ସ୍ୱାମୀ ସ୍ତ୍ରୀ ଭୁଲରେ ମଧ୍ୟ ଘର ଭିତରେ ଏହି ଜିନିଷ ରଖନ୍ତୁ ନାହିଁ । ବର୍ବାଦ ହୋଇଯିବ ବିବାହିତା ଜୀବନ ।

Spread the love

ଗୋଟେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ପବିତ୍ର ହୋଇଥାଏ । କୁହାଯାଏ ସ୍ୱାମୀ-ସ୍ତ୍ରୀ ସୁଖଦୁଃଖର ସାଥି ହୋଇଥାନ୍ତି । ସ୍ୱାମୀ ସ୍ତ୍ରୀଙ୍କର କର୍ତ୍ତବ୍ୟ ଉଭୟ ଉଭୟଙ୍କ ସୁଖ ଦୁଃଖର ସାଥି ହେବେ । ଏହା ସହିତ, ଏହି ପବିତ୍ର ବନ୍ଧନରେ ବିଶ୍ୱାସ ରହିବା ଆବଶ୍ୟକ । ବିଶ୍ୱାସ ବିନା କୌଣସି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଟି ପରେ ନାହିଁ । ଏମିତି କଥା ଅଛି ଯେ, ଯୋଡ଼ି ସ୍ୱର୍ଗରୁ ତିଆରି ହୋଇଥାଏ ଏବଂ ଏହା ସତ ମଧ୍ୟ ପ୍ରମାଣିତ ହୋଇଛି । କାହିଁକି ନା ମନୁଷ୍ୟ ଲକ୍ଷ ଚେଷ୍ଟା କଲା ପରେ ମଧ୍ୟ ଯାହା ଭାଗ୍ୟରେ ଯିଏ ଅଛି ସିଏ ହିଁ ତାକୁ ମିଳିଥାଏ । ବିଶ୍ୱାସ ସହ ସମ୍ମାନ ମଧ୍ୟ ହେବା ଗୋଟେ ସମ୍ପର୍କ ପାଇଁ ନିତାନ୍ତ ଆବଶ୍ୟକ । ଆପଣ ଜଣକୁ ସେତେବେଳେ ଭଲ ପାଇବେ, ଯେତେବେଳେ ଆପଣ ତାଙ୍କୁ ସମ୍ମାନ କରିବେ । ଯେତେବେଳେ ଦୁଇ ଜଣ ଉଭୟ ଉଭୟଙ୍କ ସମ୍ମାନ କରନ୍ତି ଏବଂ ଉଭୟ ଉଭୟଙ୍କର ଇଚ୍ଛାକୁ ଖୁସିର ସହ ଗ୍ରହଣ କରନ୍ତି; ତେବେ ସମ୍ପର୍କ ବିନା କୌଣସି ବାଧାରେ ଆଗକୁ ବଢ଼ିଥାଏ ।

ଶୋଇବା ଘର ସ୍ୱାମୀ-ସ୍ତ୍ରୀଙ୍କ ରୋମାନ୍ସ ପାଇଁ ଭଲ ଜାଗା ହୋଇଥାଏ । ଶୋଇବା ଘର ଏମିତି ଏକ କୋଠରି ଯେଉଁଠି ଲୋକମାନେ ଅଧିକ ସମୟ ବିତାଇ ଥାଆନ୍ତି । ଭଲ ପାଇବା ଓ ଲଢ଼େଇ କରିବା ସବୁ ସେହି କୋଠରିରେ ହୋଇଥାଏ । ଦିନସାରା ବ୍ୟସ୍ତମୟ ଜୀବନ ଶୈଳୀ ମଧ୍ୟରେ ମନୁଷ୍ୟ ଟିକେ ଶାନ୍ତିରେ ଶୋଇବାକୁ ଚାହାନ୍ତି । କିନ୍ତୁ ଲୋକମାନେ ଜଣା ଅଜଣାରେ ଶୋଇବା କୋଠରିରେ ଏମିତି କିଛି ଭୁଲ କରିଦିଅନ୍ତି, ଯାହାର ନକାରତ୍ମକ ପ୍ରଭାବ ସିଧାସଳଖ ତାଙ୍କ ଜୀବନ ଉପରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି, ଯାହା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିଦିଏ । କଣ ସେହି ସବୁ କଥା ଯାହା ବିବାହିତ ଯୋଡ଼ିଙ୍କୁ ଧ୍ୟାନ ଦେବା ଉଚିତ, ଆସନ୍ତୁ ଜାଣିବା ।

