ମେଷ, କନ୍ୟା, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଖରେ ଥାଏ ଏହି ସବୁ ଭଲ ଗୁଣ ।

Spread the love

ଭିନ୍ନ ଧରଣର ହୋଇଥାନ୍ତି ମେଷ, କନ୍ୟା, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିମାନେ ।

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ପ୍ରାଧାନ୍ୟ ଦିଆ ଯାଇଥାଏ । ଏପରି କୁହାଯାଇଥାଏ ଯେ, ଏହି ଜ୍ୟୋତିଷ୍କ ବିଦ୍ୟା ଅନୁସାରେ ଆପଣ କୌଣସି ବ୍ୟକ୍ତିର ଅତୀତ ଏବଂ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଜ୍ୟୋତିଷ୍କ ଶାସ୍ତ୍ର ଅନୁସାରେ ୧୨ଟି ରାଶି ରହିଛି । ଏହି ସବୁ ରାଶି ଆକାଶଗଙ୍ଗାରେ ଉପସ୍ଥିତ ଗ୍ରହ ଏବଂ ନକ୍ଷେତ୍ର ସହ ଜଡିତ ।ଏମାନଙ୍କ ଆଧାରରେ ଜ୍ୟୋତିଷ୍କ ବିଶେଷଜ୍ଞମାନେ ଆପଣଙ୍କ କୁଣ୍ଡଳୀ ଏବଂ ଅନ୍ୟ ବ୍ୟକ୍ତିତ୍ଵ ବିଷୟରେ କହିପାରନ୍ତି । ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ମେଷ, କନ୍ୟା, ମକର ଏବଂ କୁମ୍ଭ ରାଶିର ଜାତକ ବିଷୟରେ କିଛି ହୃଦୟସ୍ପର୍ଶୀ ବିଷୟ କହିବା ପାଇଁ ଚାହୁଁଛୁ ।

ମେଷ :

ଏହି ରାଶିର ଜାତକ ଚିନ୍ତା ଶକ୍ତିରେ ଭାରି କ୍ରିଏଟିଭ ହୋଇଥାଏ । ଏମାନଙ୍କ ଚିନ୍ତା କରିବା ଶୈଳୀ ଅନ୍ୟ ମାନଙ୍କ ଅପେକ୍ଷା ଭିନ୍ନ ହୋଇଥାଏ । ଏହି ଜାତକର ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ନୂତନ ଜିନିଷ ଶିଖିବାର କ୍ଷମତା ଅଧିକ ରହିଥାଏ । ଏହି ଜାତକ ବ୍ୟକ୍ତିମାନେ ହୃଦୟରୁ ସଚ୍ଚୋଟ ହୋଇଥାନ୍ତି । ଆଖି ବନ୍ଦ କରି ଏମାନଙ୍କ ଉପରେ ବିଶ୍ୱାସ କରି ପାରିବେ ଆପଣମାନେ । ଏହି ରାଶିର ବ୍ୟକ୍ତି ଧୋକା ଦିଅନ୍ତି ନାହିଁ । ଏମାନଙ୍କ ସହ ବନ୍ଧୁତା ନିବିଡ଼ ହୋଇଥାଏ । ଏମାନଙ୍କ ମଧ୍ୟରେ ଏକ ରୁ ଅଧିକ ଟ୍ୟାଲେଣ୍ଟ ଭରି ହୋଇ ରହିଥାଏ । ଏମାନେ ଯେଉଁ ମଧ୍ୟ କ୍ଷେତ୍ରରେ ହାତ ଦିଅନ୍ତି ସଫଳତା ନିଶ୍ଚିନ୍ତ ପାଇଥାନ୍ତି ।

କନ୍ୟା :

