୧୬ ବର୍ଷ ବୟସରେ ହିଁ ଏହି ଅଭିନେତ୍ରୀ ଜଣକ ଦୁଇଟି ଯାଆଁଳା ଶିଶୁଙ୍କ ମାଅ ହୋଇ ଯାଇଥିଲେ । ଦେଢ଼ ବର୍ଷରେ ହିଁ ହୋଇଯାଇଥିଲା ହିଁ ଛାଡ଼ପତ୍ର ।

Spread the love

ବଲିଉଡ଼ ଇଣ୍ଡଷ୍ଟ୍ରିର କଳାକାରମାନେ ନିଜ ଅଭିନୟ ଓ କଳାକାର ମାଧ୍ୟମରେ ନାମ ଅର୍ଜନ କରିଥାନ୍ତି କିନ୍ତୁ ଛୋଟ ପରଦାରେ କାମ କରୁଥିବା କଳାକାରମାନେ ମଧ୍ୟ କାହାଠାରୁ ପଛରେ ନାହାଁନ୍ତି । ସେମାନେ ନିଜ ଅଭିନୟ ଓ କଠିନ ପରିଶ୍ରମ ବଳରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ଏବଂ ସେମାନେ ବର୍ତ୍ତମାନ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ସାରିଛନ୍ତି । ଆପଣମାନେ ଛୋଟ ପରଦାରେ କାମ କରୁଥିବା ବହୁତଗୁଡ଼ିଏ ଅଭିନେତା, ଅଭିନେତ୍ରୀ ମାନଙ୍କୁ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏପରି ଏକ କଳାକାରଙ୍କ ବିଷୟରେ ଜଣାଇବୁ ଯାହାଙ୍କ ବିବାହ ମାତ୍ର ୧୬ ବର୍ଷ ବୟସରେ ହିଁ ହୋଇଥିଲା । ଏତିକି ନୁହେଁ ସେ ଏତେ ଛୋଟ ବୟସରେ ବିବାହ ବନ୍ଧନରେ ବାନ୍ଧି ହେବାପରେ ଦୁଇଟି ଶିଶୁଙ୍କ ମାଆ ମଧ୍ୟ ହୋଇ ଯାଇଥିଲେ । ହଁ ଆଜ୍ଞା, ଆପଣମାନେ ଏକଦମ ଠିକ ଶୁଣୁଛନ୍ତି । ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, ଏମିତି କେଉଁ ଅଭିନେତ୍ରୀ ଅଛନ୍ତି ଯିଏ କି ୧୬ ବର୍ଷ ବୟସରେ ହିଁ ବିବାହ କରିଥିଲେ ଓ ଦୁଇଟି ଶିଶୁର ମାଅ ମଧ୍ୟ ହୋଇ ଯାଇଥିଲେ । ତେବେ ଚାଲନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ଛୋଟ ପରଦାର ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆମେ ଆଲୋଚନା କରୁଛୁ; ସେ ଆଉ କିଏ ନୁହଁନ୍ତି ବରଂ ଟେଲିଭିଜନରେ ଆସୁଥିବା ଧାରାବାହିକ ‘କସୋଟି ଜିନ୍ଦଗୀ କି’ର କୋମଲିକାର ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଉର୍ବଶୀ ଢୋଲକିୟା ଅଟନ୍ତି । ଅଭିନେତ୍ରୀ ଉର୍ବଶୀ ଢୋଲକିୟା ନିଜ ଲଗ୍ନ ଓ ପରିଶ୍ରମ ବଳରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବହୁତ ନାମ ଅର୍ଜନ କରିଛନ୍ତି । ତାଙ୍କର ଭଲ ଅଭିନୟ ଦ୍ୱାରା ସେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଦିୱାନା କରି ଦେଇଛନ୍ତି । ଏମିତି ବହୁତ କମ ଲୋକ ଥିବେ ଯେଉଁମାନେ କି ଅଭିନେତ୍ରୀ ଉର୍ବଶୀ ଢୋଲକିୟାଙ୍କ ଜୀବନ ସହିତ ଜଡ଼ିତ ଥିବା ଏହି କଥା ବିଷୟରେ ଜାଣିଥିବେ କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଭିନେତ୍ରୀ ଉର୍ବଶୀ ଢୋଲକିୟା ବାଲ୍ୟ ବିବାହ କରିଥିଲେ କିନ୍ତୁ ତାଙ୍କ ଛାଡ଼ପତ୍ର ମଧ୍ୟ ହୋଇ ସାରିଛି ଓ ଏବେ ସେ ଦୁଇଟି ସନ୍ତାନର ମାଆ ଅଟନ୍ତି ଏବଂ ସେ ବର୍ତ୍ତମାନ ତାଙ୍କ ସାଥିରେ ହିଁ ରହନ୍ତି ।

