ପ୍ରଥମ କିମ୍ବା ଦ୍ୱିତୀୟ ନୁହେଁ ବରଂ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ । ଅନେକ ବଡ ବଡ ଶୋ’ରେ ନଜର ଆସିଛନ୍ତି ।

Spread the love

ବନ୍ଧୁଗଣ ବଲିଉଡ୍ ଏବଂ ଟିଭି ଜଗତରେ ଏମିତି ଅଭିନେତ୍ରୀ ମାନେ ଅଛନ୍ତି; ଯିଏକି ଗୋଟିଏ ନୁହେଁ ବରଂ ଦୁଇ ଦୁଇ ଥର ବିବାହ କରିଛନ୍ତି । ଆଜି ଆମେ ଏମିତି ହିଁ ଏକ ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ବିଷୟରେ କଥା ହେବା ଯିଏକି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଗୋଟିଏ ବିବାହ କରି ଛାଡପତ୍ର ଦେଇ ଅନ୍ୟକୁ ବିବାହ କରିଥିଲେ ପରେ ତାଙ୍କ ପାଖରେ ମଧ୍ୟ ଖୁସି ପାଇ ପାରିନଥିଲେ । ଏହାପରେ ତୃତୀୟ ଥର ବିବାହ କରିଥାନ୍ତି । କିନ୍ତୁ ଏଠାରେ ଫିଲ୍ମ୍ ନୁହେଁ ଟିଭି ଇଣ୍ଡଷ୍ଟ୍ରିର ସ୍ନେହା ବାଘ୍ ଙ୍କ ବିଷୟରେ କହିବାକୁ ଯାଉଛୁ । ସ୍ନେହା ବାଘ୍ ପ୍ରଥମ ନୁହେଁ, ଦ୍ଵିତୀୟ ନୁହେଁ ବରଂ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ।

ଫିଲ୍ମର ଷ୍ଟାରମାନେ ହୁଅନ୍ତୁ ଅଥବା ଟିଭିର, ଯଦିଓ ତାଙ୍କର ଗୋଟିଏ କଥା ସାମ୍ନାକୁ ଆସିଯାଏ; ତେବେ ସେ ସୋସିଆଲ ମିଡିଆରେ ଭାଇରାଲ ହେବେ ସୁନିଶ୍ଚିତ । କାହିଁକି ନା ତାଙ୍କର ଫେମସ୍ ହେବା ପରେ କିଛି ମଧ୍ୟ ବ୍ୟକ୍ତିଗତ ହୋଇ ରହିନଥାଏ । କିଛି ଏମିତି ହିଁ ହୋଇଛି; ଅଭିନେତ୍ରୀ ସ୍ନେହା ବାଘ୍ ଙ୍କ ସହିତ ଏବଂ ଟିଭିର ଏହି ପୋପୁଲାର୍ ମାଆ କରିବାକୁ ଯାଉଛନ୍ତି ତୃତୀୟ ବିବାହ ।

ଜଣାଇ ଦେଉଛୁ ସ୍ନେହା ଶେର-ଏ-ପଞ୍ଜାବ, ଚନ୍ଦ୍ରା, ଜ୍ୟୋତି, ଚନ୍ଦ୍ର ଗୁପ୍ତ ମୌର୍ଯ୍ୟ ଏବଂ ଏକ୍ ବୀର କି ଅର୍ ଦାସ୍ ବୀରା ଭଳି ଶୋ”ରେ କାମ କରିଛନ୍ତି । ସ୍ନେହାଙ୍କ ପ୍ରଥମ ବିବାହ ଜଣେ ମରାଠୀ ଅଭିନେତା ସହିତ ହୋଇଥିଲା କିନ୍ତୁ ବାହାଘରର କିଛି ମାସ ପରେ ଦୁହିଁଙ୍କ ଝଗଡ଼ା ଦେଖିବାକୁ ମିଳିଥିଲା ଏବଂ ଏକ ବର୍ଷ ମଧ୍ୟରେ ହିଁ ଦୁହେଁ ଅଲଗା ହୋଇଗଲେ । ଦୁହିଁଙ୍କ ଛାଡପତ୍ର ହୋଇଯାଇଥିଲା । ଏହାପରେ ୨୦୧୫ ମସିହାରେ ସ୍ନେହା ଏକ ଇଣ୍ଟିରିୟାଲ୍ ଡିଜାଇନର ସହିତ ବିବାହ କରିଥିଲେ କିନ୍ତୁ ଏଠାରେ ମଧ୍ୟ ତାଙ୍କର ସମ୍ବନ୍ଧ ନ ଭାଙ୍ଗି ରହି ନ ଥିଲା । ବିବାହର ୩ ବର୍ଷ ପରେ ସ୍ନେହା ୨୦୧୮ ମସିହାରେ ତାଙ୍କ ଠାରୁ ମଧ୍ୟ ଛାଡ଼ପତ୍ର ନେଇ ଯାଇଥିଲେ ।

ଖବର ଅନୁସାରେ, ବର୍ତ୍ତମାନ ସ୍ନେହା ତୃତୀୟ ବିବାହ କରିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ସ୍ନେହା ନିଜର ଇଂସ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟର କେପ୍ସନରେ ସ୍ନେହା ଲେଖିଥିଲେ କି, ଏତେ ବଡ ଜୀବନ ଯାତ୍ରାରେ କାହାର ନା କାହାର ସାଥୀ ଅବଶ୍ୟ ଜରୁରୀ ହୋଇଥାଏ, ସମୟ ଆସିଯାଇଛି କି ମୁଁ ନିଜର ସମ୍ପର୍କକୁ ଆଉ ଗୋଟିଏ ମଉକା ଦେଇ ଆଗକୁ ବଢ଼ିବି । ଏହି କଥାରୁ ଜଣା ପଡୁଛି ଯେ, ସେ ବର୍ତମାନ ତୃତୀୟ ବିବାହ କରିପାରିବେ ।

ଆପଣଙ୍କୁ ଜଣାଇଦଉଛୁ ତାଙ୍କର ସବୁଠାରୁ ପୋପୁଲାର ସିରିଏଲ “ବିରା” ରହିଥିଲା ଯେଉଁଥିରେ ସ୍ନେହା ବହୁତ ଭଲ ଅଭିନୟ କରିଥିଲେ ଏବଂ ତାଙ୍କର ଚରିତ୍ର ଜଣେ ବିଧବା ମାଆର ଥିଲା । ଜଣାଇ ଦେଉଛୁ ସ୍ନେହା ବାଘ୍ ଟିଭି ଇଣ୍ଡସ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ନିଜର କ୍ୟାରିୟରରେ ଗୋଟିଏ ଠାରୁ ଗୋଟିଏ ସୁପରହିଟ ସୋ’ରେ କାମ କରିଛନ୍ତି । କିନ୍ତୁ ସେ ଏହିଦିନ ଗୁଡିକରେ ନିଜ ବାହାଘରକୁ ନେଇ ଅନେକ ଖୁସି ସାଉଁଟିବାରେ ଲାଗିଛନ୍ତି ।