ଶରୀରର ଏହି ଦୁଇଟି ଅଙ୍ଗ ମହିଳାଙ୍କ ରହସ୍ୟ ଖୋଲି ଦେଇଥାଏ, ଜାଣନ୍ତୁ ଏହି ରହସ୍ୟ ବିଷୟରେ ।

Spread the love

ଆମ ଶାସ୍ତ୍ରରେ କିଛି ବିଦ୍ୟା ବିଷୟରେ କୁହାଯାଇଛି ଯାହା ବହୁତ ରୋଚକ ଅଟେ । ଏହି ଜ୍ଞାନକୁ ଆହରଣ କରି ଜୀବନର ପ୍ରତି ବିଷୟରେ ଜାଣି ପରିବା । ଶାରୀରିକ ଅଙ୍ଗର ବିସ୍ଲେଷଣ କରି ବ୍ୟକ୍ତିର ଚରିତ୍ରକୁ ବ୍ୟାଖ୍ୟା କରିବା ହିଁ ସାମୁଦ୍ରିକ ଶାସ୍ତ୍ର ଅଟେ । ଏହା ହିନ୍ଦୁ ଶାସ୍ତ୍ର ଦ୍ୱାରା ପ୍ରଦାନ କରାଯାଇଥିବା ଏହିପରି ଏକ ବିଦ୍ୟା ଯାହାକୁ ଗଭୀର ଅଧ୍ୟୟନ ଫଳରେ ଉଜାଗର କରାଯାଇ ପାରିବ । ଚିନ୍ତା କରାଯାଏ ତେବେ ବର୍ଷ ବର୍ଷ ଲାଗିଯାଇଥିବ ପ୍ରତି ବିଷୟର ନିର୍ଣ୍ଣୟ କରି ଉପସଂହାରରେ ପହଞ୍ଚିବା ପାଇଁ ଏବଂ ଏହା ମଧ୍ୟ ଏହିପରି ଏକ ନିର୍ଣ୍ଣୟ ଯାହା ପ୍ରତି ରୂପ, ପ୍ରତି ବ୍ୟକ୍ତି ବିଷୟରେ ସଠିକ ତଥ୍ୟ ପ୍ରଦାନ କରିପାରେ ।

ପ୍ରାୟତଃ ଲୋକଙ୍କ ମାନ୍ୟତା ରହିଛି ମହିଳାଙ୍କୁ ବୁଝିବା ସମ୍ଭବ ନୁହେଁ । ଏହି ପରିପ୍ରେକ୍ଷୀରେ ପୁରାଣରେ ମଧ୍ୟ ଏକ ଲୋକକଥା ପ୍ରଚଳିତ ରହିଛି । ଯେଉଁଥିରେ କୁହାଯାଇଛି, ମହିଳାଙ୍କ ସ୍ଵଭାଵ ସ୍ୱୟଂ ଭଗବାନ ମଧ୍ୟ ବୁଝିପାରି ନ ଥିଲେ । ତେବେ ଆମେ ଛାର ମନୁଷ୍ୟ କିପରି ବୁଝି ପାରିବା । କିନ୍ତୁ ଆଜି ଆମେ ଯେଉଁ ବିଷୟରେ କହିବୁ, ତାହା ଜାଣିବା ପରେ ଆପଣ ମହିଳା ମାନଙ୍କ ସ୍ଵଭାଵ ବିଷୟରେ ଜାଣିପାରିବେ । ମହିଳାଙ୍କୁ ବୁଝିବା ପାଇଁ ଅଧିକ ଚିନ୍ତା କରିବା ପାଇଁ ପଡିବ ନାହିଁ । ସେମାନଙ୍କ ପ୍ରତିଟି ରହସ୍ୟ ସେମାନଙ୍କ ଶରୀରର ଦୁଇଟି ଅଙ୍ଗରୁ ଜଣା ପଡି ଯାଇଥାଏ । ଯଦି ଆପଣ ମଧ୍ୟ କୌଣସି ମହିଳା ମିତ୍ରଙ୍କ ସହ ସମ୍ପର୍କରେ ଅଛନ୍ତି; ତେବେ ଆପଣ ତାଙ୍କର ଶରୀରର ଏହି ଦୁଇଟି ଅଙ୍ଗ ଉପରେ ନଜର ପକାଇ ଦିଅନ୍ତୁ, ଯାହା କିଛି ଏହି ପ୍ରକାରର ଅଟେ ।

ଓଠ :

