ମୃତ୍ୟୁକୁ ଜୟକରି ଫେରିଥିବା ଏହି ଧାରାବାହିକ ଅଭିନେତ୍ରୀ, ପୋଷ୍ଟ ସେୟାର କରି କହିଛନ୍ତି ସେହି ଘଟଣା…… ।

Spread the love

ମୃତ୍ୟୁକୁ ଜୟକରି ଫେରିଥିବା ଏହି ଧାରାବାହିକ ଅଭିନେତ୍ରୀ,ପୋଷ୍ଟ ସେୟାର କରି କହିଛନ୍ତି ସେହି ଘଟଣା ।

ଟିଭି ଜଗତର ଅଭିନେତ୍ରୀ ବିଗଵସ୍ ସିଜନ-5ର ବିଜେତା ଜୁହି ପରମାର ନିଜର ସୋସିଆଲ ମିଡ଼ିଆରେ ଜଣାଇଛନ୍ତି; ସେ ନିଜ ମୃତ୍ୟୁକୁ କିପରି ସେ ଜୟ କରି ଫେରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଛନ୍ତି । ଜୁହୀଙ୍କ କହିବା ଅନୁସାରେ ହୋଲି ଦିନ ରାତ୍ର ତାଙ୍କରି ଦେହ ଖରାପ ହୋଇଥିଲା, ସେହିଦିନ ସେ ନିଜ ବଞ୍ଚିବା ଆଶା ଛାଡ଼ି ଦେଇଥିଲେ ।

ସେ ନିଜ ଇଂଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି; 21 ମାର୍ଚ୍ଚ ହୋଲିଦିନ ରାତ୍ର ତାଙ୍କରି ଦେହ ଖରାପ ହୋଇଥିଲା । ସେତେବେଳେ ସେ ନିଜ ସାଙ୍ଗ ଆରକା ଗୋରଡିୟଙ୍କ ଘରେ ଥିଲେ । ସେଠାରୁ ଜୁହୀଙ୍କ ସାଙ୍ଗ ଜୁହୀଙ୍କୁ ମେଡିକାଲ ନେଇଯାଇଥିଲେ । ସେ ନିଶ୍ଵାସ ପ୍ରଶ୍ୱାସ ନେଇ ପାରୁନଥିଲେ କିନ୍ତୁ ସମସ୍ତ ରିପୋର୍ଟ ଠିକ୍ ଥିଲା । ସେ କହିଛନ୍ତି ଯେ, ତାଙ୍କୁ ଏପରି ଲାଗୁଥିଲା ସେତେ ଯେପରି 5 ମିନିଟ୍ ଭିତରେ ସେ ମରିଯିବେ ଏବଂ ସାଙ୍ଗକୁ ମଧ୍ୟ ଜଣାଇ ଦେଇଥିଲେ ତାଙ୍କ ଝିଅର ଯତ୍ନ ନେବା ପାଇଁ ।

ଜୁହି ପୁଣି ଲେଖିଛନ୍ତି ଯେ, ତାଙ୍କ ଆଖି ସାମ୍ନାରେ ତାଙ୍କ ଜୀବନର ସମସ୍ତ ଦୃଶ୍ୟ ଜଳଜଳ ହୋଇଦେଖା ଯାଇଥିଲା । ସତେଯେପରି ତାଙ୍କୁ ଲାଗୁଥିଲା, ସମସ୍ତେ ତାଙ୍କଠାରୁ ଦୂରେଇ ଯାଉଛନ୍ତି ଏବଂ ସେ ଭଗବାନଙ୍କ ସହିତ କଥା ହେଲେ । ତାଙ୍କୁ ଲାଗୁଥିଲା ଆତ୍ମା ଚାଲିଯାଉଛି କିନ୍ତୁ ଯିବାକୁ ସେ ନିଜେ ଦେଉ ନାହାନ୍ତି କାରଣ ନିଜ ଝିଅକୁ ଛାଡ଼ି ଯିବାକୁ ଚାହୁଁନଥିଲେ ଜୁହି । ସେହି ସମୟରେ ସେ ଭଗବାନଙ୍କ ସହିତ କଥାହେଲେ ଓ ନିଜ କୃତକର୍ମ ପାଇଁ ଭଗବାନଙ୍କୁ କ୍ଷମାଭିକ୍ଷା କଲେ । ସେ କେବଳ ଭଗବାନଙ୍କୁ କହୁଥିଲେ, “ମୋତେ ମୋ ଝିଅ ପାଇଁ ବଞ୍ଚିବାକୁ ଦିଅନ୍ତୁ ।”

