ଶନି ଦେବଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହି ସରଳ ଉପାୟ ପ୍ରୟୋଗ କରନ୍ତୁ ।

Spread the love

ଶନି ଦେବଙ୍କ ପ୍ରଖର ଦୃଷ୍ଟିକୁ ସମସ୍ତେ ଡରିଥାନ୍ତି ଓ ପ୍ରତ୍ୟେକ ଲୋକ ଏହା କାମନା କରିଥାନ୍ତି କି କେବେ ମଧ୍ୟ ସେମାନଙ୍କ ଉପରେ ଶନି ଦେବଙ୍କ ବକ୍ର ଦୃଷ୍ଟି ନ ପଡୁ । ଶନି ଦେବଙ୍କ ବକ୍ର ଦୃଷ୍ଟି କୌଣସି ଲୋକ ଉପରେ ପଡ଼ିଲେ ତାହାର ଜୀବନରେ ଖରାପ ଦିନ ଆରମ୍ଭ ହୋଇଯାଏ ଓ ପ୍ରତ୍ୟେକ କାର୍ଯ୍ୟରେ ବିଘ୍ନ ଘଟିଥାଏ । କେବଳ ଏତିକି ନୁହଁ ଶନି ଦେବଙ୍କ ବକ୍ର ଦୃଷ୍ଟି ପଡ଼ିଲେ ଶରୀର ଉପରେ ବି ଖରାପ ପ୍ରଭାବ ପଡ଼ିଥାଏ ।

ଯଦି ଶନି ଦେବଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହି ସରଳ ଉପାୟକୁ ପ୍ରୟୋଗ କରନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ଶନି ଦେବଙ୍କ ବକ୍ର ଦୃଷ୍ଟି ଆପଣଙ୍କ ଉପରେ କେବେବି ପଡ଼ିବ ନାହିଁ । ଯଦି ଆପଣଙ୍କ ଉପରେ ଶନି ଦେବଙ୍କ ବକ୍ର ଦୃଷ୍ଟି ପଡ଼ିଛି, ତେବେ ତାହା ଦୁରେଇ ଯିବ ।

ଶନି ଦେବଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିବା ପାଇଁ ଏହି ସରଳ ଉପାୟ ପ୍ରୟୋଗ କରନ୍ତୁ –

ଏକାଥରକେ ଶ୍ରୀ ହନୁମାନ ଓ ଶନି ଦେବଙ୍କ ପୂଜା କରନ୍ତୁ –

ଆପଣ ମଙ୍ଗଳବାର ଦିନ ଓ ଶନିବାର ଦିନ ଶନି ଦେବ ଓ ହନୁମାନଙ୍କ ଏକାଥରକେ ପୂଜା କରନ୍ତୁ । ଆପଣ ଏହି ଦୁଇ ଦିନରେ ସୁନ୍ଦର କାଣ୍ଡ ବା ହନୁମାନ ଚାଳିଶାର ପାଠ ସନ୍ଧ୍ୟା ସମୟରେ ଶନି ଦେବଙ୍କ ମନ୍ଦିରରେ ଯାଇ କରନ୍ତୁ । ଏଭଳି କହିଥାନ୍ତି କି, ଶନି ଦେବଙ୍କ ସହ ହନୁମାନଙ୍କ ପୂଜା କରିଲେ ସେହି ମନୁଷ୍ୟ ଉପରେ କେବେ ମଧ୍ୟ ଶନି ଦେବଙ୍କ ବକ୍ର ଦୃଷ୍ଟି ପଡ଼ି ନଥାଏ ।

କଳା ରଙ୍ଗର ଗାଈକୁ ସେବା କରନ୍ତୁ –

ଆପଣ ଶନି ଦେବଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିବାକୁ ଚାହୁଁଛନ୍ତି; ତେବେ ମଙ୍ଗଳବାର ଓ ଶନିବାର ଦିନ କଳା ରଙ୍ଗର ଗାଈକୁ ପୂଜା କରନ୍ତୁ ଓ କଳା ଚଣା ଓ ଗୁଡ଼କୁ ମିଶାଇ ଖାଇବାକୁ ଦିଅନ୍ତୁ । ଚଣା ଓ ଗୁଡ଼ ଛଡା ଆପଣ ଗାଈକୁ ଘାସ ମଧ୍ୟ ଖାଇବାକୁ ନିଶ୍ଚୟ ଦିଅନ୍ତୁ । ସ୍ଵଛ ମନରେ କଳା ଗାଈର ସେବା କରିଲେ ଆପଣଙ୍କ ଉପରେ ଶନି ଦେବ ବହୁତ ପ୍ରସନ୍ନ ହେବେ । ଏହାଛଡା ଆପଣ କଳା ପିମ୍ପୁଡିକୁ ଅଟା ଖାଇବାକୁ ଦିଅନ୍ତୁ ।

