ଫିଟିକିରିର ଏହି ଉପାୟ ଆପଣଙ୍କ ଜୀବନରୁ କ୍ଷଣିକ ମଧ୍ୟରେ ଦୂର କରିବ ସମସ୍ତ ଦୁଃଖ କଷ୍ଟ….

Spread the love

ଫିଟିକିରୀର ଏହି ୭ଟି ଉପାୟ , ବଦଳାଇ ଦେବ ଆପଣଙ୍କ ଭାଗ୍ୟ !

ଫିଟିକିରୀ ଏକ ଧଳାରଙ୍ଗର ଜିନିଷ ଅଟେ, ଯାହାର ପ୍ରୟୋଗ ଔଷଧ ତିଆରି କରିବା ଠାରୁ ଆରମ୍ଭ କରି ପୂଜାରେ ମଧ୍ୟ ବ୍ୟବହାର କରାଯାଏ । ଅଧିକାଂଶ ଲୋକ ଏହାସହ ଯୋଡ଼ି ହୋଇଥିବା ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଫିଟିକିରୀ ସହିତ ଯୋଡି ହୋଇଥିବା ଏହି ଉପାୟ ଅଧିକ ଲାଭ ଦାୟକ ହୋଇଥାଏ ଏବଂ ଏହି ଉପାୟକୁ ଅବଲମ୍ବନ କରି ଆପଣ ଧନରେ ଲାଭ ପାଇବା ଠାରୁ ଆରମ୍ଭ କରି ଅନେକ ପ୍ରକାରର ଚିନ୍ତାରୁ ମୁକ୍ତି ପାଇପାରିବେ ।

ଫିଟିକିରୀ ସହିତ ଯୋଡି ହୋଇଥିବା ଉପାୟ :

ଘରର ବାସ୍ତୁ ଦୋଷ ହେବ ଠିକ୍:

ଯେଉଁ ଲୋକଙ୍କ ଘରେ ବାସ୍ତୁ ଦୋଷ ଥାଏ, ସେହି ଲୋକ ନିଜର ଘରର ସମସ୍ତ ରୁମ୍ ମଧ୍ୟରେ ଫିଟିକିରୀ ଖଣ୍ଡ ରଖି ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଘରର ବାସ୍ତୁ ଦୋଷର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ ଏବଂ ଘରର ବାସ୍ତୁ ଦୋଷ ମଧ୍ୟ ଠିକ୍ ହୋଇଯିବ ।

ଧନ ପାଇବା ପାଇଁ :

ଫିଟିକିରୀର ଖଣ୍ଡକୁ ଆଲମିରାରେ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ଏବଂ ସ୍ନାନ କରିବା ସମୟରେ ଜଳ ପକାଇ ସ୍ନାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଏହା ବ୍ୟତୀତ ଘର ଏବଂ ଦୋକାନର ମୁଖ୍ୟ ଦ୍ଵାରରେ ଯଦି କଳା କପଡ଼ାରେ ଏହାକୁ ବାନ୍ଧି ଝୁଲାଇ ଦିଆଯାଏ; ତେବେ ଜୀବନରେ ଟଙ୍କା ପଇସାର ଅଭାବ ହୋଇନଥାଏ ଏବଂ ଏକା ସାଥୀରେ ଅନେକ ସ୍ଥାନରୁ ଟଙ୍କା ଆସିବାରେ ଲାଗିଥାଏ ।

ଋଣରୁ ମୁକ୍ତି ପାଇବା ପାଇଁ :

ଯଦି ଆପଣଙ୍କ ଉପରେ ଋଣ ଅଛି; ଆପଣ ତିନିଟି ବୁଧବାରରେ ଏହି ଉପାୟକୁ କରନ୍ତୁ । ଏହି ଉପାୟ ଅନୁସାରେ ଆପଣ ଏକ ପାନ ପତ୍ରରେ ଫିଟିକିରୀ ଏବଂ ସିନ୍ଦୂର ରଖି ଦିଅନ୍ତୁ ଏବଂ ଏହି ପତ୍ରକୁ ଏକ ସୂତା ସାହାଯ୍ୟରେ ବାନ୍ଧି ଦିଅନ୍ତୁ । ଏହାପରେ ବୁଧବାର ଦିନ ଅଶ୍ଵତ୍ଥ ଗଛ ତଳେ ଏହାକୁ ପୋତି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଋଣ ଠାରୁ ଶୀଘ୍ର ମୁକ୍ତି ମିଳିଯିବ ।

ନକାରାତ୍ମକ ଉର୍ଜ୍ଜାକୁ ଶେଷ କରିବା ପାଇଁ :

