ରାତ୍ର ସମୟରେ ତଳିପାଦ ମାଲିସ କଲେ ମିଳିଥାଏ ଅନେକ ଫାଇଦା ।

Spread the love

ଆମ୍ଭମାନଙ୍କ ମଧ୍ୟରୁ ଏପରି ଅନେକ ଵ୍ୟକ୍ତି ଅଛନ୍ତି; ଯେଉଁମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ଯତ୍ନ ନିଅନ୍ତି । ଅନେକ ଥର ଏପରି ହୋଇଥାଏ ଯେ, ଲୋକଙ୍କ ଶରୀର ଯନ୍ତ୍ରଣା ହେଲେ ସେମାନେ ମାଲିସର ସାହାରା ନିଅନ୍ତି । ଫଳରେ ସମ୍ୟକ ଶାନ୍ତି ମିଳିଥାଏ ଏବଂ ମାଲିସ ଦ୍ଵାରା ଆମ ଶରୀରର ଅନେକ ପ୍ରକାରର ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ । ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ଶରୀରକୁ ସବୁବେଳେ ସୁସ୍ଥ ରଖିବା ପାଇଁ ଶରୀରର ପ୍ରତ୍ୟେକ ଅଙ୍ଗର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ମାଲିସ କରିବା ଦ୍ୱାରା ଶରୀରର ମାଂସପେଶୀ ଗୁଡିକ ଠିକ ରୂପେ କାର୍ଯ୍ୟ କରିଥାଏ ଏବଂ ଶରୀରର ପ୍ରତିଟି ଅଙ୍ଗ ଠିକ ରୂପେ କାର୍ଯ୍ୟ କରିଥାଏ । ପ୍ରକୃତରେ ଅନେକ ଲୋକ ଜାଣି ନାହାଁନ୍ତି ଯେ, ନିଜ ତଳିପାଦର ଯତ୍ନ ନେବା ଦ୍ୱାରା ସମ୍ପୁର୍ଣ୍ଣ ଶରୀରର ପ୍ରତିଟି ଅଙ୍ଗ ଠିକ ରୂପେ କାର୍ଯ୍ୟ କରିଥାଏ । ଆପଣ ଭାବୁଥିବେ ଯେ, ଏହା କିପରି ସମ୍ଭବ ? ତେବେ ଆସନ୍ତୁ ଜାଣିବା ।

ସର୍ବ ପ୍ରଥମେ ଆମକୁ ଜାଣିବା ଦରକାର ତଳିପାଦ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ ଏବଂ ଆପଣମାନେ ଜାଣିଥିବେ ଯେ, ଯଦି ଆମେ ତଳିପାଦର ଯତ୍ନ ନ ନେବା, ତେବେ ଆମକୁ ଥଣ୍ଡା, କାଶ ଏବଂ ଜ୍ୱର ଭଳି ରୋଗ ହୋଇପାରେ । ଯଦି ଆପଣ ନିଜ ତଳିପାଦର ଠିକ ରୂପେ ମାଲିସ କରୁଥିବେ, ତେବେ ଏହାଦ୍ଵାରା ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ । ଆଜି ଆମେ ଆପଣଙ୍କୁ ସେହି ଲାଭଦାୟକ ବିଷୟ ଗୁଡିକ କହିବୁ; ଯାହାକି ଆପଣଙ୍କ ତଳିପାଦର ମାଲିସ କରିବା ଦ୍ୱାରା ହୋଇଥାଏ । ଆପଣ ରାତିରେ ଶୋଇବା ପୂର୍ବରୁ ତଳିପାଦର ମାଲିସ କରିବା ଦ୍ୱାରା ଏହି ୪ଟି ଉପକାର ମିଳିଥାଏ ।

ରକ୍ତ ସଞ୍ଚାଳନ :

ରାତିରେ ଶୋଇବା ସମୟରେ ତଳିପାଦକୁ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ହୋଇଥାଏ । ଯେଉଁ ଲୋକମାନେ ଦିନ ସାରା କାର୍ଯ୍ୟାଳୟ କିମ୍ବା ଅନ୍ୟ କେଉଁଠି କାମ ପାଇଁ ବସି ରହିଥାନ୍ତି, ସେମାନେ ରାତିରେ ଶୋଇବା ସମୟରେ ତଳିପାଦକୁ ମାଲିସ ନିଶ୍ଚିତ କରିବା ଦରକାର ।

ମାନସିକ ଚାପ :

ଯଦି ଆପଣ ରାତିରେ ଶୋଇବା ସମୟରେ ତଳିପାଦକୁ ମାଲିସ କରନ୍ତି, ତେବେ ମାନସିକ ଚାପରୁ ମୁକ୍ତି ମିଳେ, ଏହାଛଡା ମସ୍ତିଷ୍କ ଥଣ୍ଡା ଏବଂ ଶାନ୍ତ ରୁହେ ।

ମୋଟାପଣ :

ବୋଧହୁଏ ଆପଣ ଶୁଣି ବିଶ୍ୱାସ କରିବେ ନାହିଁ ଯେ, ରାତିରେ ଶୋଇବା ସମୟରେ ତଳିପାଦକୁ ମାଲିସ କରିବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଚର୍ବିକୁ ଅଟକାଇ ଥାଏ ଏବଂ ତଳିପାଦକୁ ସୋରିଷ ତେଲରେ ମାଲିସ କଲେ ଶରୀରରେ ଜମି ରହିଥିବା ଅତିରିକ୍ତ ଚର୍ବି ଧୀରେ-ଧୀରେ କମିଯାଏ ଏବଂ ମୋଟାପଣ ମଧ୍ୟ କମିଯାଏ ।

ନିଦ :

ଯଦି ଆପଣ ନିଦ୍ରାହୀନତାର ଶିକାର ଅଟନ୍ତି, ତେବେ ରାତିରେ ଶୋଇବା ସମୟରେ ତଳିପାଦର ମାଲିସ କରିବା ଦ୍ଵାରା ରାତିରେ ଭଲ ନିଦ ଆସିଥାଏ । ତାହା ସହ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ, କେବଳ ନଡ଼ିଆ ତେଲ କିମ୍ବା ସୋରିଷ ତେଲରେ ହିଁ ସବୁବେଳେ ତଳିପାଦର ମାଲିସ କରିବା ଉଚିତ ।