ଧର୍ମେନ୍ଦ୍ରଙ୍କ ବ୍ୟତୀତ ଏହି ସୁପର ଷ୍ଟାର ମଧ୍ୟ ଥିଲେ ଡ୍ରିମ ଗାର୍ଲର ଦିୱାନା, ଏହି ଅଭିନେତା ସହ ହେବାକୁ ଯାଉଥିଲା ନିର୍ବନ୍ଧ…

Spread the love

ଡ୍ରିମ ଗାର୍ଲ ହେମା ମାଲିନୀଙ୍କ ପ୍ରେମରେ କେବଳ ଧର୍ମେନ୍ଦ୍ର ବନ୍ଦୀ ହୋଇନଥିଲେ ବରଂ ଅନ୍ୟ ତିନି ସୁପରଷ୍ଟାର ମଧ୍ୟ ତାଙ୍କ ପାଖରେ ନିଜ ଦିଲ୍ ହରାଇ ଥିଲେ ।

ଆପଣ ତୋ ଗୋଟିଏ କଥା ଶୁଣିଥିବେ ‘ଏକ ଅନାର୍ ସୋ ବୀମାର୍’, ଏହି ପ୍ରକାର ଅବସ୍ଥା ବୋଲିଉଡ଼ର ଅଭିନେତା ଓ ସାଂସଦ ହେମା ମାଲିନୀଙ୍କର ହୋଇଥିଲା, ଯେତେବେଳେ ତାଙ୍କର ଦିୱାନା ପୁରା ଦୁନିଆ ହୋଇଯାଇଥିଲା । ତାଙ୍କର ଫିଲ୍ମ “ଡ୍ରିମ ଗାର୍ଲ” ପରେ ତାଙ୍କୁ ଏହି ଟାଗ ମଧ୍ୟ ମିଳିଥିଲା ଏବଂ ସତୁରି ଦଶକରେ ହେମା ମାଲିନୀଙ୍କୁ ଅଧିକାଂଶ ପୁଅ ବିବାହ କରିବାକୁ ଚାହୁଁଥିଲେ । କାରଣ ତାଙ୍କର ସୁନ୍ଦରତା ପୁରା ଦୁନିଆ ପାଗଳ ଥିଲେ କିନ୍ତୁ ଏହାପରେ ସେ ନିଜକୁ କେବଳ ଜଣଙ୍କ ପାଖରେ ନୁଆଁଇ ଥିଲେ, ସେ ଆଉ କେହି ନୁହେଁ ତାଙ୍କର ପତି ଧର୍ମେନ୍ଦ୍ର । ଯାହାକୁ ସେ ବହୁତ ଭଲ ପାଉଛନ୍ତି । କିନ୍ତୁ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଏହି ସୁପର ଷ୍ଟାର ମଧ୍ୟ ଥିଲେ ଡ୍ରିମ ଗାର୍ଲର ଦିୱାନା, ଏମାନଙ୍କ ମଧ୍ୟରୁ ଜଣେ ଅଭିନେତା ବିବାହ ପାଇଁ ପୁରା ପ୍ରସ୍ତୁତ କରିଦେଇଥିଲେ ଏବଂ ନିର୍ବନ୍ଧ ହେବାକୁ ଯାଉଥିଲା ।

ଧର୍ମେନ୍ଦ୍ରଙ୍କ ବ୍ୟତୀତ ଏହି ସୁପର ଷ୍ଟାର ମଧ୍ୟ ଥିଲେ ଡ୍ରିମ ଗାର୍ଲର ଦିୱାନା :

ରାଜ କୁମାର୍ :

“କୁଦରତ୍”, “ଲାଲ୍ ପଥର୍”, “ଏକ୍ ନେଇ ପେହେଲି”, “ସାରାରା”, “ଗୋଲୀୟ କା ବାଦ୍-ଶାହା”, ଏବଂ “ଦେଶ୍ କି ଦୁଶମନ୍” ଭଳି ଫିଲ୍ମରେ ସାଥିରେ କାମ କରିଥିବା ରାଜ କୁମାର୍ ଓ ହେମା । ସେ ବି ଥିଲେ ତାଙ୍କର ଦିୱାନାର ଲିଷ୍ଟରେ ଜଣେ । ରାଜ କୁମାର ହେମା ସହ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ହେମା ତାଙ୍କୁ ମନା କରି ଦେଇଥିଲେ । କାରଣ ସେ ତାଙ୍କୁ ଖାସ୍ ପସନ୍ଦ କରୁନଥିଲେ ।