ମହିଳାଙ୍କ ଚେହେରାର ସବୁଠୁ ଆକର୍ଷଣିୟ ଅଙ୍ଗ ହୋଇଥାଏ ଓଠ । କୌଣସି ମଧ୍ୟ ମହିଳାଙ୍କ ଓଠ ଦେଖି ଆପଣ ସେମାଙ୍କ ସ୍ଵଭାଵ ବିଷୟରେ ଜାଣିପାରିବେ । ଲାଲ, ପତଳା ଚିକଣ ଏବଂ ଭଲ ଆକାରର ଓଠ ବିଶିଷ୍ଟ ମହିଳାମାନେ ନିଜ ପତିଙ୍କୁ ଖୁବ ପ୍ରେମ କରିଥାନ୍ତି । ଏହିପରି ମହିଳାଙ୍କ ବୈବାହିକ ଜୀବନ ସୁଖ ଏବଂ ଶାନ୍ତିରେ ଭରପୁର ରହିଥାଏ । ଯେଉଁ ମହିଳା ମାନଙ୍କର ଓଠ ଗୋଲାପୀ କିମ୍ବା ହାଲ୍କା ଗୋଲାପୀ ରଙ୍ଗର ହୋଇଥାଏ; ସେମାନେ ଭଲ ବନ୍ଧୁ ସାଜିଥାନ୍ତି । ଏମାନଙ୍କୁ ଲୋକଙ୍କ ସହ ମିଶିବା ପାଇଁ ପସନ୍ଦ ହୋଇଥାଏ ଏବଂ କୌଣସି ବ୍ୟକ୍ତିକୁ ମଧ୍ୟ ନିଜର କରିପାରନ୍ତି । ଲାଲ ରଙ୍ଗର ଓଠ ଥିବା ମହିଳା ମାନେ କର୍ମଠ ହୋଇଥାନ୍ତି ଏବଂ ନିଜ କାମକୁ ଠିକ ରୂପେ କରିଥାନ୍ତି ।ଏମାନେ ସ୍ୱଭାବର କ୍ରୋଧି ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ତଳ ଓଠ ମୋଟା ଏବଂ କଳା ହୋଇଥାଏ; ସେମାନେ ଶୀଘ୍ର ହିଁ ନିଜ ପତିଙ୍କୁ ହରାଇଥାନ୍ତି ।

ଗାଲରେ ଦିମ୍ପଲ :

ଚେହେରାରେ ଦିମ୍ପଲ ଥିଲେ ଏହା ଅନ୍ୟକୁ ଆକର୍ଷିତ କରିଥାଏ । କୌଣସି ବ୍ୟକ୍ତିଙ୍କ ଦୁଇ ଗାଲରେ ଦିମ୍ପଲ ରହିଥିବା ବେଳେ କୌଣସି ବ୍ୟକ୍ତିଙ୍କ ଗୋଟିଏ ଗାଲରେ ଦିମ୍ପଲ ରହିଥାଏ । ଗୋଟିଏ ରହୁ କିମ୍ବା ଦୁଇଟି ଦିମ୍ପଲ, ଏହା ବ୍ୟକ୍ତିକୁ ସୁନ୍ଦର କରାଇଥାଏ । ଏମାନେ ବହୁତ ମଜାମସ୍ତି ସ୍ଵଭାବର ହୋଇଥାନ୍ତି । ଏମାନେ ଦୟାଳୁ ସ୍ୱଭାବର ମଧ୍ୟ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କ ଗାଲରେ ଦିମ୍ପଲ ରହିଥାଏ; ସେମାନେ ଭାଗ୍ୟବାନ ହୋଇଥାନ୍ତି । ବିଷ୍ଣୁ ପୁରାଣ ଅନୁସାରେ ହସିବା ସମୟରେ ଯେଉଁ ଝିଅଙ୍କ ଗାଲରେ ଗାତ ହୋଇଥାଏ, ସେମାନଙ୍କ ବୈବାହିକ ଜୀବନ ସୁଖପୁର୍ଣ ହୋଇଥାଏ । ପତିପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ କିନ୍ତୁ ଯେଉଁ ଝିଅମାନଙ୍କ ଗାଲରେ ଦିମ୍ପଲ ପଡିଥାଏ, ସେମାନେ ଶାଶୁଙ୍କ ସୁଖରୁ ବଞ୍ଚିତ ହୋଇଥାନ୍ତି । ହୋଇଥାଇ ପାରେ ସେମାନଙ୍କ ଶାଶୁ ନ ଥାନ୍ତି କିମ୍ବା ବିବାହ ପରେ ଶାଶୁ ରହିନଥାନ୍ତି । ଏହି ଝିଅଙ୍କ ପ୍ରେମ ସମ୍ବନ୍ଧ ମଧ୍ୟ ବହୁତ ରହିଥାଏ ଏବଂ ଏମାନେ କାମୁକତା ପୂର୍ଣ ସ୍ୱଭାବର ହୋଇଥାନ୍ତି ।