ଆବଶ୍ୟକରୁ ଅଧିକ ଟଙ୍କା ମାଗିବା ଫଳରେ ଏହି ତାରକା ମାନଙ୍କ ହାତରୁ ସୁପର ହଟ୍ ଫିଲ୍ମ ଚାଲିଯାଇଥିଲା । ୩ ନମ୍ବର ଜଣଙ୍କ ମାଗିଥିଲେ ୯୦ କୋଟି ଟଙ୍କା ।

Spread the love

ଫିଲ୍ମ ଇଣ୍ଡଷ୍ଟି ଏହି ଭଳି ଏକ ଇଣ୍ଡଷ୍ଟ୍ରି ଯେଉଁଠି ଲୋକେ ଟଙ୍କା ପାଣି ଭଳି ବୁହାଇଥା’ନ୍ତି । ଯେଉଁଠି ନିର୍ଦ୍ଦେଶକ ଫିଲ୍ମକୁ ଭଲ ରୂପେ ନିର୍ଦ୍ଦେଶନା ଦେବା ପାଇଁ ଚେଷ୍ଟା କରିଥାଏ । ଅନ୍ୟ ପକ୍ଷରେ ପ୍ରଯୋଜକ ଫିଲ୍ମରେ ଟଙ୍କା ଲଗାଇଥାନ୍ତି । ଆଜିର ସମୟରେ ଇଣ୍ଡଷ୍ଟ୍ରିରେ ଜଣଙ୍କ ଠାରୁ ଜଣେ ଭଲ ତାରକା ଅଛନ୍ତି ।ବେଳେବେଳେ କିଛି ଅଭିନେତ୍ରୀଙ୍କୁ ଫିଲ୍ମର କାହାଣୀ ଏତେ ଭଲ ଲାଗିଥାଏ ଯେ, ସେମାନେ ବିନା ପାଉଣାରେ ମଧ୍ୟ ଫିଲ୍ମରେ ଅଭିନୟ କରିଦେଇଥାନ୍ତି ।କେବଳ ଏତିକି ନୁହେଁ ବେଳେବେଳେ ଏହି ତାରକା ଫିଲ୍ମରେ ଅଭିନୟ କରିବା ପାଇଁ ବଡ଼ ପାଉଣା ମାଗିଥାନ୍ତି; ଯାହାକୁ ଦେବା ପ୍ରଯୋଜକ ପାଇଁ ସମ୍ଭବ ହୋଇନଥାଏ । ମାଗିଥିବା ପାଉଣା ନ ପାଇବା ପରେ ତାରକାମାନେ ଭଲ ଫିଲ୍ମ ମଧ୍ୟ ଛାଡ଼ି ଦେଇଥାନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ତାରକା ମାନଙ୍କ ବିଷୟରେ କହିବୁ; ଯେଉଁମାନେ ମାଗିଥିବା ପାଉଣା ନ ମିଳିବା ପରେ ଫିଲ୍ମରେ ଅଭିନୟ କରିବା ପାଇଁ ମନା କରି ଦେଇଥିଲେ କିନ୍ତୁ ପରେ ସେହି ଫିଲ୍ମ ଗୁଡିକ ହଟ୍ ହୋଇ ଯାଇଥିଲା ।

ସୋନାକ୍ଷୀ ସିହ୍ନ :

ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ଅଭିନେତ୍ରୀ ଅଟନ୍ତି । ସୋନାକ୍ଷୀ ଆଜି ବଲିଉଡରେ ଟପ୍ ଅଭିନେତ୍ରୀ ଅଟନ୍ତି ଏବଂ ବଲିଉଡର ବଡ଼ ବଡ଼ ତାରକାଙ୍କ ସହ ଅଭିନୟ କରି ସାରିଛନ୍ତି । ସୋନାକ୍ଷୀଙ୍କୁ ବଲିଉଡରେ ଆସିବାର ବହୁତ ସମୟ ହୋଇନାହିଁ କିନ୍ତୁ ତାଙ୍କର ନଖରାମି ବଢି ଯାଇଛି । ସଲମାନଙ୍କ ସହ “କିକ୍” ଫିଲ୍ମରେ ସେ ଅଭିନୟ କରିବାର ଥିଲା କିନ୍ତୁ ଅଧିକ ଟଙ୍କା ନ ମିଳିବା କାରଣରୁ ସେ ଫିଲ୍ମରୁ ଓହରି ଯାଇଥିଲେ ଏବଂ ତାଙ୍କ ସ୍ଥାନରେ ଜ୍ୟାକଲିନ ଫିଲ୍ମରେ ଅଭିନୟ କରିଥିଲେ ।

କରିନା କପୁର୍ :

