ବଲିଉଡରେ ସବୁଠାରୁ ଭଲ ଚରିତ୍ର ଜଣାଯାଉଥିବା ଅଭିନେତ୍ରୀ ଆଜି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର…

Spread the love

ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ କେତେ କେତେ ନୂଆ ନୂଆ ଅଭିନେତ୍ରୀ ଆସନ୍ତି ଏବଂ ଯାଇଥାନ୍ତି । ସେଥିମଧ୍ୟରୁ ଆପଣଙ୍କୁ କାହାର ବି ନାମ ଜଣାନଥିବ କିନ୍ତୁ ଆଜି ମୁଁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛି, ସେ ବଲିଉଡର ସବୁଠାରୁ ଭଲ ଚରିତ୍ରର ଅଭିନେତ୍ରୀ ଭାବରେ ବେଶ ପରିଚିତ । ତେବେ ଆସନ୍ତୁ ଜାଣିବା, ଆମେ କେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ :

ଆପଣମାନଙ୍କୁ ଏହି କଥାରେ ଆଦୌ ବିଶ୍ୱାସ ହେଉନଥିବ । କାରଣ ଭାରତରେ ଅଧିକାଂଶ ଲୋକଙ୍କର ଚିନ୍ତାଧାରା ଏହି କି ଯେ, ବଲିଉଡର ସବୁ ଅଭିନେତ୍ରୀ ଚାରିତ୍ରହୀନ ଏବଂ କେଉଁ ଅଭିନେତ୍ରୀ କେଉଁ କାରଣରୁ ଚାରିତ୍ରହୀନ ସେ ସବୁ ପାଇଁ ସେମାନଙ୍କ ପାଖରେ ନିଜ ନିଜର ଏକ ପରିଭାଷା ଅଛି । ଯଦି କେହି କାହାକୁ ଚୁମ୍ବନ କରିଲା କିମ୍ବା କୌଣସି ଇଣ୍ଟିମେଟ ସିନ କରିଲା, ସେମାନେ ନିଜ ଇଚ୍ଛା ଅନୁସାରେ କିଏ କେଉଁ ଚରିତ୍ରର ଠିକ କରିଥାନ୍ତି ।

ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ଶିଳ୍ପା ସେଟ୍ଟୀ । ଯେ କି ପିଲାଦିନରୁ ହିଁ ବହୁତ ସୁନ୍ଦର ଦେଖା ଯାଉଥିଲେ । ଶିଳ୍ପା ସେଟ୍ଟୀ ୧୯୯୩ ମସିହାରେ ଆସିଥିବା ଶାହରୂଖ ଖାନ୍ ଏବଂ କାଜୋଲଙ୍କ ଫିଲ୍ମ “ବାଜିଗର”ରୁ ହିଁ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ।ଶିଳ୍ପା ସେଟ୍ଟୀ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।

କିନ୍ତୁ ଆପଣମାନେ ଜାଣିଛନ୍ତି ଯେ, ଶିଳ୍ପା ସେଟ୍ଟୀ ନିଜ ଫିଲ୍ମ କ୍ୟାରିୟରରେ କୌଣସି ଫିଲ୍ମରେ କିଛି ବି ଅଭଦ୍ର ଦୃଶ୍ୟ କରି ନାହାଁନ୍ତି । ଯେଉଁଥି ପାଇଁ ଶିଳ୍ପା ସେଟ୍ଟୀଙ୍କୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଭଲ ଚରିତ୍ରର ଅଭିନେତ୍ରୀ ବୋଲି କୁହାଯାଏ । କିନ୍ତୁ ଆପଣମାନଙ୍କୁ ଏହା ମଧ୍ୟ କହି ରଖୁଛୁ ଯେ, ଶିଳ୍ପା ସେଟ୍ଟୀଙ୍କ ନାମ ଅକ୍ଷୟ କୁମାରଙ୍କ ନାମ ସହ ଯୋଡ଼ା ଯାଇଥିଲା । ଯେଉଁଥି କାରଣରୁ ଆଜି ପର୍ଯ୍ୟନ୍ତ ଶିଳ୍ପା ଏବଂ ଅକ୍ଷୟ କୁମାର ଉଭୟଙ୍କ ଭିତରେ ଭଲ ପଡ଼େ ନାହିଁ । ତେଣୁ ଆପଣ ଏବେ ଚିନ୍ତା କରନ୍ତୁ ଯେ, ଶିଳ୍ପା ସେଟ୍ଟୀ ଚାରିତ୍ରହୀନ କି ନୁହଁ ?

ଶିଳ୍ପା ସେଟ୍ଟୀ ୨୨ ନଭେମ୍ବର ୨୦୦୯ରେ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ । ଆଜି ସେ ଗୋଟିଏ ଝିଅର ମାଆ ମଧ୍ୟ । ଏବେ ଶିଳ୍ପା ସେଟ୍ଟୀ ବହୁତ କମ୍ ଫିଲ୍ମରେ ନଜରକୁ ଆସନ୍ତି । ମାତ୍ର ସେ ଆଜିକାଲି ଟିଭିରେ କିଛି ରିଆଲିଟି ଶୋ’ରେ ଜଣେ ଜର୍ଜ ଭାବରେ ନଜରକୁ ଆସିଛନ୍ତି ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ କମେଣ୍ଟ କରି ଜାଣନ୍ତୁ ।