ଯଦି ଆପଣଙ୍କ ବ୍ୟବସାୟ ବାଣିଜ୍ୟରେ ମଧ୍ୟ ବାରମ୍ବାର ଅବନ୍ନତି ଘଟୁଛି, ତେବେ ତୁରନ୍ତ କଳା ହଳଦୀର ଉପାୟ ଆପଣାନ୍ତୁ ।

Spread the love

ଏହି ସଂସାରରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କି ବହୁତ ପରିଶ୍ରମ କରନ୍ତି । ଏଠାରେ ଏହି କଥା ମଧ୍ୟ ଜଣେଇ ଦେଉଛୁ ଯେ, ଟଙ୍କା ରୋଜଗାର କରିବା ଏବଂ ସୁଖ ସୁବିଧା ପାଇବା ପାଇଁ ସମସ୍ତେ ସ୍ୱପ୍ନ ଦେଖନ୍ତି କିନ୍ତୁ ଏହା ସୁନିଶ୍ଚିତ ନୁହେଁ ଯେ, ସମସ୍ତଙ୍କ ସ୍ୱପ୍ନ ସାକାର ହେବ । ପ୍ରକୃତରେ ଏଦୁନିଆରେ ଏମିତି ଅନେକ ବସ୍ତୁ ମଧ୍ୟ ଅଛି ଯାହାକୁ ଆପଣେଇବା ଦ୍ୱାରା ଆପଣଙ୍କ ଜୀବନରେ ଦିଗ ଏବଂ ଭାଗ୍ୟ ଉଭୟ ହିଁ ବଦଳି ଯାଇପାରେ । ଏହା ଆମେ କହୁ ନାହୁଁ ବରଂ ଏହି ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ପ୍ରକୃତରେ ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ବସ୍ତୁ ବିଷୟରେ କହିବା ପାଇଁ ଯାଉଛୁ, ଯାହାର ନାମ ହେଉଛି କଳା ହଳଦୀ । ହଁ ଆଜ୍ଞା, ଶାସ୍ତ୍ରରେ ଏହି କଳା ହଲଦୀକୁ ବିଶେଷ ଅସ୍ତ୍ର ବୋଲି ଧରାଯାଏ । ତନ୍ତ୍ର ଶାସ୍ତ୍ରରେ କୁହାଯାଇଛି ଯେ, କଳା ହଳଦୀର ଉପାୟ କେବେ ବ୍ୟର୍ଥ ହୋଇନଥାଏ । କଳା ହଲଦୀକୁ ଚମତ୍କାର ବୋଲି ଧରାଯାଏ । ଏଥିରେ ତାନ୍ତ୍ରିକ ଓ ମାନ୍ତ୍ରିକ ଶକ୍ତି ଲୁଚି ରହିଛି । ଏହାର ପ୍ରୟୋଗ ଦ୍ୱାରା ରୋଗଗ୍ରସ୍ତ ବ୍ୟକ୍ତିକୁ ସୁସ୍ଥ କରାଯାଇପାରେ ଏବଂ ଏହା ବ୍ୟତୀତ ତାନ୍ତ୍ରିକ ବିଧି ସିଦ୍ଧି କରିବା ଫଳରେ ବ୍ୟକ୍ତି ଧନବାନ ମଧ୍ୟ ହୋଇଯାଇଥାଏ । ଆମେ କହିବାକୁ ଯାଉଛୁ, ଏହାର ଏମିତି ହିଁ କିଛି ଶକ୍ତି ବିଷୟରେ । ହଁ ଆଜ୍ଞା ଏମିତି ତ ଆପଣଙ୍କୁ କହିଦେଉଛୁ ଯେ, କଳା ହଳଦୀ ମିଳିବା ବହୁତ କଷ୍ଟ କିନ୍ତୁ ଯଦି ମଧ୍ୟ ଏହା ବେଳେବେଳେ ସଉଦା ଦୋକାନରେ ମିଳିପାରେ । ଏହି ହଳଦୀ ବହୁତ ଉପକାରୀ ଏବଂ ଲାଭକାରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହାର କିଛି ବିଶେଷ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ହୁଏତ ପୂର୍ବରୁ କେବେ ଜାଣି ନ ଥିବେ ।

ସର୍ବପ୍ରଥମ ଉପାୟ: ଆପଣଙ୍କୁ କହି ଦେଉଛୁ ଯେ, ଯଦି ଆପଣଙ୍କ ପାଖକୁ ଧନ ଆସୁଛି କିନ୍ତୁ ଅନେକ ଥର ତାହା ଆପଣଙ୍କ ପାଖରେ ରହୁନାହିଁ, ସେଥିପାଇଁ ଆପଣଙ୍କୁ ଶୁକ୍ଳପକ୍ଷର ପ୍ରଥମ ଶୁକ୍ରବାର ଦିନ ରୂପା ଡବାରେ କଳା ହଳଦୀ, ନାଗକେଶର ବା ସିନ୍ଦୁର ସହିତ ରଖି ମାତା ଲକ୍ଷ୍ମୀଙ୍କ ଚରଣରେ ସ୍ପର୍ଶ କରାଇ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ, କାହିଁକି ନା ଏହି ଉପାୟ କରିବା ଦ୍ୱାରା ଧନ ଆପଣଙ୍କ ନିକଟରେ ଅଟକିପାରିବ । ଯଦି ଆପଣଙ୍କୁ ବ୍ୟବସାୟରେ ନିରନ୍ତର ଭାବରେ କ୍ଷତି ହେଉଛି, ତେବେ ଶୁକ୍ଳପକ୍ଷର ପ୍ରଥମ ଗୁରୁବାର ଦିନ ହଳଦିଆ କପଡ଼ାରେ କଳା ହଲଦୀ ୧୧ଟି ଅଭିମନ୍ତ୍ରିତ ଗମୋତି ଚକ୍ର, ରୂପା ମୁଦ୍ରା କିମ୍ବା ୧୧ଟି ଅଭିମନ୍ତ୍ରିତ କଉଡ଼ି ବାନ୍ଧି ୧୦୮ ଥର “ଓଁ ନମଃ ଭାଗବତେ ବସୁଦେବାୟ ନମଃ” ଜପ କରି ଧନ ରଖିବା ସ୍ଥାନରେ ରଖିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।

ସର୍ବପ୍ରଥମେ ତ ଆପଣଙ୍କୁ କହି ଦେଉଛୁ ଯେ, ଯଦି ଆପଣଙ୍କ ବ୍ୟବସାୟ ଯନ୍ତ୍ରପାତି ସହ ସମ୍ବନ୍ଧିତ ରହିଛି; ତେବେ ଏମିତି ପରିସ୍ଥିତିରେ ଆପଣଙ୍କ ଯନ୍ତ୍ରପାତି ଖରାପ ମଧ୍ୟ ହୋଇଯାଇଥାଏ । ତେଣୁ ଏହି ପରିସ୍ଥିତିରେ ଆପଣ କଳା ହଲଦୀକୁ ପିସି କେଶର କିମ୍ବା ଗଙ୍ଗା ଜଳ ମିଶାଇ ପ୍ରଥମ ବୁଧୁବାର ଦିନ ଯନ୍ତ୍ରପାତିରେ ସ୍ୱସ୍ତିକ ଚିହ୍ନ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଯନ୍ତ୍ରପାତି ଶୀଘ୍ର ଖରାପ ହେବ ନାହିଁ ।

ଏମିତି ମଧ୍ୟ କୁହାଯାଏ କି ଦୀପାବଳି ଦିନ ହଳଦିଆ ବସ୍ତ୍ରରେ କଳା ହଳଦୀ ସହିତ ଗୋତ୍ର ରୂପାର ମୁଦ୍ରା ରଖି ଧନ ରଖୁଥିବା ସ୍ଥାନରେ ରଖିବା ଦ୍ୱାରା ବର୍ଷ ସାରା ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିଥାଏ । ଯଦି କେବେ କୌଣସି ବ୍ୟକ୍ତି କିମ୍ବା କୌଣସି ଛୁଆକୁ ନଜର ଲାଗିଯାଏ; ତେବେ କଳା କପଡ଼ାରେ କଳା ହଲଦୀକୁ ବାନ୍ଧି ୭ ଥର ତାଙ୍କ ଉପରୁ ଲୁଞ୍ଚାଇ, ସେହି କଳା ହଲଦିକୁ ବୋହି ଯାଉଥିବା ପାଣିରେ ଭସାଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଯେତେ ଖରାପ ଦୃଷ୍ଟି ବା ନକରାତ୍ମକ ଶକ୍ତି ଥିଲେ ମଧ୍ୟ ତୁରନ୍ତ ଦୂର ହୋଇଯିବ ।