ଏହି ଲୋକମାନଙ୍କର ରୋଗପ୍ରତିଷେଧକ ଶକ୍ତି ଦୁର୍ବଳ ଥାଏ । କୋରନାରୁ ସୁରକ୍ଷିତ ରହିବା ପାଇଁ ଦୈନନ୍ଦିନ ଜୀବନଶୈଳୀରେ କରନ୍ତୁ ଏହି ପରିବର୍ତ୍ତନ….

Spread the love

ସୁସ୍ଥ ରହିବା ପାଇଁ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ

google

ଅନେକ ଅନୁସନ୍ଧାନରେ ଏହା ପୁଷ୍ଟି କରାଯାଇଛି ଯେ, ଯେଉଁ ଲୋକମାନଙ୍କର ରୋଗପ୍ରତିଷେଧକ କ୍ଷମତା ସୁଦୃଢ ଅଛି ସେମାନଙ୍କୁ ସହଜରେ କୋରନା ଜୀବାଣୁ ସଂକ୍ରମଣ କରିପାରିବ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ଯେ, କେଉଁ ଲୋକମାନଙ୍କର
ରୋଗପ୍ରତିଷେଧକ ଶକ୍ତି ଦୁର୍ବଳ ଥାଏ ଏବଂ ତାହା ବୃଦ୍ଧି କରିବା ପାଇଁ ଜୀବନଶୈଳୀରେ କଣ ପରିବର୍ତ୍ତନ କରାଯିବା ଉଚିତ ।

ସୁସ୍ଥ ରହିବା ପାଇଁ ରୋଗପ୍ରତିଷେଧକ କ୍ଷମତା ବୃଦ୍ଧି କରିବା ଜରୁରୀ ଅଟେ । ବର୍ତ୍ତମାନ ଦେଶ ତଥା ବିଶ୍ୱରେ କୋରନା ଜୀବାଣୁର ମହାମାରୀ ଚାଲିଛି । ଭାରତରେ ମଧ୍ୟ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ ମାମଲା ଦେଖିବାକୁ ମିଳୁଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ରୋଗପ୍ରତିଷେଧକ କ୍ଷମତା ବୃଦ୍ଧି କରିବା ଆବଶ୍ୟକ ଅଟେ । ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ କରି ରୋଗପ୍ରତିଷେଧକ କ୍ଷମତା ବୃଦ୍ଧି କରାଯାଇପାରିବ ।

କୌଣସି ରୋଗରେ ପୀଡିତ ବ୍ୟକ୍ତି

google

କିଡନୀ, କ୍ୟାନସର, ମଧୁମେହ, ହୃଦରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ରୋଗପ୍ରତିଷେଧକ କ୍ଷମତା ଦୁର୍ବଳ ଥାଏ । ବର୍ତ୍ତମାନ ସମୟରେ ଏହି ଲୋକମାନଙ୍କର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ ।

୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି

google

୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କର ରୋଗପ୍ରତିଷେଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ । ଏମିତି ଲୋକମାନେ ବର୍ତ୍ତମାନ ସମୟରେ ନିଜର ବିଶେଷ ଯତ୍ନ ନେବା ଉଚିତ । ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନେ ବର୍ତ୍ତମାନ ପରିସ୍ଥିତିରେ ଘରେ ରହିବା ହିଁ ସେମାନଙ୍କ ପାଇଁ ନିରାପଦ ଅଟେ ।

ଛୋଟ ପିଲା

google

ଛୋଟ ପିଲାମାନଙ୍କର ମଧ୍ୟ ରୋଗପ୍ରତିଷେଧକ କ୍ଷମତା ଦୁର୍ବଳ ଥାଏ । କାରଣ ଛୋଟ ପିଲାମାନଙ୍କର ରୋଗପ୍ରତିଷେଧକ କ୍ଷମତା ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ନଥାଏ । ତେଣୁ ଏହି ସମୟରେ ଛୋଟ ପିଲାମାନଙ୍କର ବିଶେଷ ଯତ୍ନ ନିଅନ୍ତୁ ।

ଏରୋବିକ୍ସ ବ୍ୟାୟାମ କରନ୍ତୁ

google

ପ୍ରତିଦିନ କିଛି ସମୟ ବାହାର କରି ଏରୋବିକ୍ସ ବ୍ୟାୟାମ କରନ୍ତୁ । ଏମିତି କରିବା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିବ । ଅନେକ ଅନୁସନ୍ଧାନ ଅନୁସାରେ, ପ୍ରତିଦିନ ବ୍ୟାୟାମ କରିବା ଦ୍ଵାରା କୋରନାରୁ ସୁରକ୍ଷିତ ରହିପାରିବେ । ବର୍ତ୍ତମାନ ସମୟରେ ଘରେ ରହି ବ୍ୟାୟାମ କରନ୍ତୁ ।

ଯୋଗ କରନ୍ତୁ

google

ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କୋରନାରୁ ସୁରକ୍ଷିତ ରହିବା ପାଇଁ ଯୋଗକୁ ନିଜର ଦୈନନ୍ଦିନ କାର୍ଯ୍ୟରେ ସାମିଲ କରନ୍ତୁ । ନିୟମିତ ଯୋଗ ଅଭ୍ୟାସ କରି ରୋଗକୁ ଏଡାଇପାରିବେ ।

ଯଥେଷ୍ଟ ପରିମାଣରେ ନିଦ୍ରା ନିଅନ୍ତୁ

google

ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିଦ ନେବା ଆବଶ୍ୟକ । ସମ୍ପୂର୍ଣ୍ଣ ନିଦ ନହେଲେ ଆପଣ ଅସୁସ୍ଥ ହୋଇଯିବେ ଏବଂ କୋରନା ଜୀବାଣୁ ସଂକ୍ରମିତ ହେବାର ଆଶଙ୍କା ବୃଦ୍ଧି ପାଇବ ।

ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ

google

ଶରୀରର ଓଜନ ବୃଦ୍ଧି ପାଇଲେ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ବୃଦ୍ଧି ପାଏ । ଓଜନ ବୃଦ୍ଧି ପାଇବା ଦ୍ୱାରା ରୋଗପ୍ରତିଷେଧକ କ୍ଷମତା ଦୁର୍ବଳ ହୋଇଯାଏ । ସୁସ୍ଥ ରହିବା ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବା ଜରୁରୀ ଅଟେ । ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣ ଯୋଗ ଅଭ୍ୟାସ କରିପାରିବେ ।

ଧୂମପାନ ଏବଂ ମଦ୍ୟପାନ ଠାରୁ ଦୂରରେ ରୁହନ୍ତୁ

google

ଯେଉଁମାନେ ଧୂମ୍ରପାନ ଓ ମଦ୍ୟପାନ କରନ୍ତି ସେମାନଙ୍କର ରୋଗପ୍ରତିଷେଧକ କ୍ଷମତା ଦୁର୍ବଳ ହୋଇଯାଇଥାଏ । ସେହି ଲୋକମାନଙ୍କୁ କୋରନା ଜୀବାଣୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ । ଯଦି ଆପଣ ସୁସ୍ଥ ଜୀବନଯାପନ କରିବାକୁ ଚାହୁଁଛନ୍ତି ତେବେ ଧୂମ୍ରପାନ ଏବଂ ମଦ୍ୟପାନ ବନ୍ଦ କରନ୍ତୁ ।