ଚଳଚିତ୍ରର ପ୍ରଖ୍ୟାତ ତାରକାଙ୍କ ଶୋକ ସଭାରେ ହସୁଥିଲେ ଏହି ତାରକାମାନେ । ତୃତୀୟ ଜଣକ ନିଜ ଶଶୁରଙ୍କ ଶୋକସଭାରେ ହସୁଥିବାର ଦେଖିବା ପାଇଁ ମିଳିଥିଲା ।

Spread the love

ବଲିଉଡ ତାରକା ଆଜିକାଲି ଏପରି କିଛି ଅଜାଵଗଜବ କାମ କରିଦେଉଛନ୍ତି; ଯାହାଫଳରେ ଦର୍ଶକ ସେମାନଙ୍କୁ ନିନ୍ଦା କରିବା ଆରମ୍ଭ କରି ଦିଅନ୍ତି । ଖାସ୍ କରି କୌଣସି ବ୍ୟକ୍ତି କୌଣସି ଶୋକ ସଭାରେ ଯୋଗ ଦେଇଥାଏ, ତେବେ ସେହି ବ୍ୟକ୍ତି ଶୋକରେ ଗମ୍ଭୀର ହୋଇଥାଏ । ଏହି ମୁହୂର୍ତ୍ତରେ ଲୋକେ ଉଦାସରେ ରହିଥାନ୍ତି । କିନ୍ତୁ ବଲିଉଡର କିଛି କଳାକାର ଏପରି ଅଟନ୍ତି, ଯେଉଁମାନେ ଶୋକର ଏହି ମୁହୂର୍ତ୍ତରେ କ୍ୟାମେରା ସାମ୍ନାରେ ହସୁଥିବାର ଦେଖିବା ପାଇଁ ମିଳିଥିଲେ । ଏହି କଳାକାରମାନେ ଯାଇଥିଲେ ଶୋକ ବ୍ୟକ୍ତ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିନ୍ତୁ ଦେଖିବା ପାଇଁ ମିଳିଥିଲା, ସେମାନେ ଶୋକ ନକରି ହସୁଥିଲେ । ଆଜି ଆମେ ସେହି କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ଶୋକ ସଭାରେ କ୍ୟାମେରା ସାମ୍ନାରେ ହସୁଥିବାର ଦେଖିବା ପାଇଁ ମିଳିଥିଲେ ।

ଜ୍ୟାକଲିଂନ ଫର୍ଣ୍ଣଡିସ୍ :

ଶ୍ରୀଲଙ୍କାର ଏହି ସୁନ୍ଦର ଅଭିନେତ୍ରୀ ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ନିଜର ଛୋଟ ଅଭିନୟ ସମୟରେ ଜ୍ୟାକଲିଂନ ଅନେକ ବଡ଼ ବଡ଼ କଳାକାରଙ୍କ ସହ ଅଭିନୟ କରି ସାରିଛନ୍ତି । କିନ୍ତୁ ଯେତେବେଳେ ଶ୍ରୀଦେବୀଙ୍କ ଶୋକ ସଭାରେ ସେ ଯୋଗ ଦେବା ପାଇଁ ଯାଇଥିଲେ, ସେହି ସମୟରେ ସେ କ୍ୟାମେରା ସାମ୍ନାରେ ହସୁ ଥିବାର ନଜର ଆସିଥିଲେ ।

ସେଫ୍ ଅଲ୍ଲୀ ଖାନ୍ :

ବଲିଉଡର ଅନ୍ୟତମ ଅଭିନେତା ସେଫ୍ ଅଲ୍ଲୀ ଖାନ୍, ଶଶୀ କପୁରଙ୍କ ଅନ୍ତିମ ସଂସ୍କାର ସମୟରେ ହସୁଥିବାର ଦେଖିବା ପାଇଁ ମିଳିଥିଲେ । ସେହି ଚିତ୍ରଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ଏବଂ ଜଣେ ୟୁଜର ସେହି ପୋଷ୍ଟକୁ ଦେଖି ବ୍ୟଙ୍ଗ କରିଥିଲେ ଯେ, “ଏହା ଶୋକ ସଭା ଅଟେ, କୌଣସି ବଲିଉଡର ପାର୍ଟି ନୁହେଁ ।”

ଅନିଲ୍ କପୁର୍ :

ଏହି ତାଲିକାର ଅନ୍ୟ ଏକ ଅଭିନେତାଙ୍କ ନାମ ରହିଛି, ସେ ହେଉଛନ୍ତି ଅନିଲ୍ କପୂର୍ । କରିସ୍ମା ଓ କରିନା କପୁରଙ୍କ ଜେଜେମାଆ, କ୍ରିଷ୍ଣା ରାଜ କପୁରଙ୍କ ନିଧନ ପରେ ଅନିଲ୍ ଶୋକ ସଭାରେ ଯୋଗ ଦେବା ପାଇଁ ଯାଇ ସେଠାରେ କ୍ୟାମେରା ସାମ୍ନାରେ ହସୁଥିବାର ଦେଖିବା ପାଇଁ ମିଳିଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ଦର୍ଶକ ଅନିଲଙ୍କୁ ନିନ୍ଦା କରିଛନ୍ତି ।

ଅଭିଷେକ ଏବଂ ଶ୍ୱେତା ବଚ୍ଚନ ନନ୍ଦା :

ଶ୍ୱେତା ବଚ୍ଚନ, ନନ୍ଦାଙ୍କ ଶଶୁର ରାଜନ ନନ୍ଦାଙ୍କ ନିଧନ ସମୟରେ ତାଙ୍କ ଶୋକ ସଭାରେ ଅଭିଷେକ ବଚ୍ଚନ ହସୁଥିବାର ନଜରକୁ ଆସିଥିଲେ । ତାଙ୍କ ଭଉଣୀ ଶ୍ୱେତା ମଧ୍ୟ ହସୁଥିବାର ଦେଖିବା ପାଇଁ ମିଳିଥିଲେ । ଏହି ଚିତ୍ର ଭାଇରଲ ହେବା ପରେ ଉଭୟ ଭାଇ ଭଉଣୀଙ୍କ ଦର୍ଶକ ନିନ୍ଦା କରିଛନ୍ତି ।

ରାଣୀ ମୁଖାର୍ଜୀ ଏବଂ କରଣ ଜୋହାର :

ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବଂ ନିର୍ଦ୍ଦେଶକ କରଣ ଜୋହାର, କ୍ରିଷ୍ଣା ରାଜ କପୁରଙ୍କ ନିଧନର ଶୋକ ସଭାରେ ହସୁଥିବା ନଜରକୁ ଆସିଥିଲେ । ଏହି ଚିତ୍ରରେ ବଲିଉଡର ଅନ୍ୟ ଜଣେ ମୁଖ୍ୟ ତାରକା ଆମୀର ଖାନ୍ ମଧ୍ୟ ନଜରକୁ ଆସିଥିଲେ । ଏହି ଚିତ୍ର ଦେଖିବା ପରେ ଲୋକେ ସେମାନଙ୍କୁ ନିନ୍ଦା କରିବା ପାଇଁ ପଛାଇ ନଥିଲେ ।