ନକାରାତ୍ମକ ଉର୍ଜାକୁ ଘରୁ ହଟାଇବା ପାଇଁ ମଧ୍ୟ ଫିଟିକିରୀ ବହୁତ ଲାଭ ଦାୟକ ହୋଇଥାଏ । ଆପଣ କେବଳ ଆପଣଙ୍କ ଘରର ବାଥରୁମ୍ (ସ୍ନାନଘର)ରେ ଏକ ଗିନାରେ ଫିଟିକିରୀକୁ ରଖି ଦିଅନ୍ତୁ ଏବଂ ଏହି ଗିନାକୁ ବାଥରୁମ୍ ର ଏମିତି ସ୍ଥାନରେ ରଖନ୍ତୁ; ଯାହାଦ୍ଵାରା ଅନ୍ୟର ନଜର ଯେମିତି ଏହା ଉପରେ ପଡିବ ନାହିଁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘରର ନକାରାତ୍ମକ ଉର୍ଜ୍ଜା ଶେଷ ହୋଇଯିବ ।

ଖରାପ ନଜର ଠାରୁ ବଞ୍ଚନ୍ତୁ :

ଯଦିଓ କାହାକୁ ଖରାପ ନଜର ଲାଗିଥାଏ, ତେବେ ଫିଟିକିରୀ ସାହାଯ୍ୟରେ ଏହି ନଜରରୁ ବଞ୍ଚି ପାରିବେ । ଆପଣ କେବଳ ଯେଉଁ ବ୍ୟକ୍ତିଙ୍କୁ ଖରାପ ନଜର ଲାଗିଛି; ତାହାର ମୁଣ୍ଡ ଉପରେ ସାତ ଥର ଫିଟିକିରୀର ଖଣ୍ଡକୁ ବୁଲାଇ ଦିଅନ୍ତୁ । ଏହାପରେ ଫିଟିକିରୀ ଖଣ୍ଡକୁ ଜଳାଇ ଦିଅନ୍ତୁ । ଫିଟିକିରୀର ଜଳିବା ସହ ଖରାପ ନଜର ଏକାଥରକେ ଶେଷ ହୋଇଯିବ ।

ଭୟଙ୍କର ସ୍ଵପ୍ନଠାରୁ ବଞ୍ଚନ୍ତୁ :

ଭୟଙ୍କର ସ୍ଵପ୍ନ ଆସିବା ଦ୍ଵାରା ଅଧିକାଂଶରେ ମନ ଅଶାନ୍ତି ହୋଇ ଯାଇଥାଏ ଏବଂ ଅନେକ ଥର ଲୋକ ବହୁତ ଭୟଭୀତ ମଧ୍ୟ ଯାଇଥାନ୍ତି । ଯଦି ଆପଣଙ୍କୁ ମଧ୍ୟ ରାତିରେ ଭୟଙ୍କର ସ୍ଵପ୍ନ ଆସିଥାଏ; ତେବେ ଫିଟିକିରୀକୁ ଆପଣ କୌଣସି କଳା କପଡ଼ାରେ ବାନ୍ଧି ଆପଣଙ୍କ ଶେଜ ତଳେ ରଖି ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଭୟଙ୍କର ସ୍ଵପ୍ନ ଆସିବାର ବନ୍ଦ ହୋଇଯିବ । ଏହା କେବଳ ଆପଣ ମଙ୍ଗଳବାର କିମ୍ବା ରବିବାର ଦିନ ହିଁ ଫିଟିକିରୀର ଖଣ୍ଡକୁ ଶେଜ ତଳେ ରଖନ୍ତୁ ।

ଝଗଡ଼ା ଶେଷ କାରିବ ପାଇଁ :

ଯଦି ପରିବାରର ଲୋକଙ୍କ ମଧ୍ୟରେ ଚିନ୍ତା ଏବଂ ବାରମ୍ବାର ଝଗଡ଼ା ଲାଗୁଥାଏ; ତେବେ ଆପଣ ରାତିରେ ଶୋଇବା ସମୟରେ ନିଜର ଶେଜ ପାଖରେ ଗୋଟିଏ ପାତ୍ରରେ ପାଣି ଭରି କରି ସେଥିରେ ଫିଟିକିରୀ ଢାଳି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରର ଲୋକଙ୍କ ସମ୍ବନ୍ଧ ଅଥବା ସମ୍ପର୍କ ନିଜ ନିଜ ଭିତରେ ଠିକ୍ ହୋଇଯିବ ଏବଂ ଘରେ ଶାନ୍ତିର ବାତାବରଣ କାଏମ ରହିବ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ !