ଯଦି ଆପଣଙ୍କ ନାମ K, M, T, P, A ଅକ୍ଷରରୁ ଆରମ୍ଭ ହୋଇଥାଏ, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

Spread the love

ଜୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାହାର ଜୀବନ ସହ ସମ୍ପୃକ୍ତ ଅନେକ ରହସ୍ୟ କହିପାରେ । ଯେକୋୖଣସି ବ୍ୟକ୍ତିର ନାମ ତାର ରାଶିଫଳ ଏବଂ ନିର୍ଦ୍ଧାରିତ ସମୟ ଅନୁସାରେ ଦିଆଯାଇଥାଏ । ଏହିପରି ଭାବରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରକୁ ଅଧିକ ମହତ୍ଵ ଦିଆଯାଇଥାଏ । ହିନ୍ଦୁ ଧର୍ମ ଅନୁସାରେ ଏହି ଦୁନିଆରେ ୧୨ଟି ରାଶିର ଲୋକେ ରୁହନ୍ତି ଏବଂ ପ୍ରତ୍ୟେକ ରାଶି ପାଇଁ ନାମର ପ୍ରଥମ ଅକ୍ଷର ମଧ୍ୟ ଅଲଗା ଅଲଗା ହୋଇଥାଏ । ଏହିଥର ଚନ୍ଦ୍ର ନିଜ ଗତିପଥ ବଦଳାଇବେ; ଯାହାଦ୍ଵାରା ବହୁତ ରାଶିରେ ପରିବର୍ତ୍ତନ ଆସିପାରେ । ଆଜି ଆମେ ୫ଟି ଏପରି ନାମ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯେଉଁ ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । କଣ ଆପଣଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ ତ ?

A ନାମ ଥିବା ଲୋକ :

ଯେଉଁମାନଙ୍କର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ; ସେମାନଙ୍କର ଭାଗ୍ୟ ଅତିଶୀଘ୍ର ବଦଳିବାକୁ ଯାଉଛି । ବାଣିଜ୍ୟ ଏବଂ ଚାକିରୀ କ୍ଷେତ୍ରରେ ଏହି ଅକ୍ଷର ଥିବା ଲୋକେ ସମୃଦ୍ଧିଶାଳୀ ପ୍ରମାଣିତ ହେବେ । ଜୀବନସାଥୀ ସହ ଭଲ ତାଳମେଳ ରହିବ । ଧନର ବୃଦ୍ଧି ହେବାର ସମ୍ଭାବନା ଅଛି ।

K ନାମ ଥିବା ବ୍ୟକ୍ତି :

ଏହି ଅକ୍ଷର ଥିବା ଲୋକମାନେ ପରିଶ୍ରମୀ ଏବଂ ଧୋର୍ଯ୍ୟବାନ ହୋଇଥାନ୍ତି । ସେମାନଙ୍କର ଧୋର୍ଯ୍ୟ ସେମାନଙ୍କୁ ସଫଳତା ପର୍ଯ୍ୟନ୍ତ ପହଁଚାଇ ଥାଏ । ଏହିଥର ଚନ୍ଦ୍ରର ରାଶିଗୁଡିକରେ ଗତିପଥ ବଦଳାଇବା ଦ୍ଵାରା ଏମାନଙ୍କର ଭାଗ୍ୟ ବଦଳିବାର ଅଛି । ପାରିବାରିକ ସୁଖ ମିଳିବା ସହିତ ସମାଜରେ ମଧ୍ୟ ପ୍ରତିଷ୍ଠିତ ହେବେ ।

M ନାମରେ ଥିବା ଲୋକ :

ଗ୍ରହର ଗତିପଥ ବଦଳିବା ଫଳରେ ଏହି ନାମରେ ଥିବା ଲୋକଙ୍କୁ ବହୁତ ଶୀଘ୍ର ସଫାଳତା ମିଳିବାର ଅଛି । ପ୍ରକୃତରେ ଏହି ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ହାର ମାନନ୍ତି ନାହିଁ ଏବଂ ନିଜ କାମକୁ ଶେଷ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥାନ୍ତି । ଏମାନେ ବହୁତ ସାହାସି ହୋଇଥାନ୍ତି ଏବଂ ସମସ୍ତ ପ୍ରକାରର ପରିସ୍ଥିତିର ସାମ୍ନା କରିବା ସେମାନଙ୍କୁ ବହୁତ ଭଲ ଭାବରେ ଜଣା ଥାଏ । ଏମାନଙ୍କର ଏହି ସାହାସ ଆଗକୁ ଯାଇ ଏମାନଙ୍କ ସହିତ ରହିବ ଏବଂ ଏମାନଙ୍କୁ ସେମାନଙ୍କର ଲକ୍ଷ୍ୟ ପର୍ଯ୍ୟନ୍ତ ପହଁଚାଇଥାଏ ।

T ନାମ ଥିବା ଲୋକ :

ଏହି ନାମର ଲୋକେ ଖୋଲା ବିଚାରର ହୋଇଥାନ୍ତି । ଛୋଟ ଛୋଟ କଥାରେ କ୍ରୋଧିତ ହେବା ଏମାନଙ୍କର ସାଧାରଣ କଥା ଅଟେ । କିନ୍ତୁ ଏମାନେ ନିଜ କ୍ରୋଧକୁ ନିଜ ଉପରେ ପ୍ରସାର ହେବାକୁ ଦିଅନ୍ତି ନାହିଁ ଏବଂ ଧୋର୍ଯ୍ୟ ସହକାରେ ସବୁ ପରିସ୍ଥିତିର ସାମ୍ନା କରିଥାନ୍ତି । ଏହିଥର ଏମାନଙ୍କର ଭାଗ୍ୟ ବଦଳିବାର ଅଛି ଏବଂ ଏମାନଙ୍କର ସମସ୍ତ ଅଟକିଥିବା କାମ ପୂର୍ଣ ହେବାକୁ ଯାଉଛି । ଜୀବନସାଥୀଙ୍କର ପ୍ରେମ ଏମାନଙ୍କ ପ୍ରତି ଅଧିକ ହେବ । ନକରାତ୍ମକ ଚିନ୍ତାରୁ ମୁକ୍ତି ମିଳିବ । ଏମାନେ ନିଜ ମଧ୍ୟରେ ଅନେକ ପ୍ରକାରର ରହସ୍ୟ ଲୁଚାଇ ରଖିଥାନ୍ତି ଏବଂ ଅନେକଥର ଏମାନଙ୍କର ସମ୍ପର୍କୀୟ ମଧ୍ୟ ଏମାନଙ୍କର ଗୁପ୍ତ କଥା ଜାଣି ପାରନ୍ତି ନାହିଁ । ଏମାନେ ଅଧିକାଂଶ ସହ ବନ୍ଧୁତା କରନ୍ତି ନାହିଁ କିନ୍ତୁ ଯେଉଁମାନଙ୍କ ସହ ବନ୍ଧୁତା କରନ୍ତି, ହୃଦୟର ସହ ବନ୍ଧୁତା କରନ୍ତି ।

P ନାମ ଥିବା ବ୍ୟକ୍ତି :

ଏହି ନାମ ଥିବା ଲୋକଙ୍କ ବାଣିଜ୍ୟ କ୍ଷେତ୍ରରେ ଅତ୍ୟଧିକ ଲାଭ ହେବାକୁ ଅଛି । ଜୀବନସାଥୀର ଅତ୍ୟଧିକ ସହଯୋଗ ମିଳିବ । କାମ କରିବା ସମୟରେ ସାବଧାନତା ରଖିବାକୁ ହେବ । ଏମାନଙ୍କର ବିଦେଶ ଯିବାର ଯୋଗ ରହିଛି । ଏମାନଙ୍କୁ ସମ୍ପତିରେ ଲାଭ ମିଳିପାରେ । ଏହି ଲୋକମାନେ ଜୀବନରେ ନୂଆ ନୂଆ ମାର୍ଗ ଖୋଜିବାରେ ବିଶ୍ଵାସ ରଖନ୍ତି । କୌଣସି ଗୋଟିଏ ମାର୍ଗକୁ ବାଛି ସେହି ମାର୍ଗରେ ଆଗକୁ ବଢିବା ଏମାନଙ୍କ ଦ୍ଵାରା ସମ୍ଭବ ନୁହେଁ । ଏହି ଲୋକମାନେ କିଛି କିଛି ସଙ୍କୋଚି କିନ୍ତୁ ସମ୍ବେଦନଶୀଳ ଅଟନ୍ତି ଏବଂ ବନ୍ଧୁମାନଙ୍କ ସହ ଅତି ସହଜରେ ମିଳାମିଶା କରି ପାରନ୍ତି ନାହିଁ ।