ପ୍ରେମ ପାଇଁ କିଛି ମଧ୍ୟ କରିଥିଲେ ବଲିଉଡର ଏହି ତାରକାମାନେ । ଜଣେ ନିଜ ସାଉତୁଣୀଙ୍କ ସହ ରହିବା ଆରମ୍ଭ କରିଥିଲେ ।

Spread the love

ବଲିଉଡର ଅବସ୍ଥା ସାଧାରଣ ମହିଳାଙ୍କ ଅପେକ୍ଷା ଭିନ୍ନ ଅଟେ । ଯଦି ସେମାନଙ୍କୁ କୌଣସି ବ୍ୟକ୍ତିଙ୍କ ସହ ପ୍ରେମ ହୁଏ, ତେବେ ସେମାନେ ପ୍ରେମ ପାଇଁ କିଛି ମଧ୍ୟ କରି ବସନ୍ତି । ଯଦି ସେମାନଙ୍କୁ ନିଜ ପ୍ରେମ ବୁଝା ପଡେନାହିଁ; ତେବେ ସେମାନେ ଭିନ୍ନ ହୋଇଯାଆନ୍ତି । କିଛି ତାରକା ଏହିପରି କିଛି କରିଛନ୍ତି । ନିଜ ସାଥୀଙ୍କୁ ବହୁତ ପ୍ରେମ କରୁଥିଲେ ଏବଂ ନିଜ ପ୍ରେମ ପାଇଁ ସମସ୍ତ ସୀମା ଲଙ୍ଘନ କରିଥିଲେ ବଲିଉଡର ଏହି ତାରକାମାନେ । ଆସନ୍ତୁ ଜାଣିବା ବିସ୍ତାର ରୂପରେ :

ପ୍ରେମ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥିଲେ ବଲିଉଡର ଏହି ତାରକାମାନେ :

ଫିଲ୍ମ ଜଗତର ଅନେକ ତାରକା ଯେଉଁମାନଙ୍କ ପ୍ରେମର ଚର୍ଚ୍ଚା ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ନିଜର ପ୍ରେମକୁ ଜାହିର କରିବା ପାଇଁ ସେମାନେ କୌଣସି ମଧ୍ୟ ପରିସ୍ଥିତି ଆପଣାଇବା ପାଇଁ ପଚାଇନଥିଲେ । ପରେ ପରିସ୍ଥିତି କଣ ଘଟିଥିଲା ଆପଣ ଜାଣିବା ନିହାତି ଆବଶ୍ୟକ ଅଟେ ।

ଐଶ୍ୱର୍ଯ୍ୟା ରାୟ :

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ସଲମାନଙ୍କ ସହ ଗଭୀର ଥିଲା । ଏଶ ନିଜ ପରିବାର ବିରୁଦ୍ଧରେ ଯାଇ ସଲମାନଙ୍କ ସହ ବିବାହ କରିବା ପାଇଁ ଚାହୁଁଥିଲେ । ଏହି କାରଣରୁ ଗୋଟିଏ ଫ୍ଲାଟରେ ଏକୁଟିଆ ରହୁଥିଲେ । କିନ୍ତୁ ସଲମାନଙ୍କ ଅଧିକ ରକ୍ଷଣାବେକ୍ଷଣ ଫଳରେ ଏଶ, ସଲମାନଙ୍କୁ ଛାଡି ଦେଇଥିଲେ । ଆଜି ସଲମାନ ଏକୁଟିଆ ରହିଯାଇଛନ୍ତି । ସଲମାନ ବିବାହ କରିନାହାନ୍ତି କିନ୍ତୁ ଏଶ ଅଭିଷେକଙ୍କୁ ବିବାହ କରି ନିଜ ଜୀବନରେ ଆଗକୁ ବଢି ଯାଇଛନ୍ତି ।

ଜୟପ୍ରଦା :

୮୦ ଦଶକର ଜୟା ପ୍ରଦାଙ୍କ ନିଜସ୍ୱ ଜଲବା ରହିଥିଲା । ତାଙ୍କ ଉପରେ ଅନେକ ଅଭିନେତାଙ୍କ ହୃଦୟ ଆସିଥିଲା କିନ୍ତୁ ଜୟାଙ୍କ ହୃଦୟ ଜଣେ ବିବାହିତଙ୍କ ଉପରେ ଆସିଥିଲା ଏବଂ ସେହି ବ୍ୟକ୍ତିଙ୍କ ପୂର୍ବରୁ ଦୁଇଟି ସନ୍ତାନ ଥିଲେ ।ଜୟା ଫିଲ୍ମ ପ୍ରଡ୍ୟୁସର ଶ୍ରୀକାନ୍ତ ନାହଟାଙ୍କୁ ବହୁତ ପ୍ରେମ କରୁଥିଲେ ଏବଂ ବିବାହ ମଧ୍ୟ କରିଥିଲେ । କାରଣ ଶ୍ରୀକାନ୍ତ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ନ ଥିଲେ; ତେଣୁ ଜୟା ନିଜ ସାଉତୁଣୀଙ୍କ ସହ ରହିବା ଆରମ୍ଭ କରିଥିଲେ ।

