ହନୁମାନଙ୍କ ଏହି ଉପାୟ ଆପଣଙ୍କ ସବୁ କଷ୍ଟକୁ ଦୂର କରିବ ! ଜୀବନର ଦରିଦ୍ରତା ଓ ଧନ ଅଭାବରୁ ମୁକ୍ତି ମିଳିବ ।

Spread the love

କଳିଯୁଗରେ ଭଗବାନ ହନୁମାନ ହେଉଛନ୍ତି ଗୋଟିଏ ଏଭଳି ଦେବତା, ଯିଏ ନିଜ ଭକ୍ତଙ୍କ ଦୁଃଖ କଷ୍ଟକୁ ଦୂର କରନ୍ତି । ଯେଉଁମାନେ ହନୁମାନଙ୍କ ପୂଜା ଅର୍ଚ୍ଚନା କରନ୍ତି, ସେମାନଙ୍କର ସବୁ ଦୁଃଖ ଦୁରେଇ ଯାଏ । ବର୍ତ୍ତମାନ ସମୟରେ ଏଭଳି ଅନେକ ଲୋକମାନେ ଅଛନ୍ତି; ଯେଉଁମାନେ ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତ କରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ବନ କରନ୍ତି । କାରଣ ଭକ୍ତଙ୍କ ବିଶ୍ବାସ ଥାଏ, ପ୍ରଭୁ ହନୁମାନଙ୍କୁ ପୂଜା ଅର୍ଚନା କରିବା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହେବେ ଓ ସମସ୍ତ ଦୁଃଖ କଷ୍ଟ ଦୂର କରିଦେବେ । ଯଦି ଭଗବାନ ହନୁମାନଙ୍କୁ ମଙ୍ଗଳବାର ଓ ଶନିବାର ଦିନ ପୂଜା କରାଯାଏ, ତେବେ ଅନେକ ପ୍ରକାରର ଲାଭ ପ୍ରାପ୍ତ ହୋଇଥାଏ । ଆପଣ ଏହିଦିନ ହନୁମାନଙ୍କ ଆରାଧନା କରି ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତ କରି ପାରିବେ ।

ଶାସ୍ତ୍ରରେ ଏଭଳି ଅନେକ ଉପାୟ ବିଷୟରେ ବର୍ଣ୍ଣିତ ହୋଇଛି, ଯାହାର ପ୍ରୟୋଗ କରି ହନୁମାନଙ୍କୁ ଶୀଘ୍ର ପ୍ରସନ୍ନ କରିପାରିବା ଓ ଜୀବନରେ ଚାଲୁଥିବା ସମସ୍ୟା ଓ ଟଙ୍କାର ଅଭାବରୁ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବାକୁ ଯାଉଛୁ, ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ଟଙ୍କାର ଅଭାବ ରହିବ ନାହିଁ ଓ ଦୁଃଖ, କଷ୍ଟରୁ ମୁକ୍ତି ମିଳିବ, ତା ସଙ୍ଗେ ସଙ୍ଗେ ଦରିଦ୍ରତା ମଧ୍ୟ ଦୁରେଇ ଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ :

ପ୍ରଭୁ ହନୁମାନଙ୍କ ଏହି ଉପାୟ ଆପଣଙ୍କ ସମସ୍ତ ଦୁଃଖ କଷ୍ଟକୁ ଦୁରେଇ ଥାଏ :

