ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ କମିବାର କାରଣ ଏହା ମଧ୍ୟ ହୋଇପାରେ ! ଏହି ବିଷୟରେ ଜାଣିବା ନିହାତି ଆବଶ୍ୟକ ।

Spread the love

ବଦଳୁଥିବା ସମୟ ଓ ବ୍ୟସ୍ତମୟ ଜୀବନରେ କାର୍ଯ୍ୟର ଚାପ ଏତେ ଅଧିକ ବଢିଗଲା ଯେ, ନ ଚାହିଁ ମଧ୍ୟ ଆପଣ କୋମ୍ପୁଟର ଓ ମୋବାଇଲର ବ୍ୟବହାର ସବୁବେଳେ କରିବାକୁ ପଡ଼ିଥାଏ । ଛୋଟ ବଡ଼ ସବୁ କାମ ଗୁଡ଼ିକ ପାଇଁ ଆପଣ ମୋବାଇଲ୍ ଉପରେ ନିର୍ଭର ରହନ୍ତି । ପରିବାରର ସଦସ୍ୟମାନେ ଅଧିକାଂଶ ସମୟରେ ନିଜ ମୋବାଇଲ୍ ଓ କୋମ୍ପୁଟରକୁ ଅଧିକ ଗୁରୁତ୍ଵ ଦିଅନ୍ତି । ଯାହାର ପରିଣାମ ସ୍ୱରୂପେ ଆଖି ଦୁର୍ବଳ ହୋଇଯାଏ । ଆଜିକାଲି ଛୋଟଛୋଟ ପିଲାମାନେ ମଧ୍ୟ ବଡ଼ ବଡ଼ ଚୋଷମା ପିନ୍ଧିଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଆଖି ଜନିତ ସମସ୍ୟା ବଡ଼ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କୁ ମଧ୍ୟ ହୋଇଥାଏ । କିନ୍ତୁ ନେତ୍ରହୀନତାର କିଛି ଅନ୍ୟ କାରଣ ଯେଭଳି କି, କଲା ମୋତିଆ ବା ଗ୍ଲୁକୋମା ମଧ୍ୟ ଅଟେ । ଆଖି ଉପରେ ଚାପ ପଢିବାରୁ ଅଫ୍ଟିକ୍ ଶିର ଉପରେ ଚାପ ପଡ଼ିଥାଏ ଓ ଏହା ଶୁଖିବାକୁ ଲାଗିଥାଏ, ଯେଉଁ କାରଣରୁ ଆଖିର ଆଲୋକ ଧୀରେ ଧୀରେ କମିବାକୁ ଲାଗିଥାଏ ଓ ଦୃଷ୍ଟି ଶକ୍ତି ସଂପୂର୍ଣ୍ଣ ଭାବରେ କମିଯାଏ । ଏହାକୁ ବିଜ୍ଞାନର ଭାଷାରେ “ଅଫ୍ଟିକ୍ ଏଟ୍ରପି” କୁହାଯାଏ । ଏହା ମୁଖ୍ୟତଃ ତିନି ପ୍ରକାରର ଥାଏ ।

ପ୍ରାଥମିକ ପର୍ଯ୍ୟାୟରେ ସମସ୍ୟା –

ଏକ୍ୟୁଟ୍ ଗ୍ଲୁକୋମା –

ଏକ୍ୟୁଟ୍ ଗ୍ଲୁକୋମାର ଶିକାର ଯେଉଁ ବ୍ୟକ୍ତିମାନେ ହୁଅନ୍ତି, ସେହି ବ୍ୟକ୍ତିଙ୍କ କ୍ଷେତ୍ରରେ ମୁଣ୍ଡରେ ଅଧିକ ବ୍ୟଥା, ବାନ୍ତି, ଝାପସା ଓ ନ ଦେଖାଯିବା ଭଳି ସମସ୍ୟା ଦେଖାଯାଇଥାଏ ।

କ୍ରନିକ ସାଧାରଣ ଗ୍ଲୁକୋମା –

ଏଥିରେ ଅଧିକାଂଶ ରୋଗୀକୁ ଜଣା ହିଁ ପଡିନଥାଏ କି, ସେ ଏହି ସମସ୍ୟାରେ ପୀଡିତ ଅଛନ୍ତି । ଏଥିରେ ରୋଗୀକୁ କିଛି ବ୍ୟଥା ହୋଇନଥାଏ ଓ ଅନ୍ୟ କୌଣସି ପ୍ରକାରର ଅସୁବିଧା ନଥାଏ । କେତେକ ମାମଲାରେ ବାରମ୍ବାର ଚୋଷମାର ସଂଖ୍ୟା ବଦଳେଇବା ମଧ୍ୟ ଏହାର ଲକ୍ଷଣ ମାନିଥାନ୍ତି ।

କଞ୍ଜିନାଇଟଲ୍ ଗ୍ଲୁକୋମା –

ଏହା ରୋଗର ତୃତୀୟ ପ୍ରକାରର ଅଟେ । ଅଧିକାଂଶ ସମୟରେ ଛୋଟ ପିଲାମାନେ ଏହି ରୋଗର ଶିକାର ହୋଇଥାନ୍ତି । ଏହି ସମସ୍ୟା ୧୦ ହଜାର ପିଲାମାନଙ୍କ ମଧ୍ୟରୁ ଜଣକୁ ହୋଇଥାଏ । ଏହା ଏକ ଆନୁବଂଶିକ ରୋଗ । ଏହି ରୋଗର ପିଲାମାନଙ୍କ କ୍ଷେତ୍ରରେ ଅଧିକାଂଶରେ ଦେଖାଯାଏ । ଏହିର ଲକ୍ଷଣ ଆଖିରୁ ପାଣି ବାହାରିବା, ଲାଳିମା, ଆଖିର ଆକାର ବଡ଼ ହେବା ଓ କର୍ନିଆର ଝାଉଁଳିଆ ହେବା ଭଳି ସମସ୍ୟା ଦେଖାଯାଇଥାଏ ।

