ଏହି ଅଭିନେତ୍ରୀଙ୍କ ଭାଗ୍ୟରେ ବିବାହିତ ଜୀବନ ନାହିଁ । ଦୁଇ ଥର ବିବାହ କରିବା ପରେ ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ।

Spread the love

ବଲିଉଡ ଏବଂ ଟିଭି ଜଗତରେ ନିଜର ଅଭିନୟର ଦକ୍ଷତା ମାଧ୍ୟମରେ ପରିଚିତ “ଦୀପଶିଖା ନାଗପାତ”, କେବଳ ଟିଭି ଜଗତରେ ନୁହଁ ବରଂ ଫିଲ୍ମରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ଦୀପଶିଖା “ବିଗ୍ ବସ”ର ସିଜନ-୮ରେ ପ୍ରତିଯୋଗୀ ଥିଲେ । ଏକ ସଫଳ ଅଭିନେତ୍ରୀ ହେବା ପରେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଜୀବନରେ ସେତେଟା ଖୁସି ନ ଥିଲେ ଯେତିକି ସେ ଟିଭିର ପରଦାରେ ଦେଖା ଯାଉଥିଲେ ।

ଆଜି ଆମେ ଆପଣଙ୍କୁ ଦୀପଶିଖାଙ୍କ ଜୀବନ ସହ ସଂପୃକ୍ତ କିଛି କଥା କହିବୁ ଯାହା ବୋଧହୁଏ ଅଳ୍ପ କିଛି ଲୋକ ଜାଣିଥିବେ । ଦୀପଶିଖାଙ୍କୁ ଶେଷ ଥର ପାଇଁ ଫିଲ୍ମ “ସେକେଣ୍ଡ ହେଣ୍ଡ ହଜବେଣ୍ଡ” (Second Hand Husband)ରେ କାଜଲ ଭୂମିକାରେ ଦେଖିବା ପାଇଁ ମିଳିଥିଲା, ଏହି ଫିଲ୍ମରେ ତାଙ୍କର ଭୂମିକାକୁ ବହୁତ ପ୍ରଶଂସା ମିଳିଥିଲା ।

ସେ ଫିଲ୍ମ ଏବଂ ସିରିୟଲ ଉଭୟରେ କାମ କରିଛନ୍ତି ଏବଂ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲେ । ୧୯୯୭ ମସିହାରେ ତାଙ୍କର ବିବାହ ଉପେନ୍ଦ୍ର ନାମକ ଏକ ବ୍ୟକ୍ତିଙ୍କ ସହ ହୋଇଥିଲା କିନ୍ତୁ ଉଭୟଙ୍କ ସମ୍ପର୍କ ବହୁ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ଯାହା ଫଳରେ ବିବାହର ୧୦ବର୍ଷ ପରେ ୨୦୦୭ ମସିହାରେ ଉଭୟଙ୍କ ଛାଡପତ୍ର ହୋଇ ଯାଇଥିଲା ।

ଯାହା ପରେ ୨୦୧୨ରେ ଦୀପଶିଖା, କେଶବ ଅରୋଡାଙ୍କ ସହ ବିବାହ କରିଥିଲେ । ଆପଣମାନେ ଜାଣିଥିବେ, କେଶବ ଦୀପଶିଖାଙ୍କ ସହ “ନଚ୍ ବଲିୟେ” ସିଜନ-୫ରେ ମଧ୍ୟ ଦେଖା ଯାଇଥିଲେ । ଖବର ଅନୁସାରେ, ସେ ବର୍ତ୍ତମାନ ନିଜ ପତି କେଶବଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଦୀପଶିଖା ନିଜ ପତିଙ୍କ ଉପରେ ଶାରୀରିକ ଅତ୍ୟାଚାରର ଅପରାଧ ମଧ୍ୟ ଲଗାଇ ଥିଲେ, ଯାହାର ଲିଖିତ ଅଭିଯୋଗ ସେ ମୁମ୍ବାଇର ଥାନରେ ଲେଖି ଥିଲେ ଏବଂ ଏହାପରେ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇ ଯାଇଥିଲା ଏବଂ ଦୁହେଁ ମିଶି ଯାଇଥିଲେ । କିନ୍ତୁ ବର୍ତ୍ତମାନ ଖବର ମିଳିଛି, ଦୀପଶିଖା ନିଜ ପତିଙ୍କ ଠାରୁ ପୁଣି ଥରେ ଭିନ୍ନ ହୋଇ ଯାଇଛନ୍ତି । ଖବର ଅନୁସାରେ, ପ୍ରଥମ ପତିଙ୍କ ଠାରୁ ଦୀପଶିଖାଙ୍କୁ ଦୁଇଟି ସନ୍ତାନ ହୋଇଛି, ସେମାନେ ବର୍ତ୍ତମାନ ଦୀପଶିଖାଙ୍କ ସହିତ ରହୁଛନ୍ତି ।