ତେଲ ଚଢାନ୍ତୁ –

ଶନି ଦେବଙ୍କ ସାମ୍ନାରେ ତେଲ ଚଢାଇଲେ ଆପଣଙ୍କ ଉପରେ କେବେ ମଧ୍ୟ ଶନି ଦେବଙ୍କ ଖରାପ ପ୍ରଭାବ ପଡ଼ିନଥାଏ । ଆପଣ ପ୍ରତ୍ୟେକ ଶନିବାର ଦିନ ମନ୍ଦିରକୁ ଯାଇ ଶନି ଦେବଙ୍କ ସାମ୍ନାରେ ସୋରିଷ ତେଲରେ ଦୀପ ଜଳାନ୍ତୁ ଓ ସୋରିଷ ତେଲକୁ ତାଙ୍କ ମୂର୍ତ୍ତି ଉପରେ ମଧ୍ୟ ପକାନ୍ତୁ ।

ମନ୍ଦିରରେ ରଖି ଦିଅନ୍ତୁ ସୋରିଷ ତେଲ –

ଆପଣ ଏକ କଂସାରେ ସୋରିଷ ତେଲକୁ ନେଇ ସେଥିରେ ନିଜ ଚେହେରାକୁ ଦେଖନ୍ତୁ ଓ ପରେ ଏହି ତେଲକୁ ମନ୍ଦିରରେ ଗୋଟିଏ ଜାଗାରେ ରଖିଦିଅନ୍ତୁ । ଏହି ତେଲକୁ ମନ୍ଦିରରେ ରଖିବା ପରେ ଆପଣ ପଛକୁ ବୁଲି ଦେଖନ୍ତୁ ନାହିଁ ସିଧା ନିଜ ଘରକୁ ଚାଲିଯାନ୍ତୁ । ଏହି ପ୍ରୟୋଗକୁ ଆପଣ ପ୍ରତ୍ୟେକ ଶନିବାର କରନ୍ତୁ ।

ରାଶିର ଦାନ କରନ୍ତୁ –

ଯେତେ ହୋଇପାରିବ, ସେତେ ପରିମାଣର କଳା ରାଶି ଓ କଳା ରଙ୍ଗର ବସ୍ତ୍ରକୁ ଦାନ କରନ୍ତୁ । ଗରିବ ଲୋକଙ୍କୁ କଳା ରଙ୍ଗର ଦ୍ରବ୍ୟକୁ ଦାନ କରିଲେ, ଆପଣ ଶନି ଦେବଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିତ ହୋଇ ପାରିବେ । କଳା ରାଶି ଛଡା ଆପଣ ସୋରିଷ ତେଲ ମଧ୍ୟ ଦାନ କରିପାରିବେ ।

ଲୋକମାନଙ୍କୁ ଖାଦ୍ୟ ଦିଅନ୍ତୁ –

ଆପଣ ଶନିବାର ଦିନ ମନ୍ଦିରରୁ ବାହାରକୁ ଆସିବା ବେଳେ ସେଠାରେ ବସିଥିବା ଲୋକଙ୍କୁ ତେଲରେ ଛଣା ହୋଇଥିବା ସିଙ୍ଗଡ଼ା, ଜିଳାବି ଓ ତେଲରେ ଯାହାକିଛି ମଧ୍ୟ ଛଣା ଯାଉଛି ସେଗୁଡ଼ିକୁ ବାଣ୍ଟନ୍ତୁ । ଏଗୁଡ଼ିକୁ ବାଣ୍ଟିଲେ ଆପଣଙ୍କ କୁଣ୍ଡଳୀରେ କେବେ ମଧ୍ୟ ଶନି ଦେବଙ୍କ ଖରାପ ପ୍ରଭାବ ପଡି ନଥାଏ ।

Source : www.newstrend.new