ବଲିଉଡର ବେଗମ କରିନା କପୁର୍ ଆଜି ବଲିଉଡର ଟପ୍ ଏବଂ ଅଧିକ ପାଉଣା ପାଉଥିବା ଅଭିନେତ୍ରୀ ଅଟନ୍ତି ।କ୍ୟାରିଅର ପ୍ରାରମ୍ଭରେ ଫିଲ୍ମ “କଲ୍ ହୋ ନା ହୋ”ରେ ପ୍ରୀତି ଜିଣ୍ଟାଙ୍କ ଚରିତ୍ର କରିନା କପୁରଙ୍କୁ ମିଳିଥିଲା କିନ୍ତୁ କରିନା ଅଧିକ ପାଉଣା ମାଗିବା କାରଣରୁ ଫିଲ୍ମରେ ଅଭିନୟ କରିନଥିଲେ । ପରେ ଏହି ଫିଲ୍ମ ପାଇଁ ପ୍ରୀତି ଜିଣ୍ଟା ସାଇନ୍ କରିଥିଲେ ଏବଂ ଫିଲ୍ମଟି ହିଟ୍ ହୋଇଥିଲା ।

ସାହାରୁଖ୍ ଖାନ୍ :

ସାହାରୁଖ୍ ବଲିଉଡର ସୁପରଷ୍ଟାର ଅଟନ୍ତି । ଲୋକେ ସାହାରୁଖଙ୍କୁ କିଙ୍ଗ ଖାନ୍ ରୂପେ ମଧ୍ୟ ଜାଣନ୍ତି । ନିଜର ଫିଲ୍ମ କ୍ୟାରିୟରରେ ସାହାରୁଖଙ୍କ ଅନେକ ଫିଲ୍ମ କରିଛନ୍ତି । ତାଙ୍କର ପ୍ରାୟ ସବୁ ଫିଲ୍ମ ଗ୍ୟାରେଣ୍ଟି ହିଟ୍ ଏବଂ ତାଙ୍କର ଫିଲ୍ମ ପାଇଁ ଦର୍ଶକ ଚାହିଁ ବସିଥାନ୍ତି । ବହୁତ କମ ଲୋକ ଜାଣିଥିବେ ଫିଲ୍ମ “ପଦ୍ମାବତ”ରେ ଆଲ୍ଲାଉଦିନ ଖିଲଜିର ଚରିତ୍ର ପ୍ରଥମେ ସାହାରୁଖଙ୍କୁ ମିଳିଥିଲା କିନ୍ତୁ ସେ ଫିଲ୍ମରେ ଅଭିନୟ କରିବା ପାଇଁ ୯୦ କୋଟି ଟଙ୍କା ମାଗିଥିଲେ । ଯାହା ଫିଲ୍ମର ବଜେଟର ଅଧା ଥିଲା । ମନ ମୁତାବକ ପାଉଣା ନ ମିଳିବା କାରଣରୁ ସାହାରୁଖ ଏହି ଫିଲ୍ମ ଛାଡି ଦେଇଥିଲେ, ପରେ ରଣବିର ସିଂ ସାଇନ କରିଥିଲେ । ଏହା କହିବା ଭୁଲ ହେବ ନାହିଁ ଫିଲ୍ମ ହିଟ୍ କରାଇବାରେ ରଣବିର ଭୂମିକା ବହୁତ ଥିଲା ।

ଶ୍ରୀଦେବୀ :

ଅଭିନେତ୍ରୀ ଶ୍ରୀଦେବୀ ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଥିଲେ । ଶ୍ରୀଦେବୀ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ନର୍ତ୍ତକୀ ମଧ୍ୟ ଥିଲେ । ଅନେକ ଫିଲ୍ମରେ ନିଜର ଅଭିନୟ ଏବଂ ନୃତ୍ୟର ନମୁନା ଦେଇ ସାରିଥିବା ଶ୍ରୀଦେବୀ ବର୍ତ୍ତମାନ ଦୁନିଆରେ ନାହଁନ୍ତି କିନ୍ତୁ ତାଙ୍କର ସ୍ମୃତି ଆମ୍ଭମାନଙ୍କ ମଧ୍ୟରେ ରହିଛି । କହିବା ପାଇଁ ଚାହୁଁଛୁ; “ବାହୁବଳୀ”ରେ ଶିବଗାମିନି ଚରିତ୍ର ପ୍ରଥମେ ଶ୍ରୀଦେବୀଙ୍କୁ ମିଳିଥିଲା ଯାହା ପାଇଁ ସେ ଅଧିକ ପାଉଣା ମାଗିଥିଲେ ।ମନ ମୁତାବକ ଟଙ୍କା ନ ମିଳିବା କାରଣରୁ ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ମନା କରିଦେଇଥିଲେ ପରେ ଏହି ଚରିତ୍ର ରାମୟାଙ୍କୁ ମିଳିଥିଲା ।