ଆଜିକାଲି ଟଙ୍କାର ମହତ୍ତ୍ୱ ବହୁତ ବଢିଯାଇଛି । ଯଦି ନିଜ ପାଖରେ ଅଧିକ ଟଙ୍କା ଥାଏ; ତେବେ ଅଧିକାଂଶ ସମସ୍ୟାର ସମାଧାନ ହୋଇପାରେ । ଦରିଦ୍ରତା ଯୋଗୁଁ ଯଦି ଆପଣ ଚିନ୍ତାରେ ରହୁଛନ୍ତି, ତେବେ ଆପଣ ଏହି ଉପାୟକୁ ନିଶ୍ଚୟ କରନ୍ତୁ । ଯଦି ଆପଣ ଏହି ଉପାୟକୁ ନିରନ୍ତର ୪୦ ଦିନ କରିବେ, ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୁରେଇ ଯିବ । ଏଥିପାଇଁ ଆପଣ ପ୍ରତ୍ୟେକ ଦିନ ସକାଳେ ବା ସନ୍ଧ୍ୟାରେ ହନୁମାନଙ୍କ ମନ୍ଦିରରେ ସୋରିଷ ତେଲରେ ଦୀପ ଜାଳିବେ କିନ୍ତୁ ଗୋଟିଏ କଥା ମନେ ରଖିବେ, ଦୀପାଳିଟି ମାଟିର ହୋଇଥିବା ଆବଶ୍ୟକ । ଆପଣ ମନ୍ଦିରରେ ଦୀପ ଜାଳିବା ପରେ କେତେ ସମୟ ସେଠାରେ ବସି ହନୁମାନଙ୍କ ଚାଳିଶା ପଢନ୍ତୁ । ମଙ୍ଗଳବାର ଓ ଶନିବାର ଦିନ ଦୀପ ଜାଳିବା ପରେ ସିନ୍ଦୁରର ତିଳକ ହନୁମାନଙ୍କୁ ଲଗାନ୍ତୁ । ଆପଣ ଏହା ୪୦ ଦିନ ପର୍ଯ୍ୟନ୍ତ କରିବା ଆବଶ୍ୟକ ଓ ଏହି ଉପାୟ ଆପଣ ମଙ୍ଗଳବାର ବା ଶନିବାର ଦିନରୁ ଆରମ୍ଭ କରିପାରିବେ । ଏହାଦ୍ୱାରା ଆପଣଙ୍କ ସବୁ ମନୋସ୍କମାନ ପୂରଣ ହୋଇଥାଏ ଓ ଟଙ୍କାର ଅଭାବରୁ ମୁକ୍ତି ମିଳିଥାଏ । ଆପଣଙ୍କୁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ରହିବା ଅବଶ୍ୟକ କି, କୌଣସି ବି ଦିନ ଏହି ଉପାୟ ଯେପରି ଖଣ୍ଡନ ହେବା ନାହିଁ । ଯଦି ଏଭଳି ହୋଇଥାଏ, ତେବେ ପୁଣିଥରେ ଏହି ଉପାୟକୁ ପ୍ରଥମରୁ ଆରମ୍ଭ କରିବାକୁ ପଡ଼ିବ ।

ଯଦି ଆପଣ ଚାହୁଁଛନ୍ତି; ଆପଣଙ୍କ ଧନ ନିରନ୍ତର ବୃଦ୍ଧି ହେଉ, ତେବେ ଆପଣ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଭଗବାନ ହନୁମାନଙ୍କ ପାଖରେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଆପଣ ମାଟି ଦୀପାଳିରେ ହନୁମାନଙ୍କ ପାଖରେ ଦୀପ ଜଳାନ୍ତୁ ଓ ସେଥିରେ ଗୋଟିଏ ଲବଙ୍ଗ ପକାଇ ହନୁମାନଙ୍କ ଆରତୀ ନିଅନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ଜୀବନରେ ସବୁ ସଙ୍କଟ ଦୂର ହୋଇଯିବ ଓ ଆପଣଙ୍କୁ ଧନ ପ୍ରାପ୍ତ ହୋଇପାରିବ । ଯଦି ଆପଣ ରାମାୟଣ ବା ରାମ ଚରିତ ମାନସ ପଢିବେ, ତେବେ ଧନ ଅର୍ଜନ କରିବା ମାର୍ଗରେ ଆସୁଥିବା ଅସୁବିଧା ଗୁଡ଼ିକ ଦୁରେଇ ଯାଇଥାଏ ।