ମାଧ୍ୟମିକ ପର୍ଯ୍ୟାୟରେ ସମସ୍ୟା –

କୌଣସି ପ୍ରକାରର ଆଘାତ ହେଲେ ମୋତିଆ ବିନ୍ଦୁ ପାଚି ଫାଟିଲେ ମଧ୍ୟ ରୋଗୀ ମାଧ୍ୟମିକ ଗ୍ଲୁକୋମାରେ ହୋଇପାରେ ।

ମୁଖ୍ୟ ଲକ୍ଷଣ –

ଏହି ରୋଗ ବ୍ୟକ୍ତିର ଦୁଇ ଆଖିରେ ପ୍ରଭାବିତ କରିପାରେ । ସାମାନ୍ୟ ରୂପରେ ରୋଗୀକୁ ଦେଖିବାର ଦୂରତା କମ ହେବା ଭଳି ସମସ୍ୟା ହୋଇପାରେ । ଏହାପରେ ଧୀରେ ଧୀରେ ତାର ଦୃଷ୍ଟିର ବିସ୍ତାର କମ ହେବାକୁ ଲାଗିଥାଏ ଓ ପରେ ରୋଗୀକୁ ଏକ ଟ୍ୟୁବରେ ଦେଖିବା ଭଳି ପ୍ରତିତ ହୋଇଥାଏ । ଅନ୍ତରେ ସେମାନଙ୍କ ଆଖିର ଆଲୋକ ପୂର୍ଣ୍ଣ ରୂପେ ଚାଲିଯାଇଥାଏ ।

ଏମାନଙ୍କୁ ଅଧିକ ବିପଦ ରହିଥାଏ –

ମାଆ ବାପାଙ୍କୁ ଯଦି ଏହି ସମସ୍ୟା ରହିଛି, ତେବେ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ବଂଶାନୁଗତ ରୂପରେ ଏହି ରୋଗ ହେବାର ସମ୍ଭାବନା ରହିଥାଏ । ଏହାଛଡା ମଧୁମେହ, ରକ୍ତଚାପ, ମାୟୋପିଆ (ଦୂରର ବସ୍ତୁ ସ୍ପଷ୍ଟରେ ଦେଖାନଯିବା) ହାଇପରମେଟ୍ରୋପିଆ ଓ ୪୦ରୁ ଉର୍ଦ୍ଧ ବୟସର ଲୋକଙ୍କୁ ଗ୍ଲୁକୋମାର ଆଶଙ୍କା ବଢ଼ି ରହିଥାଏ । ଏହାର ଚିହ୍ନଟ ଇଂଟ୍ରା ଅକ୍ୟୁଲର୍ ପ୍ରେସର୍ ରେ କରାଯାଇଥାଏ ।

ନିରୀକ୍ଷଣ ଓ ଉପଚାର –

ପ୍ରମୁଖ ନିରୀକ୍ଷଣ –

ଗ୍ଲୁକୋମାର ଚିହ୍ନଟ ପାଇଁ ଇଂଟ୍ରା ଅକ୍ୟୁଲର୍ ପ୍ରେସର୍ ଆଖିର ପରଦାର ନିରୀକ୍ଷଣ ପେରିମେଟ୍ରି ଓ ଅନ୍ୟ ନିରୀକ୍ଷଣ କରାଯାଏ ।

ଚିକିତ୍ସା –

ଏହାର ଚିକିତ୍ସା ଏହି କଥା ଉପରେ ନିର୍ଭର ହୋଇଥାଏ କି, ଆପଣ କେଉଁ ସ୍ଥିତି ଓ ଷ୍ଟେଜରେ ଅଛନ୍ତି । କଞ୍ଜିନାଇଟଲ୍ ଗ୍ଲୁକୋମାର ଚିକିତ୍ସା କେବଳ ସର୍ଜରି ଦ୍ୱାରା ହିଁ ସମ୍ଭବ ହୋଇଥାଏ । ଏହାଛଡା ବଡ଼ ଲୋକଙ୍କ ମଧ୍ୟରେ ଏକ୍ୟୁଟ୍ ଗ୍ଲୁକୋମା ହୋଇଥିବା ସମୟରେ ଶିରମାନଙ୍କ ମଧ୍ୟରେ ହେଉଥିବା ପ୍ରତିବଦ୍ଧକୁ ଦୂର କରିବା ପାଇଁ ଟେବ୍ରିକ୍ୟୁଲୋପ୍ଲାଷ୍ଟ୍ରି, ଲେଜର ସର୍ଜରି ବା ଟେବ୍ରିକୁଲେଷ୍ଟ୍ରମି ଅପେରସନ କରାଯାଇଥାଏ । କ୍ରୋନିକ ଗ୍ଲୁକୋମାର ଚିକିତ୍ସା ଟେବ୍ରିକ୍ୟୁଲୋପ୍ଲାଷ୍ଟି ଅପରେସନ ଦ୍ୱାରା କରାଯାଏ ।