ହାଡ଼ଗୁଡିକୁ ଫମ୍ପା କରି ଦେଇପାରେ ଏହି ସବୁ ପଦାର୍ଥ, ଝିଅମାନଙ୍କ ପାଇଁ ବିଷ ତୁଲ୍ୟ ହୋଇଥାଏ ଦ୍ଵିତୀୟ ନମ୍ବର ଜିନିଷ ।

Spread the love

ଶରୀରରେ ହାଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଶରୀର ଏବଂ ମାଂସପେଶୀୟର ଆଧାର ହୋଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ଏବଂ ଦିନଚାର୍ଯ୍ୟା ପାଇଁ ହାଡ଼ଗୁଡିକୁ ଶକ୍ତ ହେବା ଆବଶ୍ୟକ । ମନୁଷ୍ୟ ଶରୀରରେ ଥିବା ସମସ୍ତ ୨୦୬ ଖଣ୍ଡ ହାଡ଼ର ଭିନ୍ନ ଭିନ୍ନ ମହତ୍ୱ ରହିଛି । ହାଡ଼ ଯୋଗୁଁ ହିଁ ମନୁଷ୍ୟ ଶରୀର ଠିଆ ହୋଇପାରୁଛି ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ କରିପାରୁଛି । ହାଡ଼ଗୁଡିକୁ କ୍ୟାଲସିୟମ ବ୍ୟତୀତ ଅନେକ ଗୁଡିଏ ଧାତୁସାରକୁ ନେଇ ଗଠିତ ।

ଅନେକ ଥର ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ପାଇଁ କିମ୍ବା ବୟସ ବୃଦ୍ଧି ଯୋଗୁଁ ଧାତୁସାର ନଷ୍ଟ ହୋଇଯାଏ ଏବଂ ହାଡ଼ଗୁଡିକ ଘଷି ହୋଇ ଦୁର୍ବଳ ହୋଇଯାଏ । ହାଡ଼ ଦୁର୍ବଳ ହେବାକୁ ମେଡ଼ିକାଲ ପରିଭାଷାରେ ଆଷ୍ଟିୟୋପୋରୋସିସ କୁହାଯାଏ । ଆଜିକାଲି କେବଳ ବୟସ୍କ ବ୍ୟକ୍ତି ନୁହନ୍ତି ଶିଶୁ, ଯୁବକ ସମସ୍ତେ ହାଡ଼ ସମ୍ବନ୍ଧିତ ସମସ୍ୟାର ପୀଡିତ ଅଛନ୍ତି । ଶରୀରରେ ହାଡ଼ ଏବଂ ମାଂସପେଶୀକୁ ଶକ୍ତ ରଖିବା ପାଇଁ କ୍ୟାଲସିୟମରେ ଭରପୂର ଥିବା ପଦାର୍ଥ ଖାଇବା ବ୍ୟତୀତ ଅନ୍ୟ କିଛି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । ଯାହା ହାଡ଼, ମାଂସପେଶୀ ଏବଂ ଶରୀରରେ ଗଚ୍ଛିତ ଥିବ କ୍ୟାଲସିୟମକୁ କ୍ଷତି ପହଞ୍ଚାଇ ଥାଏ । କିଛି ଖାଦ୍ୟକୁ ନିୟମିତ ବା ଅତ୍ୟାଧିକ ସେବନ ଦ୍ୱାରା ହାଡ଼ରେ ଥିବା କ୍ୟାଲସିୟମ ସରିଯାଏ । ଏହି ସବୁ ଖାଦ୍ୟକୁ ଅତ୍ୟାଧିକ ସେବନ କଲେ ଶରୀରରେ କ୍ୟାଲସିୟମର ମାତ୍ରା କମିଯାଏ ।

୧. ପାଳଙ୍ଗ ଶାଗ :

