ଲେମ୍ବୁର ଛୋଟ ଛୋଟ ଚମତ୍କାର ଉପାୟ ଯାହା ଆପଣଙ୍କୁ ଧନବାନ କରିଥାଏ । ଘରର ସବୁ ବଧାବିଘ୍ନକୁ ଦୂର କରିଥାଏ ।

Spread the love

ସାଧାରଣତଃ ଲେମ୍ବୁକୁ ଖାଦ୍ୟ କିମ୍ବା ପାନୀୟ ରୂପେ ବ୍ୟବହାର କରାଯାଇ ଥାଏ । ଲେମ୍ବୁର ପ୍ରୟୋଗ ସାଲାଡ଼, ଲେମ୍ବୁ ପାଣି ଆଦି ରୂପେ କରାଯାଇଥାଏ । ବେଳେବେଳେ ଖାଦ୍ୟର ସ୍ୱାଦ ଆଣିବା ପାଇଁ ମଧ୍ୟ ଲେମ୍ବୁର ବ୍ୟବହାର କରାଯାଇଥାଏ କିନ୍ତୁ ଆପଣମାନେ ଜାଣି ନ ଥିବେ ଲେମ୍ବୁକୁ ଖାଦ୍ୟ ବ୍ୟତୀତ ଆପଣଙ୍କ ଭାଗ୍ୟ ବଦଳାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇ ଥାଏ । ଲେମ୍ବୁର ବ୍ୟବହାର ଅନ୍ୟ କାମ ପାଇଁ ମଧ୍ୟ କରାଯାଇଥାଏ ।

ଯଦି ଆପଣ ଲେମ୍ବୁକୁ ନେଇ କିଛି ଉପାୟ କରିବେ, ତେବେ ଏହା କୌଣସି ଚମତ୍କାରରୁ କମ ନୁହେଁ । ଆଜି ଆମେ ଆପଣଙ୍କୁ ଲେମ୍ବୁର କିଛି ଚମତ୍କାରି ଉପାୟ ବିଷୟରେ କହିବୁ । ଯାହାକୁ ଆପଣାଇବା ପରେ ଆପଣଙ୍କର ଭାଗ୍ୟ ଚମକି ଉଠିବ । ଆପଣ ଜୀବନରେ ଲେମ୍ଭୁର ବ୍ୟବହାର କରି ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିପାରିବେ ।

ଯଦି କୌଣସି ବ୍ୟକ୍ତିଙ୍କ ବ୍ୟବସାୟ ଠିକ ରୂପେ ଚାଲୁ ନାହିଁ କିମ୍ବା କୌଣସି କାରଣରୁ ଆପଣଙ୍କ ବ୍ୟବସାୟ ବନ୍ଦ ହୋଇଯାଇଛି, ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ଲାଗିରହିଛି କିମ୍ବା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହୁନାହିଁ; ତେବେ ଜୀବନରେ ଲେମ୍ବୁର ବ୍ୟବହାର କରି ଏହି କଷ୍ଟରୁ ମୁକ୍ତି ପାଇପାରିବେ । ଆପଣମାନେ ଦେଖିଥିବେ ଦୋକାନ କିମ୍ବା ଘରର ବାହାରେ ଲେମ୍ବୁ ମରିଚ ଟଙ୍ଗା ଯାଇଥାଏ । ଏହାକୁ ଟାଙ୍ଗିବା ଦ୍ୱାରା ଖରାପ ନଜର ପକାଉଥିବ ଲୋକଙ୍କ ଏକାଗ୍ରତା ଭଙ୍ଗ ହୋଇଥାଏ । ଯାହାଫଳରେ ଆପଣଙ୍କ ଉପରେ କୌଣସି ଅସୁବିଧା ହୋଇନଥାଏ ଅର୍ଥାତ ନକରାତ୍ମକ ପ୍ରଭାବ ପଡିନଥାଏ ।

ଆପଣଙ୍କ ଘରେ ଲେମ୍ବୁ ଗଛ ଲଗାଇବା ଜରୁରୀ ଅଟେ । କାରଣ ଯେଉଁ ଘରେ ଲେମ୍ବୁ ଗଛ ଥାଏ, ସେହି ଘରେ ନକରାତ୍ମକ ଚିନ୍ତା ରହିନଥାଏ । ଲେମ୍ବୁ ଗଛର ଆଖପାଖରେ ସକାରାତ୍ମକ ଭାବନା ଘେରି ହୋଇ ରହିଥାଏ । ଯେଉଁ ଘରେ ଲେମ୍ବୁ ଗଛ ଥାଏ; ସେହି ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ରହିନଥାଏ ।

ଯଦି ଆପଣଙ୍କ ବ୍ୟବସାୟରେ ଅସୁବିଧା ଭୋଗୁଛନ୍ତି; ତେବେ ପ୍ରତି ଶନିବାର ଦିନ ଲେମ୍ବୁକୁ ନେଇ ଏକ ଉପାୟ କରିପାରିବେ । ନିଜ ବ୍ୟବସାୟ କ୍ଷେତ୍ରର ଚାରି କାନ୍ଥରେ ଏକ ଲେମ୍ବୁକୁ ସ୍ପର୍ଶ କରାଇ, ସେହି ଲେମ୍ବୁକୁ ଚାରି ଫାଳ କରନ୍ତୁ ଏବଂ ଦୋକାନର ଚାରି ଦିଗରେ ଏକ ଏକ ଫାଳକୁ ପିଙ୍ଗି ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଦୋକାନର ନକରାତ୍ମକ ଉର୍ଜା ଶେଷ ହୋଇଯିବ ଏବଂ ବ୍ୟବସାୟ ଠିକ ରୂପେ ଚାଲିବ ।

ଯଦି କାହାକୁ ଖରାପ ନଜର ଲାଗିଥାଏ; ତେବେ ସେହି ବ୍ୟକ୍ତିର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଏକ ଲେମ୍ବୁକୁ ସ୍ପର୍ଶ କରି ଚାରି ଫାଳ କରି କୌଣସି ଏକ ଶୂନଶନ୍ ସ୍ଥାନରେ ରଖି ଦିଅନ୍ତୁ କିନ୍ତୁ ବିଶେଷ ଧ୍ୟାନ ଦେବେ ଲେମ୍ବୁ ଫିଙ୍ଗିବା ପରେ ଆପଣ ପଛକୁ ବୁଲି ଦେଖିବେ ନାହିଁ ।

ଯଦି କୌଣସି ବ୍ୟକ୍ତିଙ୍କୁ ନିଜ ପରିଶ୍ରମର ଫଳ ମିଳୁ ନାହିଁ; ତେବେ ସେହି ବ୍ୟକ୍ତି ହନୁମାନଙ୍କ ମନ୍ଦିରକୁ ଯାଇ ଲେମ୍ବୁ ଉପରେ ୪ଟି ଲବଙ୍ଗକୁ ଲଗାଇ ଦିଅନ୍ତୁ ଏବଂ ହନୁମାନ ଚାଲିସା ପାଠ କରନ୍ତୁ ଏବଂ ହନୁମାନଙ୍କୁ ସଫଳତା ପାଇବା ପାଇଁ ପାର୍ଥନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ପରିଶ୍ରମର ଫଳ ଆପଣଙ୍କୁ ମିଳି ପାରିବ ।