ବିନା ବିବାହରେ ଲିଭ-ଇନ୍ ରେ ରୁହନ୍ତି ଏହି ଅଭିନେତ୍ରୀ ! ଜଣେ କୁଆଁରୀ ମାଆ ହେବାକୁ ଯାଉଛନ୍ତି ।

Spread the love

ଏହି ତିନି ଜଣ ଅଭିନେତ୍ରୀ ଲିଭ ଇନରେ ରହିବା ପାଇଁ ପସନ୍ଦ କରିଛନ୍ତି । ଜଣେ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଛନ୍ତି ।

ଭାରତରେ ଆଜି ମଧ୍ୟ କୁମାର ପୁଅ କିମ୍ବା କୁଆଁରୀ ଝିଅଙ୍କୁ ସନ୍ଦେହ ଦୃଷ୍ଟିର ସାମ୍ବା କରିବା ପାଇଁ ପଡିଥାଏ । କିନ୍ତୁ ଯେଉଁମାନଙ୍କୁ ଦୁନିଆର କୌଣସି ଖାତିରି ବା ଫରକ୍ ନାହିଁ ସେମାନେ କେବଳ ନିଜର ହୃଦୟର କଥା ଶୁଣିଥାନ୍ତି । ଏକ ସମୟ ଥିଲା କେବଳ ବିଦେଶରେ ପୁଅ ଝିଅ ବିବାହ ପୂର୍ବରୁ ଲିଭ ଇନରେ ରହୁଥିଲେ କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ପ୍ରଚଳିତ ହୋଇଗଲାଣି । ଅସଲ ଜୀବନରେ ସାଧାରଣ ଲୋକଙ୍କ ମଧ୍ୟରେ ଏହା ଶୁଣିବା ପାଇଁ ମିଳିନଥାଏ କିନ୍ତୁ ସେଲିବ୍ରେଟିଙ୍କ ମଧ୍ୟରେ ଲିଭ ଇନ କୌଣସି ନୂଆ ବିଷୟ ନୁହେଁ । ଆଜି ଆମେ କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଲିଭ ଇନରେ ରହୁଛନ୍ତି । ଏମାନଙ୍କ ବିରୁଦ୍ଧରେ ଲୋକେ କହୁଛନ୍ତି, ବିନା ବିବାହରେ ଏମାନେ ଲିଭ ଇନରେ ରହୁଛନ୍ତି, କିଛି ବିବାହ କରିବା ପାଇଁ ଯାଉଛନ୍ତି କିନ୍ତୁ କିଛି ଅଭିନେତ୍ରୀଙ୍କ ବିଷୟରେ କିଛି କହି ହେଉନି ।

ବିବାହ ବିନା ଲିଭ ଇନରେ ରହୁଛନ୍ତି ଏହି ଅଭିନେତ୍ରୀ ଗୁଡିକ :

ଆଜି ଆମେ ବଲିଉଡର କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି କିନ୍ତୁ ନିଜ ବନ୍ଧୁଙ୍କ ସହ ଲିଭ ଇନରେ ରହୁଛନ୍ତି ।

ସୁସ୍ମିତା ସେନ୍ :

