ହନିମୁନରେ ଏହି ଅଭିନେତ୍ରୀଙ୍କ ହୋଇଯାଇଥିଲା ଅବସ୍ଥା ଖରାପ ! ହେଲିକପ୍ଟର ସାହାଯ୍ୟରେ ଜୀବନ ବଞ୍ଚାଇ ଯାଇଥିଲା ।

Spread the love

ହେଟ୍ ଷ୍ଟୋରିରେ ଅନେକ ବୋଲ୍ଡ ସିନ ଦେଇଥିବା ପାଓଲି ଦାମ ବରଫାକୃତ ସ୍ଥାନକୁ ଯିବାକୁ ଭୟ କରିଥାନ୍ତି ।

ଫିଲ୍ମରେ କାମ କରିବା ପ୍ରତ୍ୟେକ କଳାକାରମାନଙ୍କ ସ୍ଵପ୍ନ ହୋଇଥାଏ କିନ୍ତୁ ସମସ୍ତଙ୍କୁ ଏତେ ସହଜରେ କାମ ମିଳିଯିବ ଏହା କହିବା କଷ୍ଟକର । ଏହି ଇଣ୍ଡଷ୍ଟ୍ରିରେ ଏମିତି ମଧ୍ୟ ହୋଇଥାଏ ଯେଉଁଠାରେ ପ୍ରଥମ ଫିଲ୍ମରେ ତୋ ସଫଳତା ମିଳିଥାଏ କିନ୍ତୁ ଏହାପରେ ତାଙ୍କୁ ସନ୍ତୁଷ୍ଟ ଜନକ ଜବାବ ରେଶପନ୍ସ (Response) ମିଳିନଥାଏ ଏବଂ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ପଡ଼ିଥାଏ । ଏମିତି ହିଁ କିଛି ପାଓଲି ଦାମଙ୍କ କ୍ଷେତ୍ରରେ ହୋଇଥିଲା, ଯିଏକି ବଲିଉଡରେ ଗୋଟିଏ ଫିଲ୍ମରେ କାମ କରିଥିଲେ କିନ୍ତୁ ଏହା ପରେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ପଡ଼ିଥିଲା । ହନିମୁନରେ ଏହି ଅଭିନେତ୍ରୀଙ୍କ ଅବସ୍ଥା ହୋଇଯାଇଥିଲା ଖରାପ ! ଜାଣନ୍ତୁ ସେହି ସମୟରେ ଏମିତି କଣ ହୋଇଥିଲା ?

ହନିମୁନରେ ଏହି ଅଭିନେତ୍ରୀଙ୍କ ଅବସ୍ଥା ଖରାପ ହୋଇଯାଇଥିଲା :

୪ ଅକ୍ଟୋବର, ୧୯୮୦ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ପାଓଲି ଦାମ ୨୦୧୨ରେ ଆସିଥିବା ଫିଲ୍ମ “ହେଟ ଷ୍ଟୋରି” ଫିଲ୍ମଠାରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଫିଲ୍ମ ସୁପରହିଟ ଥିଲା ଏବଂ ଏଥିରେ ପାଓଲି ଦାମ ବହୁତ ସୁନ୍ଦର ହୋଟ ସିନ ମଧ୍ୟ ଦେଇଥିଲେ, ଯେଉଁଥି ପାଇଁ ତାଙ୍କୁ ଅଧିକ ଲୋକପ୍ରିୟତା ମଧ୍ୟ ମିଳିଥିଲା । କିନ୍ତୁ ଏହାପରେ ପାଓଲି ଦାମଙ୍କୁ ଅନ୍ୟ କିଛି ଫିଲ୍ମ ମିଳିନଥିଲା ଓ ସେ ବେଙ୍ଗଲି ଫିଲ୍ମ ଜରିଆରେ ଫେରିଥିଲେ । ପାଓଲି ଦାମ ବଙ୍ଗଳା ଧାରାବାହିକ ଠାରୁ ନିଜର କ୍ୟାରିୟରର ଆରମ୍ଭ କରିଥିଲେ ଏବଂ ଏହାପରେ ବଙ୍ଗଳା ଫିଲ୍ମ “ତିନ ୟାରିଁୟା” ଠାରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଅଧିକ ସମୟ ପର୍ଯ୍ୟନ୍ତ ଫିଲ୍ମଠାରୁ ଦୂରେଇ ଯାଇଥିବା ପାଓଲି ଦାମ ୨୦୧୭ରେ ବିବାହ କରିଥିଲେ ।