ରବିନା ଟଣ୍ଡନ :

ବଲିଉଡର ମସ୍ତ ମସ୍ତ ଗାର୍ଲ ଅଭିନେତ୍ରୀ ରବିନା ଟଣ୍ଡନ ଅଜୟ ଦେବଗନଙ୍କ ସୁପରହିଟ ଫିଲ୍ମ “ଦିଲୱାଲେ”ରେ ଭଲ ଅଭିନୟ କରିଥିଲେ । ଏହି ଦୁହିଁଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହା ବ୍ୟତୀତ ରବିନାଙ୍କ ଯୋଡି ଅକ୍ଷୟ କୁମାରଙ୍କ ସହ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲା । ଅକ୍ଷୟ ରବିନାଙ୍କ ସହ ମନ୍ଦିରରେ ନିର୍ବନ୍ଧ କରି ନେଇଥିଲେ କିନ୍ତୁ କିଛି କାରଣ ଯୋଗୁଁ ବିବାହ କରି ପାରିନଥିଲେ ଏବଂ ରବିନା ଡିପ୍ରେସନ (ଚିନ୍ତାଗ୍ରସ୍ତ) ଅବସ୍ଥାକୁ ଚାଲି ଯାଇଥିଲେ ପରେ ରବିନାଙ୍କ ଜୀବନରେ ଅନ୍ୟ କେହି ଆସିଥିଲେ ଏବଂ ଦୁହେଁ ବିବାହ କରି ନେଇଥିଲେ ।

ତବବୁ :

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଵବୁ ନିଜ ଇଣ୍ଟରଭିୟୁରେ କହିଥିଲେ, କିଛି ସମୟ ପୂର୍ବରୁ ଅଜୟ ଦେବଗନଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ କିନ୍ତୁ ପ୍ରେମ ସଫଳ ହୋଇ ପାରିନଥିଲା । ଏହି କାରଣରୁ ତଵବୁ ବିବାହ କରି ନ ଥିଲେ ଏବଂ ୪୫ ବର୍ଷ ବୟସରେ ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ।

ଆମୀର ଖାନ୍ :

ବଲିଉଡର ସଫଳ ଅଭିନେତା ଆମୀର ଖାନଙ୍କ ହୃଦୟ ଫିଲ୍ମ “ଲଗାନ”ର ସହ-ନିର୍ଦ୍ଦେଶକ କିରଣ ରାଓଙ୍କ ଉପରେ ଚାଲି ଆସିଥିଲା । ନିଜର ପ୍ରଥମ ପ୍ରେମର ଚିନ୍ତା ନ କରି କିରଣଙ୍କ ସହ ଆମୀର ବିବାହ କରି ନେଇଥିଲେ ।ଆମୀରଙ୍କ ପ୍ରଥମ ବିବାହ ୧୯୮୬ରେ ହୋଇ ସାରିଥିଲା ଏବଂ ତାଙ୍କର ଦୁଇଟି ସନ୍ତାନ ଥିଲେ । କିନ୍ତୁ ପ୍ରେମରେ ଆଗକୁ ଚାଲି ଯାଇଥିବା ଆମୀର ପ୍ରଥମ ବିବାହକୁ ଛାଡି କିରଣଙ୍କ ସହ ବିବାହ କରି ନେଇଥିଲେ ।

ଧର୍ମେନ୍ଦ୍ର :

ବଲିଉଡର ହି-ମ୍ୟାନ ରୂପେ ପରିଚିତ ଧର୍ମେନ୍ଦ୍ରଙ୍କ ବିବାହ ୧୯ ବର୍ଷ ବୟସରେ ହୋଇ ସାରିଥିଲା । ତାଙ୍କର ଚାରୋଟି ସନ୍ତାନ ମଧ୍ୟ ଥିଲେ କିନ୍ତୁ ୧୯୭୨ରେ ତାଙ୍କର ହୃଦୟ ହେମା ମାଳିନୀଙ୍କ ଉପରେ ଆସିଥିଲା ଏବଂ ୧୯୮୦ରେ ଦୁହେଁ ବିବାହ କରି ନେଇଥିଲେ । ଇସଲାମ ଧର୍ମ ଗ୍ରହଣ କରିଥିଲେ କାରଣ ଧର୍ମେନ୍ଦ୍ରଙ୍କ ଚାରୋଟି ସନ୍ତାନ ଥିବା କାରଣରୁ ପ୍ରଥମ ପତ୍ନୀ ଧର୍ମେନ୍ଦ୍ରଙ୍କୁ ଛାଡ଼ପତ୍ର ଦେଇ ନ ଥିଲେ ।