ଅଳେଇଚର ଏହି ନିର୍ଭୁଲ ଉପାୟ ଆପଣଙ୍କ ଭାଗ୍ୟ ବଦଳି ଦେଵ, ମନୋସ୍କାମନା ପୂର୍ଣ୍ଣ ହେବ, ବଡ଼ ସଫଳତା ମିଳିବ !

Spread the love

ଅଳେଇଚର ବ୍ୟବହାର ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ହୋଇଥାଏ । ଏହାକୁ ରୋଷେଇ ଘରେ ମସଲା ରୂପେ ବ୍ୟବହାର କରାଯାଏ । ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ଅଳେଇଚର ଆୟୁର୍ବେଦିକ ଏବଂ ଔଷଧୀୟ ଗୁଣ ସହିତ ଭଲ ଭାବରେ ପରିଚିତ ଅଛନ୍ତି । କିନ୍ତୁ ବହୁତ ଲୋକ ଏହାର ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଲାଭ ବିଷୟରେ ଜାଣି ନାହାନ୍ତି । ଅଳେଇଚର ବ୍ୟବହାର ମସଲା ରୂପେ ଖାଦ୍ୟରେ କରଯାଏ ବା ଚା’ ରେ ପକାନ୍ତି । ଏହାଛଡା ଏହାକୁ ପୂଜା ପାଠ, ତାନ୍ତ୍ରିକ ପ୍ରକ୍ରିୟାରେ ଏବଂ ତନ୍ତ୍ର ମନ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଅଳେଇଚର ଏମିତି ନିର୍ଭୁଲ ଉପାୟ ବିଷୟରେ ସୂଚନା ଦେବୁ, ଯେଉଁ ଉପାୟକୁ ଆପଣ ଆପଣେଇ ନିଜର ଭାଗ୍ୟ ବଦଳି ପାରିବେ । ଏହି ଉପାୟ ବହୁତ ସିଦ୍ଧ ଅଟେ ।

ଆସନ୍ତୁ ଜାଣିବା ଅଳେଇଚର ଏହି ନିର୍ଭୁଲ ଉପାୟ ବିଷୟରେ :

୧) ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ଦିନ-ରାତି କଠିନ ପରିଶ୍ରମ କରନ୍ତି । ପରିଶ୍ରମ କରିବା ପାଇଁ ସେ କୌଣସି ପ୍ରକାର ପଛଘୁଞ୍ଚା ଦିଅନ୍ତି ନାହିଁ କିନ୍ତୁ ଏହା ସବୁ ପରେ ମଧ୍ୟ ତାଙ୍କ ଇଚ୍ଛା ଅନୁସାରେ ସଫଳତା ମିଳେ ନାହିଁ । ସେମାନେ କାର୍ଯ୍ୟକୁ ସଫଳତାର ଶିଖରରେ ପହଞ୍ଚାଇ ଥାନ୍ତି କିନ୍ତୁ ତା’ର ଶ୍ରେୟ ଅନ୍ୟମାନେ ନିଅନ୍ତି । ଯଦି ଏହି ପ୍ରକାରର ସମସ୍ୟା ଆପଣଙ୍କ ସହ ମଧ୍ୟ ହେଉଛି; ତେବେ ଆପଣ ଅଳେଇଚର ଏହି ଉପାୟ ପ୍ରୟୋଗ କରିପାରିବେ । ଆପଣ ଏଥିପାଇଁ ସବୁଜ ରଙ୍ଗର ସ୍ୱଚ୍ଛ କପଡ଼ାରେ ଗୋଟିଏ ଅଳେଇଚ ବାନ୍ଧି ତାକୁ ରାତିରେ ଆପଣଙ୍କ ତକିଆ ତଳେ ରଖିଦିଅନ୍ତୁ ଏବଂ ତା’ପରଦିନ ସକାଳେ ଉଠି ତାକୁ କୌଣସି ବାହାର ବ୍ୟକ୍ତିକୁ ଦେଇ ଦିଅନ୍ତୁ । ଯଦି ଆପଣ ଏମିତି କରିବେ, ତେବେ ଆପଣଙ୍କର ସମସ୍ତ ଅଧୋଗତି କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ନିଜ ଇଚ୍ଛା ଅନୁସାରେ ସଫଳତା ପ୍ରାପ୍ତି ହେବ ।

୨) ଯେଉଁ ବ୍ୟକ୍ତିମାନଙ୍କ ପାଖରେ ପଇସା ଜମା ରହେ ନାହିଁ ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ପର୍ସ ସର୍ବଦା ଖାଲି ରହେ; ତେବେ ସେଥିପାଇଁ ଆପଣ ଆପଣଙ୍କ ପର୍ସରେ ସର୍ବଦା ୫ଟି ଅଳେଇଚ ରଖନ୍ତୁ । ଯଦି ଆପଣ ଅଳେଇଚର ଏହି ଉପାୟ କରିବେ, ତେବେ ଧନ ସମ୍ବନ୍ଧିତ ସମସ୍ତ କଷ୍ଟ ଦୂର ହେବ ଏବଂ ଆପଣଙ୍କ ଆୟର ଗୋଟିଏ ନୂଆ ସ୍ରୋତ ମିଳିବ ।

