ବହୁମୂଲ୍ୟ ବଙ୍ଗଳାର ମାଲିକ ଅଟନ୍ତି ଏହି ତାରକା ଗୁଡିକ ।ଏହି ତାରକାଙ୍କ ବଙ୍ଗଳାର ମୂଲ୍ୟ ଇଶା ଅମ୍ବାନୀଙ୍କ ବଙ୍ଗଳାର ମୂଲ୍ୟ ଠାରୁ ମଧ୍ୟ ଅଧିକ ଅଟେ ।

Spread the love

କାହାର ବଙ୍ଗଳାର ନାମ ଜଳସା ଅଟେ ତ କାହାର ଘରର ନାମ ମନନ୍ତ ଅଟେ । ଜାଣନ୍ତୁ କେଉଁ ଅଭିନେତାଙ୍କ ଘର କେତେ ମୂଲ୍ୟବାନ ଅଟେ ।

ବଲିଉଡର ତାରକାମାନେ କେବଳ ନିଜ ଅଭିନୟ ପାଇଁ ଜଣାଶୁଣା ନୁହଁନ୍ତି, ସେମାନଙ୍କ ନିଜସ୍ଵ ଜୀବନ ବିଷୟରେ ଜାଣିବା ପରେ କୌଣସି ବ୍ୟକ୍ତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡ ତାରକାମାନଙ୍କ ଉପାର୍ଜନ ଖୁବ୍ ଅଧିକ ଅଟେ । ସେମାନଙ୍କ ଜୀବନଶୈଳୀ ମଧ୍ୟ ସେହିପରି ହୋଇଥାଏ । ତାରକାମାନଙ୍କର ଘର ଗୁଡିକ ବହୁତ ଆକର୍ଷଣୀୟ ହୋଇଥାଏ । ଆଜି ଆମେ କିଛି ତାରକାଙ୍କ ଘରର ମୂଲ୍ୟ ବିଷୟରେ ଜଣାଇବୁ ।

ଇଶା-ଆନନ୍ଦ :

ମୁକେଶ ଅମ୍ବାନୀଙ୍କ ଏକମାତ୍ର ଜ୍ଵାଇଁ ଏବଂ ଝିଅଙ୍କ ବଙ୍ଗଳାର ମୂଲ୍ୟ ୪୨୫ କୋଟି ଅଟେ । କହିବା ପାଇଁ ଚାହୁଁଛୁ; ଆନନ୍ଦ ପିରାମଲ ଏବଂ ଇଶା ଅମ୍ବାନୀଙ୍କ ବିବାହ ଗତ ବର୍ଷ ଡିସେମ୍ବର ୧୨ରେ ହୋଇଥିଲା । ଏହି ବଙ୍ଗଳାର ଗୋଟିଏ ରୁମ୍ ହୀରାରେ ତିଆରି ହୋଇଛି । ଏହା ସବୁଠୁ ମହଙ୍ଗା ବଙ୍ଗଳା ନୁହେଁ । ଏପରି ଜଣେ ତାରକା ଅଛନ୍ତି ଯାହାଙ୍କ ବଙ୍ଗଳା ଇସା-ଆନନ୍ଦଙ୍କ ବଙ୍ଗଳା ଠାରୁ ମଧ୍ୟ ମୂଲ୍ୟବାନ ଅଟେ ।

ସାରୁଖ ଖାନ୍ :

ବଲିଉଡର ପ୍ରସିଦ୍ଧ ତାରକା ସବୁଠୁ ଦାମୀ କଳାକାର ରୂପେ ପରିଚିତ ସରୁଖ୍ ଖାନ୍ । ତାଙ୍କର ବଙ୍ଗଳାର ନାମ “ମନନ୍ତ” ଅଟେ ଏବଂ ଏହା ବହୁ ପ୍ରାର୍ଥନା ପରେ ସାରୁଖଙ୍କୁ ମିଳିଛି । ଏହି ବଙ୍ଗଳାର ମୂଲ୍ୟ ୨୦୦ କୋଟି ଅଟେ ।

