ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନଙ୍କ ମଧ୍ୟରେ ଥାଏ ଏହି ଭିନ୍ନ ଧାରଣାର ଚିନ୍ତାଧାରା ।

Spread the love

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । କିଛି ଲୋକେ ବଡ଼ ବଡ଼ ଦୁଃଖକଷ୍ଟକୁ ହସି ହସି ସହି ଯାଉଥିବା ବେଳେ କିଛି କିଛି ବ୍ୟକ୍ତି ଦୁଃଖକଷ୍ଟକୁ ଆଦୌ ସହ୍ୟ କରିପରନ୍ତି ନାହିଁ । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସାମାନ୍ୟ ଛୋଟ କଥାରେ କାନ୍ଦି ପକାନ୍ତି, ସେମାନଙ୍କ ଆଖିରେ ଲୁହ ଚାଲି ଆସିଥାଏ । ଆପଣ ଦେଖିଥିବେ କିଛି ଝିଅ ଅଛନ୍ତି ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି ।ଲୋକେ ଏପରି ଝିଅଙ୍କୁ ଦେଖି ନିଜ ମନରେ ବିଚାର କରିଦିଅନ୍ତି ଯେ, ଏପରି ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ ଗୁଡିକ ଦୁର୍ବଳ ସ୍ୱଭାବର ଅଟନ୍ତି ।

ଯଦି ଆପଣ କୌଣସି ଝିଅକୁ କାନ୍ଦୁଥିବାର ଦେଖି ମନରେ ଏହି ଧାରଣା ରଖିଛନ୍ତି; ତେବେ ଏହା ଆପଣଙ୍କ ଭୁଲ ଧାରଣା ଅଟେ । କାରଣ ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅମାନେ ଆଦୌ ଦୁର୍ବଳ ସ୍ଵଭାବର ନୁହଁନ୍ତି । ସେମାନଙ୍କ ମଧ୍ୟରେ କିଛ ଖାସ୍ କଥା ରହିଛି ।

ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଟିକେ ଟିକେ କଥାରେ କାନ୍ଦୁଥିବା ଝିଅମାନଙ୍କ ଭିତରେ ଥିବା କିଛି ଖାସ୍ ଗୁଣ ବିଷୟରେ । ଆସନ୍ତୁ ଜାଣିବେ ।

– ଯେଉଁ ଝିଅମାନେ ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି; ସେମାନେ ହୃଦୟରୁ ଭଲ ହୋଇଥାନ୍ତି । ଏମାନେ କୌଣସି ବ୍ୟକ୍ତିକୁ କଷ୍ଟ ଦିଅନ୍ତି ନାହିଁ । ନିଜ ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖି ନ ପାରି ଏମାନେ କାନ୍ଦି ପକାନ୍ତି ।

– ଏହି ଝିଅମାନେ ଯେଉଁ ପୁଅଙ୍କୁ ଭଲ ପାଇଥାନ୍ତି; ସେମାନଙ୍କ ବିନା ତିଳେ ମଧ୍ୟ ରହି ପାରନ୍ତି ନାହିଁ । ଏହି ଝିଅମାନେ ଯେଉଁ ପୁଅକୁ ଭଲ ପାଇଥାନ୍ତି ସର୍ବଦା ପାଇଁ ସେମାନଙ୍କର ହୋଇ ରୁହନ୍ତି ।

– ଏହି ଝିଅମାନେ କୌଣସି ବ୍ୟକ୍ତିର ଫାଇଦା ଉଠାଇବା ପାଇଁ ଚାହିଁ ନଥାନ୍ତି । ଏହି ଝିଅମାନେ କୌଣସି ବ୍ୟକ୍ତିକୁ ଦୁଃଖରେ ଦେଖିଲେ ଚେଷ୍ଟା କରିଥାନ୍ତି କି କୌଣସି ପରିସ୍ଥିତିରେ ମଧ୍ୟ ସେମାନଙ୍କୁ ସାହାଯ୍ୟ ଯେପରି କରିବେ । ଏହାର ଅର୍ଥ ହେଉଛି ଏହି ଝିଅମାନେ କାହାକୁ ଦୁଃଖରେ ଦେଖି ପାରନ୍ତି ନାହିଁ ।

– ଏହି ପ୍ରକାରର ଝିଅମାନେ ନିଜର କାମ ନିଜେ କରିବା ପାଇଁ ଚେଷ୍ଟା କରିଥାନ୍ତି, ଅନ୍ୟର ସାହାଯ୍ୟ ନେବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି । ଏହି କାରଣରୁ ଦୁଃଖ ସମୟରେ ନିଜକୁ ଏକୁଟିଆ ମନେ କରିଥାନ୍ତି ଏବଂ ଏମାନଙ୍କ ଆଖିରୁ ଲୁହ ବହାରିଯାଏ ।

– ଏହିପରି ଝିଅଙ୍କ ମନରେ କୌଣସି ବ୍ୟକ୍ତିଙ୍କ ପ୍ରତି ଖରାପ ଧାରଣା ନଥାଏ । କାରଣ ଏହି ଝିଅମାନେ ଖୋଲା ହୃଦୟର ହୋଇଥାନ୍ତି ଏବଂ ସାମ୍ନା ଲୋକଙ୍କୁ ମଧ୍ୟ ନିଜ ପରି ଭାବିଥାନ୍ତି । ବହୁତ ସହଜରେ ଅନ୍ୟର କଥାକୁ ଏହି ଝିଅମାନେ ବିଶ୍ୱାସ କରି ନିଅନ୍ତି ।