ଅଭିନେତ୍ରୀ ଉର୍ବଶୀ ଢୋଲକିୟା ୮ ବର୍ଷ ବୟସରୁ ହିଁ ଅଭିନୟ ଜଗତକୁ ଆସି ଯାଇଥିଲେ ଓ ସେ ନିଜ ବିବାହ ପାଇଁ ଏତେ ଉତ୍ସାହିତ ଥିଲେ ଯେ, ସେ ୧୬ ବର୍ଷ ବୟସରେ ହିଁ ବିବାହ କରି ନେଇଥିଲେ ଓ ବିବାହର ଏକ ବର୍ଷ ପରେ ସେ ଦୁଇଟି ଯାଆଁଳା ଶିଶୁକୁ ଜନ୍ମ ଦେଇଥିଲେ କିନ୍ତୁ ଶିଶୁଙ୍କ ଜନ୍ମର କିଛିଦିନ ପରେ ହିଁ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା । ତାଙ୍କର ବୈବାହିକ ଜୀବନ ବହୁତ ଦିନ ଧରି ଚାଲିପାରିନଥିଲା । ଯେତେବେଳେ ତାଙ୍କର ଛାଡ଼ପତ୍ର ହୋଇଗଲା; ଏହାପରେ ମଧ୍ୟ ସେ କେବେ ହେଲେ ଦ୍ୱିତୀୟ ବିବାହ କରିବାକୁ ଚିନ୍ତା କରି ନାହାନ୍ତି । ସେ ନିଜ ପରିଶ୍ରମ ବଳରେ ହିଁ ନିଜର ଶିଶୁମାନଙ୍କର ଲାଳନ ପାଳନ କରୁଛନ୍ତି । ଏବେ ତାଙ୍କ ସନ୍ତାନମାନେ ବହୁତ ବଡ଼ ହୋଇ ଗଲେଣି ଓ ତାଙ୍କ ଦୁଇଟି ଯାକ ସନ୍ତାନ ବର୍ତ୍ତମାନ ଅଭିନୟ ଜଗତରେ ପାଦ ରଖିବାକୁ ଯାଉଛନ୍ତି ।

ଏମିତିରେ ଦେଖିବାକୁ ଗଲେ ଗୋଟିଏ ଏକୁଟିଆ ମାଁ ହୋଇ ଦୁଇଟି ଶିଶୁର ଲାଳନ ପାଳନ କରିବା କୌଣସି ସାଧାରଣ କଥା ନୁହେଁ । ବର୍ତ୍ତମାନ ସମୟରେ ଏହା ବହୁତ କଠିନ ଅଟେ କିନ୍ତୁ ଅଭିନେତ୍ରୀ ଉର୍ବଶୀ ଢୋଲକିୟା କେବେ ମଧ୍ୟ ନିଜ ଜୀବନରେ ହାର ମାନି ନ ଥିଲେ ଓ ସେ ନିଜ ପରିଶ୍ରମ ଦ୍ୱାରା ନିଜ ଦୁଇଟି ଶିଶୁଙ୍କ ଠିକ ଭାବରେ ଲାଳନ ପାଳନ କରି ଆସିଛନ୍ତି ଏବଂ ତାଙ୍କର ସମସ୍ତ ପ୍ରକାର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କଲେ । ଗୋଟିଏ ମାଆ ସବୁବେଳେ ନିଜ ଛୁଆକୁ ଖୁସି ଦେବା ପାଇଁ ଚେଷ୍ଟା କରିଥାଏ ଯାହା କି ଉର୍ବଶୀ ଢୋଲକିୟା ଦେଇଛନ୍ତି । ସେ ନିଜର ଦୁଇଟି ସନ୍ତାନଙ୍କୁ କେବେ ମଧ୍ୟ ପିତାଙ୍କ ବିଷୟରେ ଚିନ୍ତା କରିବାକୁ ସୁଯୋଗ ଦେଇ ନାହାନ୍ତି ଓ ପିତାଙ୍କ ସମସ୍ତ ପ୍ରକାର ଦାୟିତ୍ୱ ମଧ୍ୟ ସେ ନିଜେ ପୂରଣ କରିଛନ୍ତି ।

ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ ଜରିଆରେ ଜାଣନ୍ତୁ ।