ଆୟୁର୍ବେଦ ଅନୁସାରେ ଏହି ଜିନିଷ ଗୁଡିକର ବ୍ୟବହାର ଫଳରେ ଯେ କୌଣସି ପୀଡ଼ାରୁ ମୁକ୍ତି ମିଳି ପାରିବ ।

Spread the love

ଶରୀରରେ ଏହି ଅଂଶରେ ପୀଡ଼ା ହେଲେ ଆପଣାନ୍ତୁ ଏହି ଉପଚାର ।

ପେଟ, ଆଣ୍ଠୁ ଓ ଗଣ୍ଠି, ମୁଣ୍ଡ ପୀଡ଼ା ସାଧାରଣ ଅଟେ । ଅନେକ ବ୍ୟକ୍ତିଙ୍କୁ ହଠାତ୍ ଏହି ପୀଡ଼ା ଅନୁଭୂତ ହୋଇଥାଏ । ଏହି ସ୍ଥାନ ଗୁଡିକରେ ପୀଡ଼ା ହେଲେ ଆପଣ ଔଷଧ ବ୍ୟବହାରରୁ ନିବୃତ ରୁହନ୍ତୁ ଏବଂ ଘରୋଇ ଉପଚାର ଆପଣାନ୍ତୁ । ଆମର ଆୟୁର୍ବେଦରେ ଏହି ପୀଡ଼ା ଗୁଡିକର ଉପଚାର ବିଷୟରେ କୁହାଯାଇଛି । ଯାହାର ଉପଯୋଗ କରି ଆପଣ ଏହି ପୀଡ଼ାରୁ ମୁକ୍ତି ପାଇପାରିବେ ।ଯାହାଫଳରେ ଆପଣଙ୍କୁ କୌଣସି ପୀଡ଼ା ନିବାରକ ଔଷଧ ଖାଇବା ପାଇଁ ପଡିବ ନାହିଁ । ନିମ୍ନ ସୂଚୀରେ ଏହି ଜିନିଷ ଗୁଡିକ ବିଷୟରେ ବର୍ଣ୍ଣନା କରାଯାଇଛି ।

ସୋରିଷ ତେଲ :

ସୋରିଷ ତେଲରେ ଶରୀରକୁ ମାଲିସ କରିବା ଦ୍ୱାରା ଆରାମ ଅନୁଭୂତ ହୋଇଥାଏ । ଯେଉଁ ଲୋକଙ୍କୁ ମୁଣ୍ଡ ପୀଡ଼ା ହେଉଥାଏ, ସେହି ଲୋକମାନେ ସୋରିଷ ତେଲକୁ ଗରମ କରି ପୀଡ଼ା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ପୀଡ଼ାରୁ ମୁକ୍ତି ମିଳିଥାଏ । ମୁଣ୍ଡ ପୀଡ଼ା ସହ କାନ ପୀଡାକୁ ମଧ୍ୟ କମ କରିଥାଏ ସୋରିଷ ତେଲ । ସୋରିଷ ତେଲକୁ ଗରମ କରି ସେଥିରେ ରସୁଣ ପକାଇ ତୁଳା ମାଧ୍ୟମରେ କାନରେ ପକାଇବା ଦ୍ୱାରା କାନ ପୀଡ଼ା ଦୂର ହୋଇଥାଏ ।

ହିଙ୍ଗୁ :

ହିଙ୍ଗୁ ପେଟ ପାଇଁ ଲାଭଦାୟକ ଅଟେ । ପ୍ରତିଦିନ ଅଳ୍ପ ଅଳ୍ପ ହିଙ୍ଗୁ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ପେଟ ସମସ୍ୟା ସାଧାରଣତଃ ଗ୍ୟାସ, କୋଷ୍ଟକାଠିନ, ବଦ ହଜମି, ଅଜୀର୍ଣ୍ଣ ଏବଂ ପେଟ ଫୁଲିବା କାରଣରୁ ହୋଇଥାଏ । ଯଦି ଆପଣ ନିୟମିତ ହିଙ୍ଗୁ ଖାଆନ୍ତି; ତେବେ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ । ହିଙ୍ଗୁକୁ ପାଣିରେ ଭିଜାଇ ସେହି ପାଣିକୁ ପିଇଲେ ପେଟ ପୀଡ଼ାରୁ ଉପଶମ ମିଳିଥାଏ ।

ଅଦା ରସ :

ଅଦା ରସ ପେଟର ଗରମକୁ ଦୂର କରିବାରେ ସହାୟକ ହୋଇଥାଏ । ଲେମ୍ବୁ, ମହୁ ଏବଂ ଅଦା ରସ ମିଶାଇ ପିଇଲେ, ପେଟର ଜଳାପୋଡା ଶାନ୍ତ ହୋଇଥାଏ । ଅଦା ରସରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଥିବା କାରଣରୁ ପେଟରେ ଥିବା ହାନିକାରକ ବ୍ୟାକ୍ଟେରିଆ ମରି ଯାଆନ୍ତି । ଅଦା ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ପୀଡ଼ା, ଖାସରୁ ମୁକ୍ତି ମିଳି ପାରିବ । ଅଦାକୁ ଗରମ କରି ଖାଇବା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଲବଙ୍ଗ :

ନିଜର ସ୍ଵତନ୍ତ୍ର ଗୁଣ ଯୋଗୁଁ ଲବଙ୍ଗ ନା କେବଳ ଆମ ଦେଶରେ, ପୁରା ଦୁନିଆରେ ମଧ୍ୟ ପ୍ରସିଦ୍ଧ ଅଟେ । ଯାହା ମୁହଁର ଦୂର୍ଗନ୍ଧ ଦୂର କରିବା ଠାରୁ ଆରମ୍ଭ କରି ଦାନ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।ଯେଉଁମାନଙ୍କ ଦାନ୍ତରେ ସମସ୍ୟା ରହିଛି ସେମାନେ ପ୍ରତିଦିନ ରାତିରେ ଲବଙ୍ଗ ଖାଇବା ଦ୍ୱାରା ଦାନ୍ତ ସମସ୍ୟାରୁ ଦୁରେଇ ପାରିବେ । ଶରୀରର କୌଣସି ସ୍ଥାନରେ ପୀଡ଼ା ହେଉଥିଲେ ସେଠାରେ ଆପଣ ଲବଙ୍ଗ ତେଲର ମାଲିସ ମଧ୍ୟ କରିପାରିବେ ।

ଘିକୁଆଁରୀ :

ଘୁକୁଆଁରିର ଲେପ ପ୍ରସ୍ତୁତ କରି ପୀଡ଼ା ହେଉଥିବା ସ୍ଥାନରେ ଲଗାଇଲେ ଏଥିରୁ ଉପଶମ ମିଳିଥାଏ । ଆଣ୍ଠୁଗଣ୍ଠି ପୀଡ଼ାରୁ ମୁକ୍ତି ପାଇବା ପାଇଁ ହେଲେ ଆପଣଙ୍କୁ ଘିକୁଆଁରି ଲେପ ଲଗାଇବା ଉଚିତ୍ । କୌଣସି ସ୍ଥାନରେ ଆଘାତ ଲାଗିଥିଲେ ସେହି ସ୍ଥାନରେ ଏହାର ପେଷ୍ଟ ଲଗାଇବା ଦ୍ୱାରା ଆପଣଙ୍କୁ ଉପଶମ ମିଳିଥାଏ ।