ଏହି ପଦାର୍ଥ ଗୁଡିକ ଧୀରେ ଧୀରେ କିଡନୀକୁ ଖରାପ କରିଦେଇଥାଏ । ୪ର୍ଥଟି ପୁରୁଷମାନେ ବହୁଳ ବ୍ୟବହାର କରନ୍ତି ।

ଲମ୍ବା ସମୟ ପର୍ଯ୍ୟନ୍ତ ନିୟମିତ ରୂପେ ଏହି ଔଷଧ ଗୁଡିକ ସେବନ କରିବା ଫଳରେ କିଡନୀ ସମସ୍ୟା ଦେଖାଯାଇଥାଏ ।
ଆଜିର ସମୟରେ ଦୈନନ୍ଦିନ ଜୀବନରେ ଲୋକମାନେ ଏତେ ପରିମାଣରେ ବ୍ୟସ୍ତ ବହୁଳ ହୋଇଯାଇଛନ୍ତି, ଯାହାଫଳରେ ଲୋକଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ସମସ୍ୟା ଦେଖାଯାଉଛି ।ଲୋକେ କାମ କରି ରୋଜଗାର କରିବା ନିଶାରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଭୁଲି ଯାଆନ୍ତି । ଆଜି ଆମେ ଆପଣଙ୍କୁ କିଡନୀ ସମ୍ବନ୍ଧରେ କିଛି ଜଣାଇବୁ । ଆପଣ ନିଶ୍ଚିତ ଜାଣିଥିବେ କିଡନୀର କାମ ହେଉଛି; ଶରୀର ଭିତରେ ଥିବା ଟାକ୍ସିସକୁ ଓ ଅପରିଷ୍କାର ପଦାର୍ଥକୁ ରକ୍ତରୁ ବାହାର କରିବା । କିଡନୀ ମାନବ ଶରୀରର ତଳ ଭାଗରେ ଥିବା ଏକ ଅଙ୍ଗ ଅଟେ । ମୂତ୍ର ସମୟରେ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ କିଡନୀ ସାହାଯ୍ୟ କରିଥାଏ । କୌଣସି କାରଣରୁ କିଡନୀ ଖରାପ ହେଲେ ଶରୀର ରୋଗାଗ୍ରସ୍ତ ହୋଇପଡେ । ଆଜି ଆମେ ଆପଣଙ୍କୁ କିଛି ଖରାପ ଅଭ୍ୟାସ ବିଷୟରେ କହିବୁ, ଯାହା କରିବା ଦ୍ୱାରା ଆପଣଙ୍କ କିଡନୀ ଖରାପ ହୋଇଥାଏ ।
୧. ଅତ୍ୟଧିକ ମିଷ୍ଟାନ୍ନ ଖାଇବା :
ମିଠା ଖାଇବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ଶରୀରରେ ସୋଡିୟମ ଓ ସୁଗାରର ମାତ୍ରା ବଢିବା ଫଳରେ କିଡନି ଏହାକୁ ସଫା କରିବାରେ କଷ୍ଟ ଅନୁଭବ କରିଥାଏ । ଏହା ମାଧ୍ୟମରେ ଆପଣଙ୍କ ଶରୀରରେ ନକରାତ୍ମକ ପ୍ରଭାବ ପଡିଥାଏ ।
2. ମାଛମାଂସ ଓ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା :
ମାଛ, ମାଂସ କିମ୍ବା ମସଲା ଯୁକ୍ତ ଖାଦ୍ୟ ଖାଇବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ କିଡନୀ ଜନିତ ସମସ୍ୟା ଦେଖା ଯାଇଥାଏ । ଏଇଥିପାଇଁ ଧ୍ୟାନ ରଖିବା ଜରୁରୀ ଅଟେ, ମସଲା ଯୁକ୍ତ ଖାଦ୍ୟ କିମ୍ବା ମାଛ ମାଂସ ଅଧିକ ଖାଇବା ଅପେକ୍ଷା ସବୁଜ ପନିପରିବା ଖାଇବା ଉଚିତ୍ । ଏପରି କରିବା ଦ୍ୱାରା ଶରୀର ସୁନ୍ତୁଳିତ ରହିଥାଏ ଏବଂ କିଡନୀ ସମ୍ବନ୍ଧିତ କୌଣସି ସମସ୍ୟା ଉପୁଜିନଥାଏ ।
3. ଅତ୍ୟଧିକ ପୀଡ଼ା ନିବାରକ ଔଷଧ ଖାଇବା :
ଶରୀରରେ କୌଣସି ପୀଡ଼ା ଅନୁଭୂତ ହେଉଥିଲେ, ଆମ୍ଭେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ପୀଡ଼ା ନିବାରକ ଔଷଧର ସେବନ କରିଥାନ୍ତି । ମହିଳାମାନେ ଗର୍ଭ ନିରୋଧକ ଔଷଧର ବ୍ୟବହାର ବହୁଳ ପରିମାଣରେ କରିଥାନ୍ତି । ନିୟମିତ ଏହି ପ୍ରକାରର ଔଷଧର ସେବନ କରିବା ଦ୍ୱାରା କିଡନୀ ରୋଗାଗ୍ରସ୍ତ ହୋଇପଡେ ।
4. ଧୂମ୍ରପାନ କରିବା :
ଯେଉଁ ଲୋକମାନେ ସିଗାରେଟ, ବିଡ଼ି ସେବନ କରିଥାନ୍ତି ସେମାନେ ନିଜ ମୃତ୍ୟୁକୁ ନିଜେ ନିମନ୍ତ୍ରଣ ଦେଇଥାନ୍ତି । ଏହିପରି କରିବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥର ପରିମାଣ ବଢିବାରେ ଲାଗିଥାଏ । ଯାହାଫଳରେ କିଡନୀ ଏହି ବିଷାକ୍ତ ପଦାର୍ଥକୁ ସଫା କରିପାରେ ନାହିଁ । ଯାହାଫଳରେ ଆପଣ ଧୀରେ ଧୀରେ ରୋଗାଗ୍ରସ୍ତ ହୋଇପଡନ୍ତି ।ବିଡ଼ି, ସିଗାରେଟକୁ ସ୍ଲୋ-ପୋଇଜନ ବୋଲି କୁହାଯାଇଛି । ଯାହା ଧୀରେ ଧୀରେ ଆପଣଙ୍କ କିଡନୀକୁ ଖରାପ କରି ଦେଇଥାଏ ।