ଅମିତାଭ ବଚ୍ଚନଙ୍କ ପାଇଁ ବର୍ବାଦ ହୋଇଯାଇଥିଲା ଏହି ଅଭିନେତାଙ୍କ କ୍ୟାରିୟର ! କିଛି ବର୍ଷ ପାଇଁ ରହିଥିଲେ ବେରୋଜଗାର ! ଜାଣନ୍ତୁ ସେହି ଅଭିନେତା କିଏ ଅଟନ୍ତି ?

Spread the love

ଯେମିତିକି ଆପଣମାନେ ଜାଣିଥିବେ ଆଜି ବଲିଉଡ଼ର ସେହଂସା ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ବିଗ ବି ନାମରେ ପ୍ରସିଦ୍ଧ ଥିବା ଅମିତାଭ ବଚ୍ଚନ ଆଜି ୭୭ବର୍ଷର ହୋଇଗଲେଣି । ନିଜର କ୍ୟାରିୟରରେ ଅନେକ ବ୍ଲକବାଷ୍ଟର ଫିଲ୍ମ ଦେଇଥିବା ଅମିତାଭ ବଚ୍ଚନଙ୍କ ଜୀବନରେ ବହୁତ ଉଚ୍ଚନିଚ୍ଚ ସମୟ ଆସିଥିଲା । ସେଥିମଧ୍ୟରୁ ସବୁଠାରୁ ଅତ୍ୟନ୍ତ ଦୁଃଖଦ ଏବଂ ଖରାପ ସମୟ ଏହା ଥିଲା ଯେତେବେଳେ ସେ କୁଲି ଫିଲ୍ମର ସୁଟିଙ୍ଗ କରୁଥିଲେ ସେତେବେଳେ ତାଙ୍କୁ ଏକ ଭାରି ମାଡ଼ ବାଜିଥିଲା ।

Google

ବାସ୍ତବରେ, ଜୁଲାଇ ୧୯୮୨ରେ କୁଲି ଫିଲ୍ମର ସୁଟିଂ ଚାଲିଥିଲା । ସେହି ସମୟରେ ଅମିତାଭ ବଚ୍ଚନ ଏବଂ ଅଭିନେତା ପୁନିତଙ୍କ ମଧ୍ୟରେ ଏକ ଫାଇଟ ସିନ ଚାଲିଥିଲା, ଯେଉଁଥିରେ ପୁନିତ ଗୋଟିଏ ମୁକ୍କା ମାରିବା ପରେ ବିଗ ବିଙ୍କୁ ଟେବୁଲ ଉପରୁ ଡେଇଁବାର ଥିଲା କିନ୍ତୁ ସେହି ସମୟରେ ଅମିତାଭ ବଚ୍ଚନଙ୍କୁ ଏକ ବଡ଼ ମାଡ଼ ବାଜି ଯାଇଥିଲ । ଯାହା ପରେ ସୁଟିଙ୍ଗକୁ ସ୍ଥଗିତ କରାଯାଇଥିଲା ଏବଂ ଅନେକ ସମୟ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା ।

Google

ଯଦିଓ ଏଥିପାଇଁ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ପୁନୀତଙ୍କୁ କ୍ଷମା କରିଦେଇଥିଲେ । କିନ୍ତୁ ଏହାପରେ ତାଙ୍କର କ୍ୟାରିୟର ବର୍ବାଦ ହୋଇ ଯାଇଥିଲା । କାହିଁକି ନା ଏହି ଫିଲ୍ମ ପରଠାରୁ ଦର୍ଶକ ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଘୃଣା କରିବାକୁ ଲାଗି ଯାଇଥିଲେ । କିନ୍ତୁ ମାଡ଼ ବାଜିବା ପରେ ଅମିତାଭ ବଚ୍ଚନ ତାଙ୍କୁ କହିଥିଲେ ଚିନ୍ତା କରନାହିଁ ଏହା କେବଳ ଛୋଟିଆ ଦୁର୍ଘଟଣା ଥିଲା ।

Google

ଏହି କାରଣ ଥିଲା ଯେଉଁଥି ପାଇଁ ପୂନିତ ସମ୍ପୂର୍ଣ୍ଣ ଭାବେ ବେରୋଜଗାର ହୋଇଯାଇଥିଲେ । କେହି ମଧ୍ୟ ତାଙ୍କୁ କାମ ଦେବା ପାଇଁ ପ୍ରସ୍ତୁତ ନଥିଲେ । ପାଖାପାଖି ୫ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳିନଥିଲା । କିନ୍ତୁ ୧୯୮୭ ମସିହାରେ ତାଙ୍କ ପାଖକୁ ବି. ଆର ଚୋପଡାଙ୍କ ମହାଭାରତରେ ଦୁର୍ଯ୍ୟଧନର ଚରିତ୍ର ତୁଲାଇବା ପାଇଁ ଅଫର ଆସିଥିଲା ଏବଂ ସେ ଏହି ଚରିତ୍ର ପାଇଁ ତୁରନ୍ତ ହଁ କରି ଦେଇଥିଲେ । ଏହା ପରେ ସେ ଶାନ୍ତିର ନିଃଶ୍ୱାସ ନେଇଥିଲେ । ଯଦିଓ ତାଙ୍କୁ ଏହାପରେ ଫିଲ୍ମରେ ଛୋଟ ଛୋଟ ରୋଲ ମିଳିବାକୁ ଲାଗିଥିଲା କିନ୍ତୁ ସଫଳତା କେବେ ମଧ୍ୟ ମିଳିନଥିଲା ।

କ’ଣ ବନ୍ଧୁଗଣ ଆପଣ ମଧ୍ୟ ଅମିତାଭ ବଚ୍ଚନଙ୍କୁ ଲାଗିଥିବା ମାଡ଼ର କାରଣ ପୁନିତ ଇସ୍ସର ବୋଲି ଭାବୁଛନ୍ତି ? ନିଶ୍ଚୟ କମେଣ୍ଟ କରି ଆମକୁ ଜଣନ୍ତୁ।

ଯଦି ଆମର ଏହି ପୋଷ୍ଟ ଆପଣଙ୍କୁ ଭଲ ଲାଗିଲା ତେବେ ଅବଶ୍ୟ ଲାଇକ ଏବଂ ସେୟାର କରନ୍ତୁ । ପ୍ରତିଦିନ ଏପରି ମନୋରଞ୍ଜନ ଖବର ପଢ଼ିବା ପାଇଁ ଆପଣ ଆମକୁ Follow କରିବାକୁ ଭୂଲନ୍ତୁ ନାହିଁ । ଧନ୍ୟବାଦ !