ଝିଅମାନଙ୍କ ଅନୁମତି ନେଇ ଏହି ଅଭିନେତା ଜଣକ ଦ୍ଵିତୀୟ ବିବାହ କରିଥିଲେ । ଯୁବକ ପୁଅର ମୃତ୍ୟୁ ହୋଇଯାଇଥିଲା ।

Spread the love

ପ୍ରକାଶ ରାଜ ହିନ୍ଦୀ, ତାମିଲ, କନ୍ନଡ, ତେଲୁଗୁ, ମରାଠୀ ଓ ମାଲୟଲମ ଫିଲ୍ମରେ ମଧ୍ୟ ନିଜର ଅଭିନୟର ପାରଦର୍ଶିତା ଦେଖାଇଛନ୍ତି ।

ଅଭିନୟ ଜଗତରେ ସବୁ କଳାକାରଙ୍କ ଦୁଇଟି ପରିଚୟ ରହିଥାଏ । ଗୋଟିଏ ରୁପେଲି ପରଦାରେ ଓ ଅନ୍ୟଟି ପ୍ରକୃତ ଜୀବନରେ । ଯାହା ଅନେକ ଲୋକ ଜାଣନ୍ତି ନାହିଁ । ଚଳଚିତ୍ର ଗୁଡିକରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରକାଶ ରାଜ୍ ଙ୍କ ପ୍ରକୃତ ଜୀବନ କଣ ସେ ବିଷୟରେ ବୋଧହୁଏ ଅନେକ ଲୋକ ଜାଣିନାହାନ୍ତି ? ସେ ଅନେକ ବଲିଉଡ ସୁପରହିଟ ଚଳଚିତ୍ରରେ ଖଳନାୟକ ରୂପେ ଅଭିନୟ କରିଛନ୍ତି, ଏପରି କି ଦକ୍ଷିଣ ଭାରତୀୟ ସିନେମା ଗୁଡିକରେ ମଧ୍ୟ ଅଭିନୟ କରିଛନ୍ତି । 56 ବର୍ଷୀୟ ଏହି ଅଭିନେତା ଜଣକ ଫିଲ୍ମ ଦୁନିଆରେ ଯେତିକି ସମ୍ମାନ କମାଇଛନ୍ତି; ବୋଧହୁଏ ଅନ୍ୟ କେହି କମାଇ ନଥିବେ । ପ୍ରକାଶ ରାଜ୍ ଦୁଇଥର ବିବାହ କରିଛନ୍ତି ଏବଂ ଆପଣମାନଙ୍କୁ ବିଶ୍ୱାସ ହେବ ନାହିଁ, ଝିଅମାନଙ୍କ ଅନୁମତି ନେଇ ପ୍ରକାଶ ରାଜ୍ ଦ୍ଵିତୀୟ ବିବାହ କରିଥିଲେ।

ଝିଅମାନଙ୍କ ଅନୁମତି ନେଇ ଏହି ଅଭିନେତା ଜଣକ କରିଥିଲେ ଦ୍ଵିତୀୟ ବିବାହ :

ପ୍ରକାଶ ରାଜ୍ ଙ୍କ 1965 ମସିହା ମାର୍ଚ୍ଚ 26 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଚଳିତ ବର୍ଷ ପ୍ରକାଶ ରାଜ୍ ନିଜର 54 ତମ ଜନ୍ମ ଦିନ ପାଳନ କରିଛନ୍ତି । ନିଜ ଅଭିନୟ ଜୀବନ କାଳରେ ପ୍ରକାଶ ରାଜ ଅନେକ କିର୍ତ୍ତୀ ଅର୍ଜନ କରିଛନ୍ତି । ସେ ନିଜର ଅଭିନୟ ଜୀବନ ପ୍ରଥମେ 1994ରେ ତାମିଲ ଫିଲ୍ମ ଡୁଏଟରୁ ଆରମ୍ଭ କରିଥିଲେ । ଏହା ତାଙ୍କର ପ୍ରଥମ ସୁପରହିଟ୍ ଫିଲ୍ମ ଥିଲା । ଏହି ଠାରୁ ହିଁ ତାଙ୍କରି ପରିଚୟ ଆରମ୍ଭ ହୋଇଥିଲା । ସେ ହିନ୍ଦୀ, ତାମିଲ, କନ୍ନଡ, ତେଲୁଗୁ ଓ ମାଳାୟଲମ ଫିଲ୍ମରେ ଅଭିନୟ କରିସାରିଛନ୍ତି । ତାଙ୍କ ମା ଜଣେ ନର୍ସ ଥିଲେ ଯାହା ଫଳରେ ପ୍ରକାଶଙ୍କ ଜୀବନ ଅତି କଷ୍ଟରେ କଟିଛି ।