ସଂଜୀବ କୁମାର :

“ଶୋଲେ”, “ସୀତା ଔର୍ ଗୀତା”, “ଧୂପ ଛାଂବ”, “ତ୍ରିଶୂଲ” ଓ “ହୀରସତ” ଭଳି ଫିଲ୍ମରେ ସଂଜୀବ କୁମାର ହେମା ମାଲିନୀଙ୍କ ସହ କାମ କରିଥିଲେ । ସେହି ସମୟରେ ସେ ହେମାଙ୍କ ପ୍ରେମରେ ପାଗଳ ହୋଇଯାଇ ଥିଲେ କିନ୍ତୁ ସେତେବେଳେ ହେମା ମାଲିନୀଙ୍କ ଉପରେ ଧର୍ମେନ୍ଦ୍ରଙ୍କ ପ୍ରେମ ଚଢିଥିଲା । ସଂଜୀବ କୁମାର ତାଙ୍କ ମାତା, ପିତା ଙ୍କ ସହ ହେମାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ କିନ୍ତୁ ହେମା, ସଂଜୀବ କୁମାରଙ୍କୁ ମନା କରିଦେଇଥିଲେ । ସଂଜୀବ କୁମାର ୪୬ବର୍ଷ ବୟସରେ ହୃଦଘାତ ରୋଗରେ ନିଧନ ହୋଇଥିଲା ।

ଜିତେନ୍ଦ୍ର :

“ଦୁଲହନ”, “ବାରିଷ୍”, “ଖୁସବୁ”, “ମେରୀ ଆବାଜ ଶୁନୋ”, “ଜ୍ୟୋତି”, “ଗହରି ଚାଲ୍”, “କେଂଦି”, “ଯାନ୍ ହୋତେଲି ପର୍”, “ଭାଇ ହୋ ତୋ ଏସା”, “ହମ ତେରେ ଆସିକ”, “ଜଷ୍ଟିସ ଚୌଧୁରୀ”, “ଫର୍ଜ ଔର୍ କାନୁନ” ଭଳି ଅନେକ ଗୁଡିଏ ଫିଲ୍ମରେ ଏକତ୍ର କାମ କରିଥିବା ଜିତେନ୍ଦ୍ର ଏବଂ ହେମା ମାଲିନି, ଲୋକଙ୍କ ମନ ପସନ୍ଦ ଯୋଡି ହୋଇଥିଲା । ଜିତେନ୍ଦ୍ର ମଧ୍ୟ ହେମାଙ୍କୁ ନିଜର ମନ ଦେଇ ଦେଇଥିଲେ ଏବଂ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ଜିତେନ୍ଦ୍ରଙ୍କ ପିତା ହେମା ମଳିନୀଙ୍କ ପିତାଙ୍କ ସହ କଥା ହୋଇ ବିବାହ ଠିକ କରିଦେଇ ଥିଲେ ଏବଂ ନିର୍ବନ୍ଧର ଦିନ ମଧ୍ୟ ଧାର୍ଯ୍ୟ ରଖାଯାଇଥିଲା କିନ୍ତୁ ଧର୍ମେନ୍ଦ୍ର ଶେଷ ପର୍ଯ୍ୟାୟରେ ଆସି ଜିତେନ୍ଦ୍ରଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ପରେ ହେମା ମଧ୍ୟ ନିଜର ମାତା, ପିତାଙ୍କ ଵିରୋଧରେ ଯାଇ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ । ଏହାପରେ ଜିତେନ୍ଦ୍ର ଶୋଭା କପୁରଙ୍କୁ ବିବାହ କରିଥିଲେ ।