ବାସ୍ତୁ ସମ୍ବନ୍ଧିତ ଏହି ଗୋପନୀୟତା ଯାହା ଆପଣଙ୍କ ଭାଗ୍ୟ ବଦଳିଦେଵ, ମହାଲକ୍ଷ୍ମୀଙ୍କ କୃପାରୁ କେବେ ମଧ୍ୟ ଆପଣଙ୍କ ପକେଟ୍ ଖାଲି ରହିବ ନାହିଁ ।

Spread the love

ଯଦି କୌଣସି ବ୍ୟକ୍ତି ନିଜର ଜୀବନ ଅତିବାହିତ କରିବାକୁ ଚାହେଁ ତାହେଲେ ଧନର ଆବଶ୍ୟକତା ହୁଏ । ଆଜିର ଦିନରେ ଏକ ଖୁସି ଜୀବନ ବିତେଇବାକୁ ହେଲେ ଅର୍ଥର ନିତାନ୍ତ ଆବଶ୍ୟକ । ଅଧିକରୁ ଅଧିକ ଧନ ଉପାର୍ଜନ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କଠିନ ପରିଶ୍ରମ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜର ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ରୁହନ୍ତି ଯେ, ସେମାନେ କିପରି ନିଜର ଭବିଷ୍ୟତକୁ ଉଜ୍ଜ୍ୱଳ କରିବାକୁ ଅଧିକରୁ ଅଧିକ ଧନ ଉପାର୍ଜନ କରିବେ । ସମସ୍ତେ ଚାହାଁନ୍ତି ତାଙ୍କ ଜୀବନରେ କେବେ ଧନର ଅଭାଵ ନ ରହୁ, ତାଙ୍କ ପକେଟ୍ ସବୁବେଳେ ଟଙ୍କାରେ ଭରି ରହୁ । କିନ୍ତୁ ବହୁତ ଥର ଦେଖାଯାଏ ଯେ, ବହୁତ ଚେଷ୍ଟା ପରେ ମଧ୍ୟ ବ୍ୟକ୍ତିଙ୍କୁ ଧନର ସମସ୍ୟା ଲାଗି ରହିଥାଏ । ଯେତେବେଳେ ମନୁଷ୍ୟକୁ ନିଜ ପରିଶ୍ରମର ଫଳ ନ ମିଳେ, ସେତେବେଳେ ସେ ଚିନ୍ତିତ ହୋଇପଡେ । କିନ୍ତୁ ଆପଣମାନେ ଜାଣନ୍ତି କି ଆପଣଙ୍କୁ ଅର୍ଥ ଉପାର୍ଜନ କରିବା ପାଇଁ କାହିଁକି ଏହି ସବୁ ବଧାବିଘ୍ନର ସମୁଖୀନ ହେବାକୁ ପଡେ ?

ବସ୍ତୁଶାସ୍ତ୍ରରେ ଏହି ସବୁ ସମସ୍ୟର ସମାଧାନ ବିଷୟରେ କୁହାଯାଇଛ । ବାସ୍ତୁରେ ଏହିପରି ବିଭିନ୍ନ ଉପାୟ କୁହାଯାଇଛି; ଯାହାର ପ୍ରୟୋଗ କରି ଆପଣ ଆପଣଙ୍କ ଆର୍ଥିକ ସ୍ଥିତ ସୁଧାରି ପାରିବେ ଏବଂ ନିଜେ ସଫଳତା ହାସଲ କରି ପାରିବେ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ଜରିଆରେ ବାସ୍ତୁ ସମ୍ବନ୍ଧିତ କିଛି ଏମିତି ଉପାୟ କହିବୁ; ଯାହାକୁ ଆପଣ ଆପଣାଇବା ଦ୍ଵାରା ଆପଣଙ୍କୁ କେବେ ଧନର ଅଭାବ ରହିବ ନାହିଁ । ଏହି ଉପାୟ ଅପଣେଇବା ଫଳରେ ଲକ୍ଷ୍ମୀଙ୍କ କୃପା ବରଷିବ ଏବଂ ଆପଣଙ୍କ ପକେଟ୍ ସବୁବେଳେ ଟଙ୍କାରେ ଭାରି ରହିବ, ଆପଣଙ୍କ ଭାଗ୍ୟ ବଦଳିଯିବ ।

ଆସନ୍ତୁ ଜାଣିବା ବାସ୍ତୁ ସମ୍ବନ୍ଧିତ ସେହି ଉପାୟ ଗୁଡିକ :

– ବସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଵ୍ୟକ୍ତି ନିଜ ପର୍ସରେ ମାତା ଲକ୍ଷ୍ମୀଙ୍କ ଫୋଟ ରଖିବା ଉଚିତ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବା ଏବଂ ଆପଣଙ୍କ ପର୍ସରେ ସର୍ବଦା ଧନରେ ଭାରି ହୋଇରହିବ ।

– ଆପଣ ଆପଣଙ୍କ ପକେଟରେ ସର୍ବଦା ପଦ୍ମଫୁଲର ବୀଜ ବା ପୁଷ୍କ ନିଶ୍ଚିତ ରଖନ୍ତୁ । କାରଣ ଏହା ରଖିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ତ ବାଧା ଦୂର ହୋଇଥାଏ ।

– ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୁଏ ଏବଂ ଅଯଥା ଖର୍ଚ୍ଚ ହେଉଛି; ତେବେ ଏହି ପରିସ୍ଥିତିରେ ଆପଣ ଆପଣଙ୍କ ପର୍ସରେ ଚାଉଳ ରଖନ୍ତୁ, ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ହେବ, ଏହି ଚାଉଳ ଆପଣ ମାତା ଲକ୍ଷ୍ମୀଙ୍କୁ ଚଡେଇ ନିଜ ପର୍ସରେ ରଖନ୍ତୁ ।

ଯଦି ଆପଣ ଆପଣଙ୍କ ପର୍ସରେ ମାତା ଲକ୍ଷ୍ମୀଙ୍କର ଶ୍ରୀଯନ୍ତ୍ର ରଖନ୍ତି, ତା’ହେଲେ ଧନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ସଫଳ ହେବ । ଯଦି ଆପଣ ଆପଣଙ୍କ ପର୍ସରେ ଛୋଟ ଲାଲ କପଡା ରଖନ୍ତି, ତା’ହେଲେ ଆପଣଙ୍କୁ ଆଶାତୀତ ଲାଭ ହେବ । କାରଣ ଲାଲ କପଡା ମାତା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ତେଣୁ ଆପଣ ପର୍ସରେ ଲାଲ କପଡ଼ା ନିଶ୍ଚିତ ରଖନ୍ତୁ ।

ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ସମସ୍ତ ଉପାୟ ମନୁଷ୍ୟ ଜୀବନରେ ସତ୍ୟରେ ପ୍ରମାଣିତ ହୋଇଥାଏ । ଉପରୋକ୍ତ ଛୋଟ ଉପାୟ ଆପଣେଇବା ଆପଣ ମଧ୍ୟ ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରି ପାରିବେ । କାରଣ ଏହି ସବୁ ଉପାୟ ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ । ଯାହାଦ୍ୱାରା ଆପଣ ସଫଳତା ପ୍ରାପ୍ତି କରିପାରିବେ ଓ ଆପଣଙ୍କ ଜୀବନରେ ଧନର ଅଭିବୃଦ୍ଧି ମଧ୍ୟ ହୋଇପାରିବ ।