ଅମିତାଭ ବଚ୍ଚନ :

ଅମିତାଭଙ୍କ ବଙ୍ଗଳା ଖୁବ୍ ପ୍ରସିଦ୍ଧ ଅଟେ । ଏଥିରେ ଅମିତାଭ ନିଜ ପତ୍ନୀ ଜୟା, ପୁଅ ଅଭିଷେକ ଏବଂ ବୋହୁ ଐଶ୍ଵର୍ଯ୍ୟଙ୍କ ସହ ରୁହନ୍ତି । ଅମିତାଭଙ୍କ ବଙ୍ଗଳାର ନାମ ହେଉଛି ଯଲସା, ଯାହାର ମୂଲ୍ୟ ୧୬୦ କୋଟି ଅଟେ ।

ସୋନମ-ଆନନ୍ଦ :

୨୦୧୮ରେ ବଲିଉଡ ଅଭିନେତ୍ରୀ ସୋନାମ କପୁର୍ ଦିଲ୍ଲୀର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କ ସହ ବିବାହ କରିଥିଲେ । ଆନନ୍ଦ ୩୦୦୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି ଏବଂ ତାଙ୍କର ବଙ୍ଗଳା ଦିଲ୍ଲୀରେ ଅଛି । ଯାହାର ମୂଲ୍ୟ ୧୭୩ କୋଟି ଅଟେ ଏବଂ ଏହି ବଙ୍ଗଳାଟି ୩୧୭୦ ସ୍ୟୁୟାର ଫିଟରେ ନିର୍ମିତ ।

ଶିଳ୍ପା ସେଠି ଏବଂ ରାଜ କୁନ୍ଦ୍ରା :

ଶିଳ୍ପା ଜଣେ ସଫଳ ଅଭିନେତ୍ରୀ ଅଟନ୍ତି ଏବଂ ରାଜ ଜଣେ ସଫଳ ବ୍ୟବସାୟୀ ଅଟନ୍ତି । ଶିଳ୍ପା ଏବଂ ରାଜଙ୍କ ବଙ୍ଗଳାର ନାମ ହେଉଛି “କିନାରା” । ଏହି ବଙ୍ଗଳାର ମୂଲ୍ୟ ହେଉଛି ୧୦୦ କୋଟି ।

ଆମୀର ଖାନ୍ :

ଆମୀର ନିଜର କାମ ସହ ନିଜ ବଙ୍ଗଳା ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି । ଆମୀରଙ୍କ ବାନ୍ଦ୍ରାସ୍ଥିତ ବଙ୍ଗଳାର ମୂଲ୍ୟ ହେଉଛି ୬୦ କୋଟି ଟଙ୍କା । ଏଠାରେ ଆମୀର ନିଜ ପତ୍ନୀଙ୍କ ସହ ରହୁଛନ୍ତି ।

ପ୍ରିୟଙ୍କା-ନୀକ :

ବିଦେଶୀ ନୀକଙ୍କୁ ବିବାହ କରି ବିଦେଶିନୀ ବୋହୁ ହୋଇ ସାରିଥିବା ପ୍ରିୟଙ୍କା ଲାସ୍ ଏଞ୍ଜେଲ୍ ରେ ଏକ ବଙ୍ଗଳା କିଣିଛନ୍ତି, ଯାହାର ମୂଲ୍ୟ ୪୭ କୋଟି ଟଙ୍କା ଅଟେ ।

ସେଫ୍ ଅଲି ଖାନ୍ :

ଶେଷରେ କଥା ହେବା ସେଫ୍ ଅଲି ଖାନ୍ ଙ୍କ ପଟୋଡ଼ ପ୍ୟାଲେସ୍, ଯାହାର ମୂଲ୍ୟ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପ୍ୟାଲେସର ମୂଲ୍ୟ ହେଉଛି ୭୫୦ କୋଟି ଟଙ୍କା; ଯାହା ଈଶା-ଆନନ୍ଦଙ୍କ ବଙ୍ଗଳା ଠାରୁ ମଧ୍ୟ ମୂଲ୍ୟବାନ ଅଟେ ।