ପୂର୍ବ ମିସ୍ ଇୟୁନିଭର୍ସ ସୁସ୍ମିତା ସେନ୍ ୪୩ ବର୍ଷ ବୟସରେ ଏକୁଟିଆ ଅଛନ୍ତି, ସେ ବିବାହ କରିନାହାନ୍ତି । କିନ୍ତୁ ବିଗତ ବର୍ଷ ନିଜ ୨୭ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ନେଇ ଅନେକ ଚର୍ଚ୍ଚା ସାଉଁଟୁଛନ୍ତି । ଦୀପାବଳି ହେଉ, ନିୟୁର ସେଲିବ୍ରେସନ କିମ୍ବା ସୁସ୍ମିତାଙ୍କ ପିତାଙ୍କ ଜନ୍ମ ଦିନ ପାଳନ, ସୁସ୍ମିତାଙ୍କ ପୁରୁଷ ବନ୍ଧୁ ରୋହମାନ ସହ ସମୟ ଅତିବାହିତ କରୁଛନ୍ତି । ରୋହମାନ ଜଣେ ମଡେଲ ଅଟନ୍ତି । ସୁସ୍ମିତା ନିଜ ପୁରୁଷ ବନ୍ଧୁ ଏବଂ ଆପଣାଇ ଥିବା ଦୁଇ ଝିଅଙ୍କ ସହ ଏକାଠି ରହୁଛନ୍ତି । ଖବର ମିଳିଛି ସୁସ୍ମିତା ନିଜ ପୁରୁଷ ବନ୍ଧୁଙ୍କ ନିଜ ପିତାମାତାଙ୍କ ସହ ଭେଟ କରାଇ ଦେଇଛନ୍ତି ଏବଂ ସମସ୍ତେ ବିବାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ବର୍ଷରେ ଦୁହେଁ ବିବାହ କରିବେ ।

ଏମି ଜ୍ୟାକ୍ସନ :

ଏହି ଅଭିନେତ୍ରୀ ଜଣଙ୍କ ଅକ୍ଷୟଙ୍କ ସହ “ସିଂହ ଇଜ୍ କିଙ୍ଗ” ଏବଂ “2.0” ପରି ଚଳଚିତ୍ରରେ କାମ କରିଛନ୍ତି । ଏମି, ନିଜ ବିଦେଶୀ ପୁରୁଷ ବନ୍ଧୁଙ୍କ ଜର୍ଜଙ୍କ ସହ ରହୁଛନ୍ତି । ବର୍ତ୍ତମାନ ଖବର ମିଳିଛି ସେ ମାଆ ହେବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନ ସେ ଜର୍ଜଙ୍କ ସହ ବିବାହ ମଧ୍ୟ କରିନାହାନ୍ତି । ନିର୍ବନ୍ଧର ଚିତ୍ର ସହ ନିଜ ଗର୍ଭବତୀର ଖବର ସେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି । ଦୁହିଁଙ୍କ ବିବାହ ଆସନ୍ତା ବର୍ଷ ପ୍ରାରମ୍ଭରେ ହୋଇପାରେ ଏପରି ଏମି ନିଜେ କହିଛନ୍ତି ।

ଗ୍ଲୋବ୍ରିଏଲା ଡେମେଟ୍ରିଏଡ଼ସ :

ବଲିଉଡର ଅଭିନେତା ଅର୍ଜୁନ ରାମପାଲ ପୂର୍ବରୁ ହିଁ ବିବାହିତ ଅଟନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ପତ୍ନୀଙ୍କ ସହ ସମ୍ପର୍କ ଭଲ ନାହିଁ ଏବଂ ସେ ଦ୍ଵିତୀୟ ବିବାହ କରିବା ପାଇଁ ଚିନ୍ତା କରିଛନ୍ତି । ଅର୍ଜୁନଙ୍କ ଅନୁସାରେ ତାଙ୍କ ଚିନ୍ତାଧାରା ତାଙ୍କ ପତ୍ନୀଙ୍କ ସହ ମିଳିତ ହେଉନାହିଁ । ଏହି କାରଣ ପାଇଁ ସେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଚିନ୍ତା କରିଛନ୍ତି । ନିଜ ପତ୍ନୀ ମେହରଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ଅର୍ଜୁନ ନିଜ ବାନ୍ଧବୀ ଏବଂ ପ୍ରସିଦ୍ଧ ସେଳେବ ଗ୍ଲୋବ୍ରିଏଲା ଡେମେଟ୍ରିଏଡ଼ସଙ୍କ ସହ ଲିଭ ଇନରେ ରହୁଛନ୍ତି ।କିଛି ମିଡ଼ିଆ ରିପୋର୍ଟ ଅନୁସାରେ ଗ୍ଲୋବ୍ରିଏଲା ଡେମେଟ୍ରିଏଡ଼ସ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ।