କେବଳ 10 ଟଙ୍କା ରେ ଆରମ୍ଭ ହୋଇ ଥାଏ ପୋଷ୍ଟ ଅଫିସର ଏହି ସ୍କିମ , ଗ୍ୟାରେଣ୍ଟିଡ଼ ପଇସା ଦୁଇ ଗୁଣ କରିବାର ସ୍କିମ ବି ଅଛି ସାମିଲ

Spread the love

2019 ରେ ଆପଣ ପଇସା ଇନଭେସ୍ଟ କରିବାର ଅଛି କି ? ତେବେ ପୋଷ୍ଟ ଅଫିସର ସ୍କିମ ଆପଣଙ୍କର କାମରେ ଆସିପାରେ । ଜଣାଇଦେଉଛୁ ଯେ ପୋଷ୍ଟ ଅଫିସରେ ଏମିତି ବହୁତ ସ୍କିମ ଚାଲୁଅଛି ଯେଉଁଥିରେ କି ଆପଣ ସର୍ବନିମ୍ନ ଆଉ ସର୍ବାଧିକ ଟଙ୍କା ଦେଇ ଆପଣଙ୍କର ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ ।  ସବୁଠାରୁ ଖାସ୍ କଥା ଏହା ଯେ ଏଥିରେ ଆପଣଙ୍କର ଟଙ୍କା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ ।

ପୋଷ୍ଟ ଅଫିସ ରେ ଇଣ୍ଟରେଷ୍ଟ ରେଟ ବି ବ୍ୟାଙ୍କ ରେଟ ଠାରୁ ବି ବେଶି ମିଳି ଥାଏ । ଏଠାରେ ଅଲଗା ଅଲଗା ସ୍କିମ ରେ ପାଖା ପାଖି 6.9% ରୁ ନେଇ 8.5% ଯାଏଁ ବାର୍ଷିକ ଇଣ୍ଟରେଷ୍ଟ ମିଳି ଥାଏ । ଏହି ପୋଷ୍ଟରେ ଆମେ ଆଜି ଆପଣଙ୍କୁ ଏହାର ସମସ୍ତ ସ୍କିମ ରେ ମିଳୁ ଥିବା ଇଣ୍ଟରେଷ୍ଟ ବିଷୟରେ ବତେଇବୁ ।

1) ପୋଷ୍ଟ ଅଫିସ ସେଭିଙ୍ଗ ଏକାଉଣ୍ଟ:-

ଏହି ଏକାଉଣ୍ଟ ରେ ସିଙ୍ଗଲ କିମ୍ବା ଜୋଇଣ୍ଟ ଏକାଉଣ୍ଟ  ଉପରେ ପାଖା ପାଖି 4.0% ବାର୍ଷିକ ଇଣ୍ଟରେଷ୍ଟ ମିଳିବ ।

ମିନିମମ 20 ଟଙ୍କା କ୍ୟାସ ଦେଇ ଏହି ସ୍କିମ ରେ ଏକାଉଣ୍ଟ ନିଜ ନାମରେ କରା ଯାଇ ପାରିବ ।

10,000 ଟଙ୍କାର ରାଶି ଉପରେ ମିଳିବାକୁ ଥିବା ଇଣ୍ଟରେଷ୍ଟ ବିଲକୁଲ ଟେକ୍ସ ଫ୍ରି ରହିବ ।

ଏଥିରେ କଷ୍ଟମର କୁ ATM ଫେସିଲେଟି ବି ମିଳିବ ।

2) ରିକୋରିଙ୍ଗ ଡିପୋଜିଟ ଏକାଉଣ୍ଟ (RD):-

ଏହି ଏକାଉଣ୍ଟରେ ପାଖା ପାଖି 7.3% ବାର୍ଷିକ ଇଣ୍ଟରେଷ୍ଟ ମିଳିବ ।

ଏହି ଏକାଉଣ୍ଟ ରେ ମିନିମମ 10 ଟଙ୍କା ଓ ମେକ୍ସିମମ 5 ଟଙ୍କାର ମଲ୍ଟିପ୍ଲାଇ ରେ ଜମା କରି ପାରିବେ ।

ଏହି ଏକାଉଣ୍ଟ ରେ ଇନକମ ଟେକ୍ସ ସେକ୍ସନ 80C ଏପ୍ଲିକେଵଲ ହୋଇ ନ ଥାଏ ।

3) ଟାଇମ ଡିପୋଜିଟ ଏକାଉଣ୍ଟ (TD) :-

ଏହି ଏକାଉଣ୍ଟ ରେ କେବଳ 5 ବର୍ଷ ପାଇଁ ଖୁଲି ପାରିବେ ।

ଏଥିରେ ମିନିମମ 200 ଟଙ୍କା କିମ୍ବା ଏହାର ମଲ୍ଟିପ୍ଲାଇ ରେ ଯାହାବି ଟଙ୍କା ଆସିବ ତାକୁ ଜମା କରା ଯାଇ ପାରିବ ।

ଏଥିରେ ପ୍ରଥମ ବର୍ଷ 6.9% ଆଉ ଦ୍ଵିତୀୟ ବର୍ଷ 7.0% ଏବଂ ତୃତୀୟ ବର୍ଷ 7.2% ଆଉ ପଞ୍ଚମ ବର୍ଷ 7.8% ଇଣ୍ଟରେଷ୍ଟ ମିଳି ଥାଏ ।

4) ମଂଥ୍ଲି ଇନକମ୍ ସ୍କିମ ଏକାଉଣ୍ଟ ( MIS):-

ଏହି ଏକାଉଣ୍ଟ ରେ ବାର୍ଷିକ 7.3% ଇଣ୍ଟରେଷ୍ଟ ମିଳି ଥାଏ ।

ଏହି ସ୍କିମ ରେ 1500 ଟଙ୍କା କିମ୍ବା ଏହାର ମଲ୍ଟିପ୍ଲାଲ ରେ ଅପନ କରି ପାରିବେ ।

ଏଥିରେ ସିଙ୍ଗଲ ଏକାଉଣ୍ଟ ରେ ମେକ୍ସିମମ 4.5 ଲକ୍ଷ ଓ ଜୋଏଣ୍ଟ ଏକାଉଣ୍ଟ ରେ 9 ଲକ୍ଷ ଟଙ୍କା ଜମା କରି ପାରିବେ ।

5) ସିନିଅର ସିଟିଜେନ ସେଭିଙ୍ଗ ସ୍କିମ (SCSS):-

ଏହି ଏକାଉଣ୍ଟ ରେ ବାର୍ଷିକ 8.7 % ଇଣ୍ଟରେଷ୍ଟ ମିଳି ଥାଏ ।

ଏଥିରେ ମିନିମମ 1000 ଟଙ୍କା କିମ୍ବା ଏହାର ମଲ୍ଟିପଲ ରେ ଏମାଉଣ୍ଟ ଜମା କରି ପାରିବେ ।

ଏଥିରେ ଆପଣ 15 ଲକ୍ଷ ରୁ ଅଧିକ ଟଙ୍କା ଜମା କରି ପାରିବେ ନାହିଁ ।

6) ପବ୍ଲିକ ପ୍ରଭିଡେଣ୍ଟ ଫଣ୍ଡ ଏକାଉଣ୍ଟ (PPF) :-

ଏହି ଏକାଉଣ୍ଟ ରେ ବାର୍ଷିକ 8.0% ସୁଧ ମିଳି ଥାଏ ।

ଏଥିରେ ଆପଣ ଗୋଟେ ବର୍ଷରେ ଅତିକମରେ 500 ଟଙ୍କା ଆଉ ସର୍ବାଧିକ 1.5 ଲକ୍ଷ ଟଙ୍କା ଜମା କରି ପାରିବେ ।

ଏଥିରେ 12 ଇନସ୍ଷ୍ଟଲମେଣ୍ଟରେ ଡିପୋଜିଟ ବା ଲମ୍ପ-ସମ ଜମା କରି ପାରିବେ ।

7) କିଷାନ ବିକାଶ ପତ୍ର (KVP):-

ଏହି ସ୍କିମ ରେ ଆପଣଙ୍କୁ 7.7% ବାର୍ଷିକ କମ୍ପାଉଡେଣ୍ଟ ଇଣ୍ଟରେଷ୍ଟ ମିଳି ଥାଏ, ଯାହାକି ଯେ କୌଣସି ବ୍ୟାଙ୍କ ଠାରୁ ଅଧିକ ହୋଇ ଥାଏ ।

ଏଥିରେ 1000 ଟଙ୍କାର ମଲ୍ଟିପଲ ରେ ଟଙ୍କା ଦେବାର ହୋଇ ଥାଏ ।

ଏଥିରେ ସବୁ ଟଙ୍କା ଏକା ଥରେ ହିଁ ଦେବାକୁ ପଡି ଥାଏ । ଏହାର ମାନେ ଏଥିରେ ପ୍ରତି ମାସ କିମ୍ବା ବର୍ଷ ପଇସା ଜମା କରିବାର ସିଷ୍ଟମ ନାହିଁ ।

ଏଥିରେ ଆପଣଙ୍କୁ 1 ଲକ୍ଷ ଟଙ୍କାର ସ୍କିମ ନେବା ସମୟରେ ଜମା କରିବାକୁ ପଡିବ, ଯାହାକି 9 ବର୍ଷ 10 ମାସରେ 2 ଲକ୍ଷ ଟଙ୍କା ହୋଇଯିବ ।

8) ସୁକନ୍ୟା ସମୃଦ୍ଧି ସ୍କିମ (SSA) :-

ଏହି ସ୍କିମ ରେ ବାର୍ଷିକ 8.5% ସୁଧ ମିଳି ଥାଏ ।

ଏଥିରେ ଗୋଟେ ବର୍ଷରେ ମିନିମମ 500 ଟଙ୍କା ଓ ମେକ୍ସିମମ 1.5 ଲକ୍ଷ ଟଙ୍କା ଜମା କରି ପାରିବେ ।

ଏହି ଏକାଉଣ୍ଟ ର ଲାଭ କେବଳ ଝିଅ ପିଲା ମାନଙ୍କୁ ହିଁ ମିଳି ଥାଏ ।

ଏଥିରେ ଝିଅର ବୟସ 21 ବର୍ଷ ହୋଇଗଲା ପରେ ଏକାଉଣ୍ଟ ବନ୍ଦ ହୋଇ ଯିବ ।