲେ । କୁହାଯାଏ କି ତାଙ୍କର ପ୍ରଥମ ବିବାହ ରେଜିଷ୍ଟର ଅଫିସ ମାଧ୍ୟମରେ ହୋଇଥିଲା ଏବଂ ଦ୍ଵିତୀୟ ବିବାହ ଇସାଇ ବିଧି ଅନୁସାରେ ଏବଂ ତୃତୀୟ ବିବାହ ହିନ୍ଦୁ ରୀତି ନୀତି ଅନୁସାରେ ହୋଇଥିଲା । ସେ ଏହି ତିନୋଟି ଯାକ ବିଧିରେ ଜଣେ ହିଁ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସେ ଏହି ତିନୋଟି ବିଧିରେ ବିବାହ ନିଜର ପିତାଙ୍କ ଆଜ୍ଞା ଅନୁସାରେ କରିଥିଲେ । କାହିଁକି ନା ତାଙ୍କ ପିତା ଭାରତୀୟ ନେପାଳୀ ଥିଲେ ।

୮୦ ବର୍ଷରେ ପଦାର୍ପଣ କରିଥିବା ମାଳା ସିହ୍ନା ବର୍ତ୍ତମାନ ମୁମ୍ବାଇରେ ବାସ କରୁଛନ୍ତି :

ତାଙ୍କର ଅଧିକାଂଶ ସମୟ ବର୍ତ୍ତମାନ ଘରେ ହିଁ କଟିବାରେ ଲାଗିଛି । ୨୦୧୩ରେ ଦାଦା ସାହେବ ଫାଲକେ ଆୱାର୍ଡ଼ ସମାରୋହରେ ସେ ଶେଷଥର ପବ୍ଲିକ ମଧ୍ୟରେ ଦେଖା ଦେଇଥିଲେ । ତାଙ୍କର ସମ୍ପର୍କୀୟ କହିଥାନ୍ତି କି ସେ ତାଙ୍କ ଝିଅ ପ୍ରତିଭା ସିହ୍ନାଙ୍କ ଅସଫଳତା ଯୋଗୁଁ ନିରାଶ ରହିବାରେ ଲାଗିଛନ୍ତି ଏବଂ ଧୀରେ ଧୀରେ ସେ ସମସ୍ତ ଜିନିଷ ଠାରୁ ଦୂରେଇ ଗଲେଣି । ଗ୍ଲାମରର ରଶ୍ମିରେ ଧୋଇ ହେବା ପରେ ଚୁପଚାପରେ ରହିବା ବହୁତ କଷ୍ଟ ଦେଇଥାଏ ଏବଂ ଏହା କେବଳ ଜଣେ ଷ୍ଟାର ହିଁ ଜାଣିପାରିବେ ।