ଏହି ରାଶିର ବ୍ୟକ୍ତି ଭାରି ମିଶାଣିଆ ହୋଇଥାନ୍ତି । ଯେଉଁ ସ୍ଥାନକୁ ଏମାନେ ଯାଆନ୍ତି ଭଲ ରୂପେ ସମସ୍ତଙ୍କ ସହ ମିଶି ପାରନ୍ତି । ଏମାନଙ୍କ ବନ୍ଧୁ ପରିସର ଖୁବ ବଡ଼ ହୋଇଥାଏ । ଲୋକେ ଏମାନଙ୍କ ସହ ବନ୍ଧୁତା ସ୍ଥାପନ କରିବା ପାଇଁ ଚାହିଁଥାନ୍ତି । ଏମାନେ ସାହାଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ନିକଟ ସମ୍ପର୍କୀୟଙ୍କ ବ୍ୟତୀତ ଅଜଣା ଲୋକଙ୍କୁ ମଧ୍ୟ ଏମାନେ ସାହାଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି ଜାତକ ଲୋକଙ୍କ ମନ ଏବଂ ହୃଦୟ ଖୋଲା ଅଟେ । ଅନ୍ୟକୁ ଶତ୍ରୁ ମନେ ନ କରି ବନ୍ଧୁତାର ସହ ରହିବା ପାଇଁ ଚେଷ୍ଠା କରିଥାନ୍ତି ।

ମକର :

ଏହି ରାଶିର ବ୍ୟକ୍ତିମାନେ ଖୁବ ଚତୁର ହୋଇଥାନ୍ତି । ଏମାନେ ନିଜ ସମସ୍ୟାକୁ ଖୁବ୍ ସହଜରେ ସମାଧାନ କରିପାରନ୍ତି । ଏମାନଙ୍କ ସ୍ମରଣସକ୍ତି ପ୍ରଖର ହୋଇଥାଏ । କୌଣସି ଜିନିଷ କିମ୍ବା କଥାକୁ ଏମାନେ ସହଜରେ ଭୁଲି ନାଥାନ୍ତି । ଏହି କାରଣରୁ ଏମାନେ ପଢ଼ାପଢିରେ ଭଲ କରିଥାନ୍ତି ।

କୁମ୍ଭ :

ଏହି ରାଶିର ବ୍ୟକ୍ତି ଖୋଲା ସ୍ୱଭାବର ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ଜୀବନର ପ୍ରତିଟି ମୁହୂର୍ତ୍ତକୁ ମଜାର ସହକାରେ ଅତିବାହିତ କରିବାରେ ପସନ୍ଦ କରିଥାନ୍ତି । ବର୍ତ୍ତମାନରେ, ଜୀବନ ଅତିବାହିତ କରନ୍ତି ଏହି ରାଶିର ବ୍ୟକ୍ତିମାନେ ଅର୍ଥାତ ଏହି ରାଶିର ବ୍ୟକ୍ତିମାନେ ଅତୀତ କିମ୍ବା ଭବିଷ୍ୟତକୁ ଅଧିକ ଗୁରୁତ୍ଵ ଦିଅନ୍ତି ନାହିଁ । ଜୀବନରେ ଆସୁଥିବା କଷ୍ଟକୁ ହସି ହସି ସାମ୍ନା କରିଥାନ୍ତି । ଏମାନଙ୍କ ମଜାଳିୟା ସ୍ଵଭାଵ ପାଇଁ ଲୋକେ ଏମାନଙ୍କ ସହ ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ନିଜ ସାଙ୍ଗସାଥି ମେଳରେ ଏହି ରାଶିର ବ୍ୟକ୍ତି ଖୁବ୍ ପ୍ରସିଦ୍ଧ ହୋଇଥାନ୍ତି । ସମସ୍ଥଙ୍କ ସହ ଏମାନଙ୍କ ବ୍ୟବହାର ଭଲ ହୋଇଥାଏ ।

ବିଦ୍ର :-

ଏହି ସବୁ ଗୁଣ ୭୫ ପ୍ରତିଶତ ଲୋକଙ୍କ ଉପରେ ଲାଗୁ ହୋଇଥାଏ । ହୋଇଥାଇ ପାରେ ଅନ୍ୟ ବ୍ୟକ୍ତିଙ୍କ ଉପରେ ଏହା ଲାଗୁ ହୋଇନପାରେ । ଆପଣଙ୍କୁ ଯଦି ଏହି ବିଷୟଟି ପସନ୍ଦ ଆସିଥାଏ, ତେବେ ଅନ୍ୟମାନଙ୍କ ପାଇଁ ଏହି ବିଷୟଟିକୁ ସେୟାର କରିବା ପାଇଁ ଭୁଲନ୍ତୁ ନାହିଁ ।