ପ୍ରକାଶ ରାଜ୍ ଅଭିନେତ୍ରୀ ଲତା କୁମାରୀଙ୍କ ସହିତ 1994ରେ ବିବାହ କରିଥିଲେ, କିନ୍ତୁ 2009 ମସିହାରେ ବିବାହ ବିଚ୍ଛେଦ ହୋଇଥିଲା । ସେତେବେଳେ ପ୍ରକାଶଙ୍କର ଦୁଇଟି ଝିଅ ଥିଲେ, ମେଘନା ଓ ପୂଜା । ଗୋଟିଏ ପୁଅ ମଧ୍ୟ ଥିଲା କିନ୍ତୁ ପୁଅଙ୍କର ମୃତ୍ୟୁ ଯୁବକ ଅବସ୍ଥାରେ ହିଁ ହୋଇଯାଇଥିଲା । ପ୍ରକାଶ ରାଜ୍ 2009ରେ ନିଜ ଠାରୁ 12ବର୍ଷ କମ କୋରିୟଗ୍ରାଫ ପୋନିଙ୍କ ସହିତ ବିବାହ କରିଥିଲେ । ପ୍ରକାଶ ରାଜ ଟାଇମସ୍ ଅଫ୍ ଇଣ୍ଡିଆର ସାକ୍ଷାତକାରରେ କହିଛନ୍ତି, ମୁଁ ଦ୍ଵିତୀୟ ବିବାହ କରିବା ପୂର୍ବରୁ ଲତାଙ୍କ ସହ ଆଲୋଚନା କରିଥିଲି, ସେ ମୋ ଦ୍ଵିତୀୟ ବିବାହ ପାଇଁ ରାଜି ହୋଇଯାଇଥିଲେ, ପରେ ଝିଅମାନଙ୍କ ସହ କଥା ହୋଇଥିଲି ଓ ସେମାନେ ବିବାହ ପାଇଁ ଅନୁମତି ଦେଇଥିଲେ । ଏହାପରେ ପୋନିଙ୍କ ସହ ମୋର ବିବାହ ହୋଇଥିଲା । ପ୍ରକାଶ ନିଜ ପିଲା ବେଳର କିଛି ଅନୁଭୂତି କହିଛନ୍ତି । ପ୍ରକାଶଙ୍କ ପିତା ଥରେ ମେଡିକାଲରେ ଆଡ଼ମିଟ୍ ହୋଇଥିଲେ ଯେଉଁଠି, ତାଙ୍କ ମା ନର୍ସ ଥିଲେ । ସେହିଠାରେ ଦୁହିଁଙ୍କ ଦେଖା ସାକ୍ଷାତ ହୋଇଥିଲା ପରେ ପ୍ରେମ ଓ କିଛି ଦିନ ପରେ ବିବାହ ହୋଇଥିଲା । ପ୍ରକାଶଙ୍କ ବାପା କିଛି କାମ କରୁନଥିଲେ ପ୍ରାୟ ସମୟ ମଦ ପିଇ ରହୁଥିଲେ । ପ୍ରକାଶଙ୍କ ମତରେ ତାଙ୍କ ବାପା ଜଣେ ଯାଯାବର ଥିଲେ । ସେ (ପ୍ରକାଶଙ୍କ ବାପା) 3ମାସ ଘରେ ରହୁଥିଲେ ଓ 6 ମାସ ରୋଜଗାର ପାଇଁ ବାହାରେ ରହୁଥିଲେ ।

ଏହି ସମସ୍ତ ଫିଲ୍ମରେ କାମ କରିଛନ୍ତି ପ୍ରକାଶ ରାଜ୍ :

ପ୍ରକାଶ ପ୍ରାୟ 100ରୁ ଅଧିକ ଦକ୍ଷିଣ ଭାରତୀୟ ଚଳଚିତ୍ରରେ କାମ କରି ନିନ୍ଦା ଓ ପ୍ରଶଂସା ଉଭୟ ପାଇଛନ୍ତି । ସେ ଦବଙ୍ଗ-2, ରାଉଡି ରାଥୋଡ଼, ଆର୍-ରାଜକୁମାର, ଏଣ୍ଟରଟେନମେଣ୍ଟ, ପୁଲିସ ଗିରି ଏବଂ ସିଙ୍ଘମ ପରି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟର ପାରଦର୍ଶିତା ଦେଖାଇ ସାରିଛନ୍ତି । ପ୍ରକାଶ ରାଜ୍ ସାଉଥର ପ୍ରାୟ ସମସ୍ତ ନାମୀଦାମି ଅଭିନେତାମାନଙ୍କ ସହିତ କାମ କରିଛନ୍ତି । ଆଜି ମଧ୍ୟ ପ୍ରକାଶଙ୍କୁ ବଲିଉଡରେ ଅତି ସହଜରେ କାମ ମିଳିପାରୁଛି । ପ୍ରକାଶ ରାଜ୍ ଏହିଥର ଲୋକସଭା ନିର୍ବାଚନ 2019ରେ କର୍ଣ୍ଣାଟକର ବେଙ୍ଗାଲୁରୁ ଆସନରୁ ନିର୍ଦଳୀୟ ପ୍ରାର୍ଥୀ ଅଛନ୍ତି ।