ସବୁପ୍ରକାର ଶାଗରେ କ୍ୟାଲସିୟମ ଅଧିକ ପରିମାଣର ଥାଏ କିନ୍ତୁ ପାଳଙ୍ଗଶାଗ, ବୀଟଶାଗ ଏବଂ କିଛି ଛୁଇଁ ଜାତୀୟ ପନିପରିବାରେ ଅକ୍ସଲେଟ ଅଧିକ ମାତ୍ରାରେ ଥାଏ, ଯାହା କ୍ୟାଲସିୟମର ଅବିଶୋଷଣକୁ ପ୍ରଭାବିତ କରିଥାଏ । ଏହି କାରଣ ଯୋଗୁଁ ପାଳଙ୍ଗ ଭଳି ପନିପରିବାକୁ ଅତ୍ୟାଧିକ ମାତ୍ରରେ ସେବନ କରିବା ଉଚିତ ନୁହେଁ ।

୨. କୋଲଡ଼ଡ୍ରିଂକ୍ସ ଏବଂ ଚକଲେଟ :

କୋଲଡ଼ଡ୍ରିଂକ୍ସରୁ କାର୍ବନ ଡାଇଅକ୍ସାଇଡ଼ ଏବଂ ଫସଫରସ ମିଳୁଛି; ଯାହା ହାଡ଼ଗୁଡିକୁ ଫମ୍ପା କରିଦିଏ । ଅଧିକ ମାତ୍ରାରେ ଚକଲେଟ ଖାଇଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଯାଏ । ଏହା ଖାଇବା ଦ୍ୱାରା ଶରୀରରେ ସୁଗର ଏବଂ ଅକ୍ସଲେଟର ମାତ୍ରା ବଢ଼ିଯାଏ, ଯାହାଫଳରେ କ୍ୟାଲସିୟମ ଶରୀରରେ ଅବିଶୋଷିତ ହୋଇପାରେ ନାହିଁ ଏବଂ ହାଡ଼ଗୁଡିକୁ ଦୁର୍ବଳ କରିଦିଏ ।

୩. ଗହମ କୁଣ୍ଡା ଏବଂ କ୍ଷୀର :

ଏହି ଏହି ଦୁଇଟି ନାମ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପରେ କିନ୍ତୁ କ୍ଷୀର ସହିତ ଗହମ କୁଣ୍ଡା ସେବନ କଲେ, ଆପଣଙ୍କ ଶରୀରରେ କ୍ୟାଲସିୟମର ମାତ୍ରା କମି ଯିବ । ଆପଣ ଯଦି ଚାହିଁବେ; କ୍ୟାଲସିୟମର ଭରଣ ପାଇଁ ସଠିକ ପରିପୁରକ ବ୍ୟବହାର କରିପାରିବେ ।

୪. ଲୁଣ ଏବଂ ମଦ :

ମଦ ପିଇବା ଦ୍ୱାରା ଶରୀରରେ କ୍ୟାଲସିୟମର ମାତ୍ରା କମିଯାଏ, ଯାହା ହାଡ଼କୁ ଦୁର୍ବଳ କରିବାର କାରଣ ହୋଇଥାଏ । ଅଧିକ ମାତ୍ରାରେ ଲୁଣ ବ୍ୟବହାର କଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଯାଏ । ଯେହେତୁ ଲୁଣରେ ସୋଡିୟମ ଥାଏ, ଯାହା ଶରୀରକୁ ଗଲାପରେ ସେଠାରେ ଉପସ୍ଥିତ ଥିବା କ୍ୟାଲସିୟମକୁ ପରିସ୍ରା ଦ୍ୱାରା ଶରୀରରୁ ବାହାର କରିଦିଏ ।

୫. ଚାହା ଏବଂ କଫି :

ଚାହା ଏବଂ କଫି ଅଧିକ ପିଇବା ଦ୍ୱାରା ହାଡ଼ଗୁଡିକ ଦୁର୍ବଳ ହୋଇଯାଏ । ଏଥିରେ ରହିଥିବା କୈଫିନ ହାଡ଼ମାନଙ୍କ ପାଇଁ ବହୁତ ହାନିକାରକ ପହଞ୍ଚାଇ ଥାଏ ।