ରାହୁଲ ଗାନ୍ଧୀଙ୍କୁ ଡେଟ କରିବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ, ନାମ ଜାଣିଲେ ତାଙ୍କ ସମର୍ଥକମାନଙ୍କୁ ଝଟକା ଲାଗିଯିବେ ।

Spread the love

କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଥିଲେ ୪୮ ବର୍ଷୀୟ ରାହୁଲ ଗାନ୍ଧୀ ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ଝିଅ ରାହୁଲ ଗାନ୍ଧୀଙ୍କୁ ଖୋଲାଖୋଲି ପ୍ରୋପୋଜ କରି ସାରିଛନ୍ତି । ସେମାନଙ୍କ ମଧ୍ୟରେ ଅଭିନେତ୍ରୀ ଏବଂ ମଡେଲ ମାହିକା ଶର୍ମାଙ୍କ ନାମ ମଧ୍ୟ ରହିଛି ।

ମାହିକା ରାହୁଲ ଗାନ୍ଧୀଙ୍କ ଭଲ ପାଇବାରେ ବ୍ରତ ମଧ୍ୟ ରଖି ସାରିଥିଲେ । ମାହିକା ଶର୍ମା ଇଂଷ୍ଟଗ୍ରାମରେ ପୋଷ୍ଟ କରି ନିଜ ଭଲ ପାଇବା ପ୍ରକାଶ କରିଛନ୍ତି । ସେ ଲେଖିଥିଲେ ଯେ, ସେ ଚୈତ୍ର ନବରାତ୍ରୀରେ ମା’ ଦୁର୍ଗାଙ୍କୁ ଖୁସି କରିବା ପାଇଁ ବ୍ରତ ପାଳନ କରିଛନ୍ତି ଯେ, ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ବିଜୟ ହୁଅନ୍ତୁ । ମାହିକା ଶର୍ମା କ୍ୟାପ୍ସନ ସହିତ ରାହୁଲ ଗାନ୍ଧୀଙ୍କ ଗୋଟିଏ ଫୋଟ ମଧ୍ୟ ସେୟାର କରି ସେଥିରେ ସେ ଲେଖିଛନ୍ତି ଯେ, ସେ ତାଙ୍କୁ ପ୍ରେମ କରୁଛନ୍ତି । କାରଣ ସେ ନିଜର ପାଗଳପଣ କଥାବାର୍ତ୍ତାରେ ଲୋକଙ୍କୁ ହସାଉଛନ୍ତି ।

କରିନା କପୁର ଡେଟ କରିବା ପାଇଁ କହିଥିଲେ :

କେବଳ ମାହିକା ନୁହେଁ ଅନ୍ୟ ଜଣେ ଅଭିନେତ୍ରୀ ଯିଏକି ବହୁତ ବର୍ଷ ତଳେ ରାହୁଲ ଗାନ୍ଧୀଙ୍କୁ ଡେଟ କରିବାର କଥା କହିଥିଲେ । ସିମି ଗ୍ରେୱାଲଙ୍କ ଶୋ’ରେ କରିନା କପୁର ଖାନ ମଧ୍ୟ ରାହୁଲ ଗାନ୍ଧୀଙ୍କ ପ୍ରତି ଆକର୍ଷିତ ଥିବାର କଥା ସ୍ଵୀକାର କରିଥିଲେ । ଏହାର ଖୁଲାସା ନିଜେ କରିନା ୨୦୦୨ରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ।

ସିମି ପଚାରିଲା ପରେ କରିନା କହିଥିଲେ ଯେ, କଣ ମୋତେ ଏହା କହିବାକୁ ପଡିବ, ମୁଁ ତାଙ୍କୁ ଜାଣିବା ପାଇଁ ଚାହୁଁଛି । କାରଣ ରାହୁଲ ଗାନ୍ଧୀ ବହୁତ ବିବାଦସ୍ପଦ ଅଟନ୍ତି । କରିନା ଆଗକୁ ଆହୁରି କହିଥିଲେ ଯେ, ତାଙ୍କ ପାଖରେ କିଛି ବିଶେଷ ଗୁଣ ରହିଛି । ମୁ ଯେତେବେଳେ ମଧ୍ୟ ମ୍ୟାଗାଜିନରେ ତାଙ୍କ ଫୋଟ ଦେଖେ ମୁଁ ଏହା ଭାବେ ଯେ, ତାଙ୍କ ସହିତ କଥା ହେଲେ କେମିତି ହେବ ।

ରାହୁଲ ଗାନ୍ଧୀଙ୍କୁ ଡେଟ କରିବା ବିଷୟରେ କରିନା ଆଗକୁ କହିଥିଲେ ଯେ, ମୁଁ ଚଳଚ୍ଚିତ୍ର ପରିବାରରୁ ଆସିଛି ଏବଂ ସେଠାରେ ରାହୁଲ ଗାନ୍ଧୀଙ୍କ ପରିବାର ରାଜନୀତି ସହ ଜଡ଼ିତ । ଏମିତିରେ ଯଦି ସେମାନଙ୍କ ସହ କଥା ହେବା ବହୁତ ଭଲ ରହିବ ।