୩) ଯେଉଁ ବ୍ୟକ୍ତିମାନେ ପାଠ ପଢ଼ାରେ ବହୁତ ଅଧିକ ପରିଶ୍ରମ କରନ୍ତି କିନ୍ତୁ ଯେତେ ପଢିଲା ପରେ ମଧ୍ୟ ଆପଣଙ୍କର ଭଲ ନମ୍ବର ଆସେ ନାହିଁ; ତେବେ ଏଥିପାଇଁ ଆପଣ ଅଳେଇଚକୁ କ୍ଷୀରରେ ଫୁଟାଇ କୌଣସି ଗରିବଙ୍କୁ କ୍ରମାଗତ ଭାବରେ ୭ ପାଳି ସୋମବାର ପର୍ଯ୍ୟନ୍ତ ପିଇବାକୁ ଦିଅନ୍ତୁ । ଯଦି ଆପଣ ଏମିତି କରନ୍ତି, ତେବେ ଏହାଦ୍ୱାରା ପାଠପଢ଼ାରେ ଇଚ୍ଛା ଅନୁସାରେ ପରିଣାମ ମିଳିବ । ଏମିତି ତ ଏହି ଉପାୟକୁ ଛାତ୍ରଛାତ୍ରୀ ମାନଙ୍କ ବାପା ମାଆ ମଧ୍ୟ କରିପାରିବେ ।

୪) ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କୁ ଧନ, ଭୌତିକ ସୁଖ ସୁବିଧା ଏବଂ ବିବାହ ସମ୍ବନ୍ଧୀୟ ସବୁ ପରିସ୍ଥିତିର କାରକ ବୋଲି ଧରାଯାଏ । ଏମିତି ପରସ୍ଥିତିରେ ଯଦି ଆପଣଙ୍କର ଜାତକରେ ଶୁକ୍ର ଗ୍ରହ ଯଦି ମଜବୁତ ଅଛି, ତେବେ ଏହାଦ୍ଵାରା ଆପଣଙ୍କ ଜୀବନ ସୁଖ ଓ ସୌଭାଗ୍ୟରେ କଟିବ । ଯଦି ଆପଣଙ୍କ ଶୁକ୍ର ଗ୍ରହ ଦୁର୍ବଳ ଥିବ, ତେବେ ଆପଣଙ୍କୁ ଆପଣଙ୍କର ଭାଗ୍ୟର ସହଯୋଗ ମିଳିବ ନାହିଁ । ଯାହା ଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଦୁଃଖର ସମ୍ନା କରିବାକୁ ପଡିଥାଏ । କୌଣସି ମଧ୍ୟ ସୁଖ ପ୍ରାପ୍ତି ହୁଏ ନାହିଁ । ଏହି ପରିସ୍ଥିତିରେ ଆପଣ ଗୋଟିଏ ଢାଳ ପାଣି ନେଇ ସେଥିରେ ଦୁଇଟି ବଡ଼ ଅଳେଇଚ ପକାଇ ତାକୁ ଅଧା ହେଲା ପର୍ଯ୍ୟନ୍ତ ଫୁଟାନ୍ତୁ, ଏହି ପାଣିକୁ ଆପଣଙ୍କ ଗାଧୋଇବା ପାଣିରେ ମିଶାଇ ଗାଧନ୍ତୁ କିନ୍ତୁ ଗାଧୋଇବା ସମୟରେ ଆପଣଙ୍କ ପବିତ୍ରତା ପ୍ରତି ଧ୍ୟାନ ରଖିବାକୁ ହେବ ଏବଂ ଏହା ସହିତ ଗାଧୋଇବା ସମୟରେ ଶୁକ୍ରଙ୍କ ସ୍ତ୍ରୋତ୍ର ତଳେ ଦିଆ ହୋଇଛି ତାକୁ ପାଠ କରିବେ-

ଓଁ ଜୟନ୍ତୀ ମଙ୍ଗଳ କାଳୀ ଭଦ୍ରକାଳୀ

ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ଵହା ସ୍ୱଧା

ଯଦି ଆପଣ ଏହି ଉପାୟକୁ କରନ୍ତି, ତେବେ ଏହାଦ୍ଵାରା ଆପଣଙ୍କ ଶୁକ୍ର ମଜବୁତ ହେବ ଏବଂ ଜୀବନରେ ସବୁ କଷ୍ଟରୁ ମୁକ୍ତି ମିଳିବ ।