ଜୁହି ପରମାର ନିଜକଥା ଆଗକୁ ବଢ଼ାଇ କହିଛନ୍ତି, ପୁରାଦୁନିଆ ଚିନ୍ତା କରେ ମୁଁ (ଜୁହି) ଜଣେ କଠୋର ମହିଳା କିନ୍ତୁ ଏହି କଠୋର ମହିଳା ପାଖରେ ମଧ୍ୟ ହୃଦୟ ରହିଛି । ଯାହା ବହୁଥର ଦୁଃଖ ଦିଏ । ମୋର ମଧ୍ୟ ହୃଦୟ ମୋତେ ଦୁଃଖ ଦିଏ । ସେତେବେଳେ ମୋର ଛାଡପତ୍ର କଥା ମନେ ପଡେ । ନା ନିଜ ଏକୁଟିଆ ଜୀଵନ ବିତାଇ ପାରୁଛି ନା ନିଜ ଜୀବନର ଦୁଃଖ କାହାକୁ କହିପାରୁଛି । ସେତେବେଳେ ମୁଁ ଯାହା ଦେଖୁଥିଲି ତାହା ଥିଲା, “ମୋ ଝିଅର ଚେହେରା ଆଉ ବଞ୍ଚି ରହିବା ଇଚ୍ଛା ।” ସେତେବେଳେ ମୁଁ ଜାଣିବାକୁ ପାଇଲି ଆମେ ବହୁତ ଛୋଟ ଏବଂ ଆମେ ଆମର କଷ୍ଟକୁ ବହୁତ ବଡ଼ ଭାବିଥାଉ । ଏହି ଦୁନିଆ ହେଉଛି ବଡ, ନିଜକୁ ତାର କେନ୍ଦ୍ର ବୋଲି ଭାବିଥାଉ କିନ୍ତୁ ଯାହାର ନିୟନ୍ତ୍ରଣ ଆମ ହାତରେ ନାହିଁ ।

ଜୁହି କହିଛନ୍ତି; ସେତେବେଳେ ସେ ସମସ୍ତଙ୍କୁ କ୍ଷମା କରିଛନ୍ତି ଏପରିକି ଯେଉଁମାନେ ତାଙ୍କ ସହିତ ଭୁଲ ବ୍ୟବହାର କରିଛନ୍ତି ସେମାନଙ୍କୁ ମଧ୍ୟ କ୍ଷମା କରିଛନ୍ତି । ସେତେବେଳେ ମୋ ମନରେ କୌଣସି ନକାରାତ୍ମକ ଭାଵନା ନଥିଲା । ମୋର ସବୁଠାରୁ ବଡ ଖୁସୀ ଓ ସମ୍ପଦ ଥିଲା ମୋର ଜୀବନ । ଯେତେବେଳେ ନିଶ୍ଵାସ ବନ୍ଦ ହୋଇଯିବ ସବୁ ଶେଷ ହୋଇଯିବ ।

ସେ ଆହୁରି କହିଛନ୍ତି; ସେ ବହୁଥର Philosophy and Healing ବହି ପଢ଼ିଛନ୍ତି । ଆଉ ପ୍ରତ୍ୟେକ ଥର ମୁଁ କୃତଜ୍ଞ ହେବା ପାଇଁ ସ୍ଥିର କରିଥିଲେ । ଯେଉଁମାନେ ମୋ ସାଥୀରେ ଥିଲେ, “ସେମାନଙ୍କ ପ୍ରତି ମୁଁ କୃତଜ୍ଞ, ଯାହାଙ୍କ ପାଇଁ ମୁଁ ସକାଳ ଦେଖିଲି ।”

ଜୁଲି 2009ରେ ଟିଭି ଅଭିନେତା ସଚିନଙ୍କୁ ବିବାହ କରିଥିଲେ । କିନ୍ତୁ ଅତି ଶୀଘ୍ର ଦୁହିଁଙ୍କ ସମ୍ପର୍କ ଖରାପ ହୋଇଗଲା । 2012ରେ ଜୁଲି ବିଗବସର ବିଜେତା ହୋଈଥିଲେ । ଏହା ପରେ ଝିଅକୁ ଜନ୍ମ ଦେଲେ । ଝିଅ ଜନ୍ମ ପରେ ଜୀବନଯାତ୍ରା ଭଲ ଥିଲା । କିନ୍ତୁ ବୈବାହିକ ସମ୍ପର୍କ ବେଶୀ ଦିନ ରହିଲା ନାହିଁ । ଆଉ 2018ରେ ଦୁହିଁଙ୍କ ଛାଡପତ୍ର ହେଲା । ଝିଅକୁ ରଖିବା ଦାଇତ୍ୱ ମାକୁ ମିଳିଲା ଏବଂ ସେ ଏକୁଟିଆ ଝିଅର ଲାଳନପାଳନ କରିଆସୁଛନ୍ତି ।