ପାଓଲି ଦାମ ଗୁଆହାଟି ରେଷ୍ଟୋରେଣ୍ଟର ମାଲିକ ଅର୍ଜୁନ ଦେବାଙ୍କ ସହ ବିବାହ କରିଥିଲେ, ଯାହାକୁ ପାଓଲି ଦାମ ପାଖାପାଖି ୨ବର୍ଷ ପର୍ଯ୍ୟନ୍ତ ଡେଟ କରୁଥିଲେ । ପାଓଲି ଦାମ ଏବଂ ଅର୍ଜୁନ ପ୍ରଥମ ଥର ଗୁଆହଟିରେ ମିଶିଥିଲେ । ଏହାପରେ ବନ୍ଧୁତା ଇସ୍କରେ ପହଞ୍ଚିଥିଲା । ଏହାପରେ ଦୁହେଁ ଦୁହିଁଙ୍କୁ ଡେଟ କରିବା ଆରମ୍ଭ କରି ଦେଇଥିଲେ । ପାଓଲି ଦାମ ଏବଂ ଅର୍ଜୁନ ହନିମୁନ ପାଇଁ ସୁଇଜରଲ୍ୟାଣ୍ଡ ଯାଇଥିଲେ, ଯେଉଁଠାରେ ସେ ବହୁତ Enjoy କରିଥିଲେ ।

ଏହାର ଏକ କଥା ନଜରକୁ ଆସିଥିଲା କି ଗୋଟିଏ ଦିନ ଯେତେବେଳେ ଦୁହେଁ ସୁଇଜରଲ୍ୟାଣ୍ଡ ଠାରୁ କିଛି ଦୂରକୁ ବୁଲିବାକୁ ଯାଇଥିଲେ, ସେତେବେଳେ ଅଧିକ ସ୍ନୋ ଫାଲ ହେବାକୁ ଲାଗିଥିଲା । ଯାହାଦ୍ଵାରା କି ସେ ଦୁଇ ଜଣ ସେଠାରେ ଥିବା ଏକ ରିଜୋର୍ଟରେ ଫସି ଯାଇଥିଲେ ଏବଂ ସେତେବେଳେ ପାଣିପାଗ ଏତେ ଖରାପ ଥିଲା ଯେ, ପାଓଲି ଦାମଙ୍କ ଶରୀର ମଧ୍ୟ ଖରାପ ହୋଇଯାଇଥିଲା । ନା କୌଣସି ଫୋନ କଲ ନା କୌଣସି ଇଣ୍ଟରନେଟ ପ୍ରତ୍ୟେକଙ୍କ ସେଠାରେ ଅବସ୍ଥା ଶୋଚନୀୟ ହୋଇ ଯାଇଥିଲା । ପରେ କୌଣସି ପ୍ରକାରେ ରିଯୋର୍ଟର ଲୋକମାନେ ହେଲିକପ୍ଟର ଆଣିଥିଲେ ଏବଂ ସେଠାରେ ଫସି ଯାଇଥିବା ସମସ୍ତ ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା । ଏହା ପରଠାରୁ ପାଓଲ ବହୁତ ଡରି ଯାଇଥିଲେ ଏବଂ ବରଫାକୃତ ସ୍ଥାନକୁ ଯିବାକୁ ସେ ଭୟ କରୁଛନ୍ତି ।