ଶୋଇବା କୋଠରିରେ ଏମିତି ଭୁଲ କରନ୍ତୁ ନାହିଁ :

ଶାସ୍ତ୍ର ଅନୁସାରେ, ଯେକୌଣସି ବିବାହିତ ଯୋଡି ତାଙ୍କ କୋଠରିର ପ୍ରବେଶ ଦ୍ୱାର ନିକଟରେ ଡ୍ରେସିଂ ଟେବୁଲ ବା ଅନ୍ୟ କୌଣସି ସମାନ ଯେଭଳି ଜୋତା ଷ୍ଟାଣ୍ଡ ଇତ୍ୟାଦି ରଖିବା ଉଚିତ ନୁହେଁ । ସର୍ବଦା ଡ୍ରେସିଂ ଟେବୁଲ କିମ୍ବା ଆଲମାରୀ ଖଟର ବାମ ପଟେ ରଖନ୍ତୁ । ଏଗୁଡ଼ିକୁ ଭୁଲରେ ମଧ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ରଖିବାର ଭୁଲ କରନ୍ତୁ ନାହିଁ ।

କିଛି ଲୋକଙ୍କ ଅଭ୍ୟାସ ସେମାନେ ନିଜ ତକିଆ ତଳେ ମୋବାଇଲ ରଖି କରି ଶୁଅନ୍ତି । କିନ୍ତୁ ଏମିତି କଦାପି କରିବା ଉଚିତ ନୁହେଁ । ଯେକୌଣସି ଯନ୍ତ୍ରପାତିକୁ ନିଜ ଠାରୁ ଦୂରରେ ରଖି ଶୁଅନ୍ତୁ ।ପ୍ରକୃତରେ ଏହି ଯନ୍ତ୍ରପାତିରେ ବିଦ୍ୟୁତୀୟ ଚୁମ୍ବକୀୟ ତରଙ୍ଗ ଉତ୍ପନ୍ନ ହୁଏ, ଯାହା ନିଦରେ ବାଧା ସୃଷ୍ଟି କରେ ଏବଂ ନିଜ ଭାଗିଦାରୀଙ୍କର ଚିନ୍ତା ବଢାଏ ।

ଏହାଛଡା, ବିବାହିତ ଯୋଡ଼ିଙ୍କୁ ଗୋଟିଏ ଶେଯରେ ଶୋଇବା ଉଚିତ । ଯୋଡି ଖଟରେ ମଧ୍ୟ ଚେଷ୍ଟା କରନ୍ତୁ ଯେ, ଗୋଟିଏ ଶେଜ ପକେଇବେ । ଖଟରେ ଦୁଇଟା ଶେଯ ପଡିଲେ ସମ୍ପର୍କରେ ବାଧା ସୃଷ୍ଟି ହୁଏ । ଏହା ଫଳରେ ଆପଣଙ୍କ ସମ୍ପର୍କରେ ଦୁରିଆ ଉତ୍ପନ୍ନ ହେବ ।

ବିବାହିତ ଯୋଡ଼ିଙ୍କୁ ଧାତୁ କିମ୍ବା ଲୁହାରେ ନିର୍ମିତ ଖଟ ନେବାରୁ ବଂଚିତ ହୁଅନ୍ତୁ । ଉତ୍ତମ ସମ୍ପର୍କ ପାଇଁ କାଠର ଖଟକୁ ହିଁ ସବୁଠୁ ଭଲ ଧାରାଯାଏ । ବାସ୍ତୁ ଅନୁସାରେ ବ୍ୟକ୍ତି ଯେଉଁ ଖଟରେ ଶୁଏ, ତାହା ହିଁ ବିବାହିତ ଜୀବନରେ ବହୁତ ଅନ୍ତର ସ୍ତୃଷ୍ଟି କରିଥାଏ । ତେଣୁ ଖଟ କିଣିଲା ସମୟରେ ଭାବି ବିଚାରି ବାଛନ୍ତୁ ।

ଏହା ଥିଲା ଶୋଇବା କୋଠରି ସହ ଜଡ଼ିତ କିଛି ଖାସ କଥା ଯାହା ଏକ ବିବାହିତ ଦମ୍ପତି ନିଜ ଜୀବନକୁ ଖୁସିରେ ଅତିବାହିତ କରନ୍ତି । ବନ୍ଧୁଗଣ ଆଶା କରୁଛି ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ । ପସନ୍ଦ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଭୁଲିବେନି ।